ନୂଆଦିଲ୍ଲୀ: ମାର୍କେଟ୍‌ରେ ଏବେ ଅଧିକାଂଶ ଟିଭି ୨୦ ୱାଟ୍‌ ସ୍ପିକର୍‌ ସହିତ ଆସୁଛି। ନୂଆ ତଥା ଲାଟେଷ୍ଟ ଟିଭି ମଡେଲ୍‌ରେ ଆପଣ ଉନ୍ନତଧରଣର ସ୍ପିକର୍‌ ପାଇପାରିବେ। ହେଲେ ଏହାର ଦାମ୍‌ ବହୁତ ଅଧିକ। ମାତ୍ର ଆପଣ ଚାହିଲେ ଗୋଟେ ସାଉଣ୍ଡବାର୍‌ କିଣି ଆପଣ ଅଡିଓ ଏକ୍‌ସପିରିଏନ୍‌ସକୁ ଉନ୍ନତ ବନାଇପାରିବେ। ଏଥିପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

Advertisment

ବଜାରରେ ବିଭିନ୍ନପ୍ରକାରର ସାଉଣ୍ଡବାର୍‌ ୫ହଜାର ଟଙ୍କାରୁ କମ୍‌ ଦାମ୍‌ରେ ମିଳିଯାଉଛି। ଏମିତି କିଛି ସାଉଣ୍ଡବାର୍‌ ରହିଛି ଯାହାକୁ ଆପଣ ଟ୍ରାଏ କରିପାରିବେ। ଏହାସହିତ ଆପଣଙ୍କ ଘରକୁ ଥିଏଟର୍‌ ଭଳି ଅଡିଓ ଏକ୍‌ସପିରିଏନ୍ସ ପାଇପାରିବେ।

ଆହୁରି ପଢ଼ନ୍ତୁ- Maoists Surrender: ଆତ୍ମସମର୍ପଣ କଲେ ୬ ମହିଳା କ୍ୟାଡର ସମେତ ୧୦ ମାଓବାଦୀ

ବିଭିନ୍ନ ପ୍ରକାର ସାଉଣ୍ଡବାର୍‌:

GOVO GoSurround 600 କମ୍‌ ବଜେଟ୍‌ରେ ଏକ ଭଲ ବିକଳ୍ପ ଅଟେ। ‌ଏହି ସାଉଣ୍ଡବାର୍‌ କମ୍ପାକ୍ଟ ଡିଜାଇନ୍‌ରେ ଆସୁଛି। ଏହାର ଦାମ୍‌ ୩,୪୯୯ ଟଙ୍କା। ଯାହାକି ୯୦ ୱାଟ୍‌ର ଆଉଟ୍‌ପୁଟ୍‌ ଦେଇଥାଏ। ଏଥିରେ ଅନେକ ପର୍ସନାଲାଇଜ୍‌ଡ ମୋଡ୍‌ ମିଳିଥାଏ।

ଜେବ୍ରୋନିକ୍‌ସର କମ୍ପାକ୍ଟ ସାଉଣ୍ଡବାର୍‌ ମଧ୍ୟ ଗୋଟେ ଭଲ ବିକଳ୍ପ ଅଟେ, ଯାହାର ୯୦ ୱାଟ୍‌ ସାଉଣ୍ଡ ଆଉଟ୍‌ପୁଟ୍‌ ରହିଥାଏ। ଏହାର ଦାମ୍‌ ୨,୯୯୯ ଟଙ୍କା। ଏହାସାଥିରେ ଆପଣଙ୍କୁ ସବ୍‌ୱଫର୍‌ ମଧ୍ୟ ମିଳିବ। ଏହାକୁ ଆପଣ କାନ୍ଥରେ ବି ଟଙ୍ଗାଇପାରିବେ।

କମ୍‌ ବଜେଟ୍‌ରେ boAt Aavante Bar 950 ମଧ୍ୟ ପାଇପାରିବେ। ଏହି ସାଉଣ୍ଡବାର୍‌ ୪୦ୱାଟ୍‌ର। ଏହାର ଦାମ୍‌ ହେଉଛି ୨,୨୯୯ ଟଙ୍କା। ଏହାସାଥିରେ ଆପଣଙ୍କୁ ସବ୍‌ୱଫର୍‌ ମିଳିବନାହିଁ।

ଆହୁରି ପଢ଼ନ୍ତୁ- T20 World Cup 2026 Tickets:ମାତ୍ର ୧୦୦ ଟଙ୍କାରେ ମିଳୁଛି ଟି ୨୦ ୱାର୍ଲଡ କପ୍ ଟିକେଟ, କେମିତି କିଣିବେ ଜାଣନ୍ତୁ

ଅର୍ବାନ୍‌ର Harmonic 2080 ମଧ୍ୟ ଏକ ଉତ୍ତମ ବିକଳ୍ପ। ଏହା ୮୦ୱାଟ୍‌ର ସାଉଣ୍ଡବାର୍‌ ଦେଉଛି, ଏହାକୁ ଆପଣ ବାଛିପାରିବେ। ଏହା ଆପଣଙ୍କୁ ୩,୯୯୯ଟଙ୍କାରେ ମିଳିଯିବ। ଏଥିରେ ଆପଣଙ୍କୁ ସବ୍‌ୱଫର୍‌ ମିଳିବ।

ଏହିକ୍ରମରେ ଆପଣ Thomson AlphaBeat60କୁ ମଧ୍ୟ ନେଇପାରିବେ। ଫ୍ଲିପ୍‌କାର୍ଟରେ ଏହା ୨,୫୯୯ ଟଙ୍କାରେ ଆପଣଙ୍କୁ ଫ୍ଲିପ୍‌କାର୍ଟରେ ମିଳିଯିବ। ଏହା ୬୦ୱାଟ୍‌ ସାଉଣ୍ଡ ଆଉଟ୍‌ପୁଟ୍‌, ଗୋଟେ ସବ୍‌ୱଫର୍‌ ଓ ବ୍ଲୁଟୁଥ୍‌ କନେକ୍ଟିଭିଟି ସହିତ ଆସୁଛି।