ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ବହୁତ ଜଲଦି ଖୁସି ଖବର ଆସିବାକୁ ଯାଉଛି। ଆଇସିସି ପୁରୁଷ ଟି ୨୦ ୱାର୍ଲଡ ବିଶ୍ୱକପ୍ ର ୧୦ମ ସଂସ୍କରଣ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ବିଭିନ୍ନ ପର୍ଯ୍ୟାୟ ରହିଥିବା ବେଳେ ସେଥିମଧ୍ୟରୁ ଏକ ଗ୍ରୁପ୍ ପର୍ଯ୍ୟାୟ, ସୁପର ୮ ପର୍ଯ୍ୟାୟ ଏବଂ ଏକ ନକଆଉଟ୍ ପର୍ଯ୍ୟାୟ ରହିବ। ୨୦ ଦଳ ମଧ୍ୟରେ ମୋଟ ୫୫ ଟି ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତା ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବ।
କଣ କହିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ?
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କହିଛି ଯେ, ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଟିକେଟ୍ ବିକ୍ରୟ ଆରମ୍ଭ କରିବା ପାଇଁ ଘୋଷଣା କରିଛି। ଏହି ପ୍ରମୁଖ ଇଭେଣ୍ଟକୁ ସର୍ବାଧିକ ଦର୍ଶକଙ୍କ ପାଇଁ ଉପଲବ୍ଧ କରିବା ପାଇଁ ପ୍ରାରମ୍ଭିକ ଟିକେଟ୍ ମୂଲ୍ୟ କମ ରହିଛି। ଭାରତରେ ମ୍ୟାଚ୍ ପାଇଁ ଟିକେଟ୍ ର ଦର ୧୦୦ ରୁ ଆରମ୍ଭ ହେଉଥିବା ବେଳେ ଶ୍ରୀଲଙ୍କାରେ ଏହି ଟିକେଟର ଦର ୩୦୦ ଟଙ୍କା ରହିଛି।
ଆହୁରି ପଢନ୍ତୁ: Maoists Surrender: ଆତ୍ମସମର୍ପଣ କଲେ ୬ ମହିଳା କ୍ୟାଡର ସମେତ ୧୦ ମାଓବାଦୀ
କେମିତି କରିବେ ଟିକେଟ ବୁକ?
ପ୍ରଶଂସକମାନେ କ୍ରିକେଟ୍ ବିଶ୍ୱକପ୍ ୱେବସାଇଟ୍ https://tickets.cricketworldcup.com କୁ ଯାଇ ସିଧାସଳଖ ବୁକ୍ ମାଇଁ ସୋ ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରିପାରିବେ। ୱେବସାଇଟ୍ ପରିଦର୍ଶନ କରିବା ପରେ, ଆପଣ ସମସ୍ତ ଦଳର ପତାକା ମଧ୍ୟ ଦେଖିପାରିବେ। ଆପଣ ଯେଉଁ ଦଳର ଟିକେଟ୍ ବୁକ୍ କରିବାକୁ ଚାହୁଁଛନ୍ତି ସେହି ଦଳର ପତାକା ଉପରେ କ୍ଲିକ୍ କରନ୍ତୁ।
ଆହୁରି ପଢନ୍ତୁ: Benefits Of Bhramari Pranayama: ଭ୍ରାମରୀ ପ୍ରାଣାୟମ୍ କରିବା ଦ୍ବାରା କ’ଣ ଫାଇଦା ମିଳେ, ଆସନ୍ତୁ ଜାଣିବା
ଆପଣ ଯଦି ଭାରତ ଉପରେ କ୍ଲିକ କରିବାକୁ ଚାହୁଁଛନ୍ତି ,ତେବେ ଭାରତ ନାମ ଉପରେ କ୍ଲିକ୍ କରିବା ପରେ ଟିମ୍ ଇଣ୍ଡିଆର ମ୍ୟାଚ୍ ଗୁଡ଼ିକର ଏକ ତାଲିକା ଆପଣଙ୍କ ପାଖକୁ ଆସିଯିବ। ଏହାପରେ ଆପଣ ଯେଉଁ ମ୍ୟାଚ୍ ପାଇଁ ଟିକେଟ୍ ବୁକ୍ କରିବାକୁ ଚାହୁଁଛନ୍ତି ତାହା ଉପରେ କ୍ଲିକ୍ କରନ୍ତୁ। ଏହା ପରେ ଟିକେଟ ବୁକ୍ ପାଇଁ ବିକଳ୍ପ ଆସିଯିବ। ଟିକେଟ ବୁକ ପାଇଁ ବିକଳ୍ପ ଆସିବା ପରେ ଟିକେଟ ବୁକ୍ କରନ୍ତୁ। ଏହାପରେ ଆପଣ ଆପଣ ଆପଣଙ୍କର ମନ ପସନ୍ଦର ସିଟ ଚୟନ କରିପାରିବେ। ସବୁବେଳେ ଧ୍ୟାନ ରଖିବେ ଯେ ଗୋଟିଏ ଲଗଇନ୍ ଆଇଡି ମାଧ୍ୟମରେ ସର୍ବାଧିକ ଦୁଇଟି ଟିକେଟ୍ ହିଁ ବୁକ କରିହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/12/12/aaswww-2025-12-12-17-59-50.png)