ରାଉରକେଲା: ସ୍ମାର୍ଟସିଟି ରାଉରକେଲାରେ ଲଜ୍ଜା। ୮ ବର୍ଷର ଶିଶୁକନ୍ୟାଙ୍କୁ ପଡ଼ୋଶୀଙ୍କ ଦୁଷ୍କର୍ମ ଉଦ୍ୟମ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ। ପୁଲିସ ମାମଲା ରୁଜୁ କରି ଘଟଣାର ତନାଘନା ଆରମ୍ଭ କରିଛି।
ପୁଲିସ ସୂଚନାନୁଯାୟୀ, ୮ ବର୍ଷର ଶିଶୁକନ୍ୟା ଜଣକ ଅଭିଯୁକ୍ତଙ୍କ ଭଉଣୀ ପାଖରେ ଟ୍ୟୁସନ୍ ହୁଅନ୍ତି। ସବୁଦିନ ଭଳି ରବିବାର ସନ୍ଧ୍ୟାରେ ମଧ୍ୟ ଶିଶୁକନ୍ୟା ଟ୍ୟୁସନ ପଢ଼ିବାକୁ ଯାଇଥିଲେ। ସେତେବେଳେ ଘରେ ଟ୍ୟୁସନ୍ ଦିଦି ନଥିଲେ। ଗୋଟିଏ ରୁମ୍ରେ ଅଭିଯୁକ୍ତ ଯୁବକ ଏବଂ ଅନ୍ୟ ରୁମ୍ରେ ତାଙ୍କ ବାପା ଥିଲେ। ଶିଶୁକନ୍ୟାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତ ଜଣକ ଅଶୋଭନୀୟ ବ୍ୟବହାର କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏହି ଘଟଣା ପରେ ଶିଶୁକନ୍ୟା ଦୌଡ଼ି ପଳାଇଥିଲେ। ଘରକୁ ଯାଇ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ତାପରେ ଶିଶୁକନ୍ୟାଙ୍କ ପରିବାର ଲୋକେ ଆସି ଅଭିଯୁକ୍ତଙ୍କ ଘରେ ଜଣାଇଥିଲେ। ଘଟଣା ସମ୍ପର୍କରେ ଶୁଣିବା ପରେ ଅଭିଯୁକ୍ତକୁ ଭଉଣୀ ଓ ବାପା ମାରଧର କରିଥିଲେ। ଭଉଣୀଙ୍କ ଠାରୁ ମାଡ଼ ଖାଇ ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରି ୩ ମହଲାରୁ ଡେଇଁ ପଡ଼ିଥିଲା। ସୌଭାଗ୍ୟବଶତଃ ତଳେ ଠିଆ ହୋଇଥିବା ଏକ ବାଇକ୍ ଉପରେ ସେ ପଡ଼ିଥିଲା। ତାଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଥିଲା। ଏନେଇ ପୀଡ଼ିତାଙ୍କ ପରିବାରଲୋକେ ରବିବାର ରାତିରେ ଥାନାରେ ଏକ ଏତଲା ଦେଇଥିଲେ।
୮ ବର୍ଷର ଶିଶୁକନ୍ୟା ଜଣକ ଅଭିଯୁକ୍ତଙ୍କ ଭଉଣୀ ପାଖରେ ଟ୍ୟୁସନ୍ ହୁଅନ୍ତି। ସବୁଦିନ ଭଳି ରବିବାର ସନ୍ଧ୍ୟାରେ ମଧ୍ୟ ଶିଶୁକନ୍ୟା ଟ୍ୟୁସନ ପଢ଼ିବାକୁ ଯାଇଥିଲେ। ସେତେବେଳେ ଘରେ ଟ୍ୟୁସନ୍ ଦିଦି ନଥିଲେ। ଗୋଟିଏ ରୁମ୍ରେ ଅଭିଯୁକ୍ତ ଯୁବକ ଏବଂ ଅନ୍ୟ ରୁମ୍ରେ ତାଙ୍କ ବାପା ଥିଲେ। ଶିଶୁକନ୍ୟାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତ ଜଣକ ଅଶୋଭନୀୟ ବ୍ୟବହାର କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏହି ଘଟଣା ପରେ ଶିଶୁକନ୍ୟା ଦୌଡ଼ି ପଳାଇଥିଲେ। ଘରକୁ ଯାଇ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ତାପରେ ଶିଶୁକନ୍ୟାଙ୍କ ପରିବାର ଲୋକେ ଆସି ଅଭିଯୁକ୍ତଙ୍କ ଘରେ ଜଣାଇଥିଲେ। ଘଟଣା ସମ୍ପର୍କରେ ଶୁଣିବା ପରେ ଅଭିଯୁକ୍ତକୁ ଭଉଣୀ ଓ ବାପା ମାରଧର କରିଥିଲେ। ଭଉଣୀଙ୍କ ଠାରୁ ମାଡ଼ ଖାଇ ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରି ୩ ମହଲାରୁ ଡେଇଁ ପଡ଼ିଥିଲା। ସୌଭାଗ୍ୟବଶତଃ ତଳେ ଠିଆ ହୋଇଥିବା ଏକ ବାଇକ୍ ଉପରେ ସେ ପଡ଼ିଥିଲା। ତାଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଥିଲା। ଏନେଇ ପୀଡ଼ିତାଙ୍କ ପରିବାରଲୋକେ ରବିବାର ରାତିରେ ଥାନାରେ ଏକ ଏତଲା ଦେଇଥିଲେ।
ସୋମବାର ତଦନ୍ତକାରୀ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ତନାଘନା ଚଳାଇଛନ୍ତି। ଅନ୍ୟପକ୍ଷରେ ଗୁରୁତର ଅଭିଯୁକ୍ତକୁ ଆର୍ଜିଏଚ୍ରେ ଜଣେ ଗାର୍ଡଙ୍କ ନିରୀକ୍ଷଣରେ ରଖାଯାଇଛି। ତାଙ୍କ ସ୍ବାସ୍ଥ୍ୟା​ବସ୍ଥାରେ ସୁଧାର ଆସିଲେ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପ୍ଲାଣ୍ଟସାଇଟ୍ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
crime
Follow Us