ଏହି କାରଣରୁ ଏୟାର ଇଣ୍ଡିଆ ଉପରେ ବର୍ଷିଲେ ରାନୀ ରାମପାଲ

ଭାରତୀୟ ହକି ତାରକା ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ରାନୀ ରାମପାଲ ଏବେ ଚର୍ଚ୍ଚାରେ ଅଛନ୍ତି। ଏହା ପଛର କାରଣ ହେଉଛି ତାଙ୍କର ଏକ ଟ୍ୱିଟ୍, ଯାହା ସେ ଏୟାର ଇଣ୍ଡିଆକୁ ଟ୍ୟାଗ୍ କରି ନିକଟରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

air india

ନୂଆଦିଲ୍ଲୀ: ଭାରତୀୟ ହକି ତାରକା ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ରାନୀ ରାମପାଲ ଏବେ ଚର୍ଚ୍ଚାରେ ଅଛନ୍ତି। ଏହା ପଛର କାରଣ ହେଉଛି ତାଙ୍କର ଏକ ଟ୍ୱିଟ୍, ଯାହା ସେ ଏୟାର ଇଣ୍ଡିଆକୁ ଟ୍ୟାଗ୍ କରି ନିକଟରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାନାଡାରୁ ଭାରତକୁ ଫେରୁଥିବାବେଳେ ରାନୀ ଏୟାର ଇଣ୍ଡିଆ ବିମାନରେ ନିଜର ଲଗେଜ୍ ସହ ସମ୍ମୁଖୀନ ହୋଇଥିବା ସମସ୍ୟା ସେୟାର କରିଥିଲେ, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି |

କାନାଡାରୁ ଭାରତ ଫେରୁଥିବାବେଳେ ରାନୀ ରାମପାଲଙ୍କ ସୁଟକେସ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସେ ଏୟାର ଇଣ୍ଡିଆ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଥିଲେ, ଏହା ପରେ ସେ ଭାଙ୍ଗିଯାଇଥିବା ସୁଟକେସର ଚିତ୍ରକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରି ଏୟାର ଇଣ୍ଡିଆକୁ କଟାକ୍ଷ କରିଛନ୍ତି । ସେ ପୋଷ୍ଟ କରିଛନ୍ତି, "ଏହି ଆଶ୍ଚର୍ଯ୍ୟଜନକ ଉପହାର ପାଇଁ ଏୟାର ଇଣ୍ଡିଆକୁ ଧନ୍ୟବାଦ। ଆପଣଙ୍କ କର୍ମଚାରୀମାନେ ଆମର ବ୍ୟାଗକୁ ଏହିପରି ବ୍ୟବହାର କରନ୍ତି। ଆଜି ଅପରାହ୍ନରେ ମୁଁ ଯେତେବେଳେ କାନାଡାରୁ ଭାରତ ଆସିବା ପରେ ଦିଲ୍ଲୀରେ ଅବତରଣ କଲି, ସେତେବେଳେ ମୋର ବ୍ୟାଗ ଭାଙ୍ଗି ଯାଇଥିଲା।"

ରାନୀ ରାମପାଲଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଥିଲା ​​ଏବଂ ବହୁ ସଂଖ୍ୟାରେ ଲୋକ ତାଙ୍କ ସମର୍ଥନରେ ସ୍ୱର ଉତ୍ତୋଳନ କରିଥିଲେ। ଏୟାର ଇଣ୍ଡିଆ ମଧ୍ୟ ତାଙ୍କ ଅଭିଯୋଗକୁ ତୁରନ୍ତ ଜବାବ ଦେଇଛି। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ "ପ୍ରିୟ ରାନୀ ରାମପାଲ, ଆପଣଙ୍କ ସହ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଦୟାକରି ଆପଣଙ୍କର ଟିକେଟ୍ ବିବରଣୀ, ବ୍ୟାଗ୍ ଟ୍ୟାଗ୍ ନମ୍ବର ଏବଂ କ୍ଷତି ଅଭିଯୋଗ ନମ୍ବର / DBR କପି ଆମକୁ ଡିଏମ୍ କରନ୍ତୁ। ଆମେ ଏହାର ସମାଧାନ କରିବାକୁ ଚେଷ୍ଟା କରିବୁ।" ତେବେ ରାନୀ ରାମପାଲଙ୍କ ଫଲୋୟର୍ସ ତଥା ଅନ୍ୟ ସୋସିଆଲ ମିଡିଆ ୟୁଜର୍ସମାନେ ବିମାନ ସେବାକୁ ସମାଲୋଚନା କରିଥିଲେ ଏବଂ ଏହାକୁ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe