ଟୁସୁ ଯାତ୍ରାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

Advertisment

ଟୁସୁଯାତ୍ରା‌ରେ ଦୁଷ୍କର୍ମଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଟୁସୁଯାତ୍ରାର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀ ଆୟୋଜକ କମିଟିକୁ ଦାୟୀ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଗୁରୁବାର ନୂଆଗାଁ ବ୍ଲକ ଅନ୍ତର୍ଗତ ତେତେରକେଲାରେ ଟୁସୁମେଲଣ ଆୟୋଜନ କରାଯାଇଥିଲା।

ଟୁସୁଯାତ୍ରା‌ରେ ଦୁଷ୍କର୍ମଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଟୁସୁଯାତ୍ରାର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀ ଆୟୋଜକ କମିଟିକୁ ଦାୟୀ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଗୁରୁବାର ନୂଆଗାଁ ବ୍ଲକ ଅନ୍ତର୍ଗତ ତେତେରକେଲାରେ ଟୁସୁମେଲଣ ଆୟୋଜନ କରାଯାଇଥିଲା।

rape

ରାଉରକେଲା: ଭାଇ ସହ ଟୁସୁଯାତ୍ରା ଦେଖବାକୁ ଯାଇଥିବା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଗୁରୁବାର ନୂଆଗାଁ ବ୍ଲକ ଅନ୍ତର୍ଗତ ତେତେରକେଲାରେ ଆାୟୋଜିତ ଟୁସୁ ମେଲଣରେ ଏମିତି ଅଭବାନୀୟ ଘଟଣା ଘଟିଛି। ବିଶ୍ରା ଡାକ୍ତରଖାନାରେ ଡାକ୍ତରୀମାଇନା ପରେ ପୁଲିସ ପୀଡିତା ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଟୁସୁଯାତ୍ରା‌ରେ ଦୁଷ୍କର୍ମଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଟୁସୁଯାତ୍ରାର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀ ଆୟୋଜକ କମିଟିକୁ ଦାୟୀ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଗୁରୁବାର ନୂଆଗାଁ ବ୍ଲକ ଅନ୍ତର୍ଗତ ତେତେରକେଲାରେ ଟୁସୁମେଲଣ ଆୟୋଜନ କରାଯାଇଥିଲା।

ଦିନ ୩ଟାରୁ ମେଲଣ ଆରମ୍ଭ ହୋଇ ସଂଧ୍ୟାରେ ସରିଥିଲା। ପରେପରେ ଟୁସୁଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକା ତାଙ୍କ ଭାଇଙ୍କ ସହ ମେଲଣ ଓ ଯାତ୍ରା ଦେଖିବାକୁ ସଂଧ୍ୟାରେ ତେତେରକେଲା ଆସିଥିଲେ। ମେଲଣ ଦେଖିବା ପରେ ଭାଇଭଉଣୀ ଟୁସୁଯାତ୍ରାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖୁଥିଲେ। ରାତି ପ୍ରାୟ ୧ଟାରେ ଶୀତ ଲାଗିବାରୁ ଯାତ୍ରାସ୍ଥଳଠୁ କିଛି ଦୂରରେ ଜଳୁଥିବା ନିଆଁ ପାଖକୁ ଯାଇଥିଲେ। ଭାଇଭଉଣୀ ଦୁହେଁ ନିଛାଟିଆ ସ୍ଥାନରେ ନିଆଁ ପୋଉଁଥିବା ଦେଖି ଯାତ୍ରା ଦେଖି ଆସିଥିବା କିଛି ଯୁବକ ସେଠାରେ ପହଞ୍ଚିଥିଲେ। ଭାଇକୁ ଧକମଚମକ ଦେଇ ସେଠାରୁ ବିଦା କରି ଦେଇଥିଲେ। ନାବାଳିକାଙ୍କୁ ସେଠାରୁ ଜୋରଜବରଦସ୍ତ ନିଚ୍ଛାଟିଆ ଅନ୍ଧାରୁଆ ସ୍ଥାନକୁ ଉଠାଇ ନେଇଥିଲେ। ସେଠାରେ ଜଣକ ପରେ ଜଣେ ଗଣଦୁଷ୍କର୍ମ କରିବା ସହ ଧମକଚମକ ଦେଇ ଛାଡ଼ି ଦେଇଥିଲେ। ନାବାଳିକା ଭାଇଙ୍କ ସହ ଘରେ ପହଞ୍ଚି ସମସ୍ତ କଥା କହିଥିଲେ। ପରେ ପରିବାର ଲୋକ ଥାନାରେ ଲିଖିତ ଏତଲା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe