ମୁମ୍ବାଇ : ବଲିଉଡ୍ ଅଭିନେତା ରଣବୀର ସିଂହ କିଛିଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୬ ତାରିଖରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଯେଉଁ ଅବସରରେ ପଦ୍ମାବତ୍ ଷ୍ଟାର ରଣବୀର୍ ସିଂହଙ୍କୁ ଅନେକ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ, ବଲିଉଡ୍ର ସୁପରଷ୍ଟାର୍ ଅକ୍ଷୟ କୁମାର ମଧ୍ୟ ତାଙ୍କର ଟ୍ଵିଟ୍ର ଆକାଉଣ୍ଟ୍ ଜରିଆରେ ଅଭିନେତା ରଣବୀର୍ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ତେବେ ଗୁରୁବାର ରାତିରେ ଅଭିନେତା ରଣବୀର୍ ସିଂହ ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ତରଫରୁ ତାଙ୍କ ଲାଗି ଜନ୍ମଦିନ ଅବସରରେ ଆସିଥିବା ଶୁଭେଚ୍ଛାର ପ୍ରତିକ୍ରିୟାରେ ପିଲାଟିଦିନରୁ ସେ ଅଭିନେତା ଅକ୍ଷୟଙ୍କୁ ଅନୁସରଣ କରୁଥିବା ସ୍ୱୀକାର କରିଛନ୍ତି । ଯେଉଁଥିରେ ରଣବୀର୍ ଲେଖିଛନ୍ତି କି ପିଲାଟି ବେଳୁ ବଡ଼ହେଲା ଯାଏଁ ସେ ଅଭିନେତା ଅକ୍ଷୟ କୁମାରଙ୍କ ଭଳି ହେବାକୁ ଇଛାପ୍ରକାଶ କରୁଥିଲେ। ଏଥିସହିତ ସେ ଅକ୍ଷୟ ସାର୍ଙ୍କୁ ବହୁତ ଭଲପାଆନ୍ତି ବୋଲି ମଧ୍ୟ ପ୍ରକାଶ କରିଥିଲେ।
ରଣବୀରଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇବାକୁ ଯାଇ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ରଣବୀରଙ୍କ ଉଦ୍ଦେଶ୍ୟରେ ତାଙ୍କର ଟ୍ଵିଟ୍ର ଜରିଆରେ ରଣବୀର୍ଙ୍କୁ ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ବ୍ୟକ୍ତି କହିବା ସହିତ ସର୍ବଦା ତୁମ ଚେହେରା ଆନନ୍ଦ ଜନ୍ମାଇଥାଏ ବୋଲି ଲେଖିଥିଲେ। ତେବେ ଅକ୍ଷୟଙ୍କର ଏହି ସ୍ନେହପୂର୍ଣ୍ଣ କଥାର ପ୍ରତିକ୍ରିୟାରେ ଅଭିନେତା ରଣବୀର୍ ଏପରି ଲେଖିଛନ୍ତି।
Follow Us