ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌

Advertisment

ମାଓବାଦୀ ନାଁରେ ପୀଡ଼ିତାଙ୍କୁ ଗାଁରୁ ଉଠାଇ ନେଇଥିଲା ଅଭିଯୁକ୍ତ

ମାଓବାଦୀ ନାଁରେ ପୀଡ଼ିତାଙ୍କୁ ଗାଁରୁ ଉଠାଇ ନେଇଥିଲା ଅଭିଯୁକ୍ତ

ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରି ଘଟଣା: ସୁପରଭାଇଜରଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ

Image Courtesy of India Today

ରାଉରକେଲା: କେ.ବଲାଙ୍ଗ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକା(୧୬)ଙ୍କୁ ମାଓବାଦୀ ନାଁରେ ଧମକଚମକ ଦେଇଥିଲା। ପରେ ନାବାଳିକାଙ୍କୁ ଟେକି ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିଲା ସଞ୍ଜୀବ ବାର୍ଲା(୩୦)। ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଜଜ୍ ତଥା ପ୍ରିଜାଇଡିଂ ଅଫିସର(ପକ୍ସୋ କୋର୍ଟ, ସୁନ୍ଦରଗଡ଼) ପାର୍ଥ ସାରଥୀ ପଟ୍ଟନାୟକ ସଞ୍ଜୀବ ବାର୍ଲାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଭାରତୀୟ ଦଣ୍ଡବିଧି ଧାରା ୩୬୬(ଏ) ଓ ୩୭୬ରେ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଏକ ବର୍ଷ ଅଧିକ କାରାବାସର ଆଦେଶ ଦେଇଛନ୍ତି। ପୀଡ଼ିତାର ସଠିକ୍‌ ବୟାନ ଓ ୧୨ ଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତିକରି ଓ ପୁଲିସର ସବିଶେଷ ତଦନ୍ତ ରିପୋର୍ଟକୁ ଆଧାର କରି ବିଚାରପତି ଏହି ରାୟ ପ୍ରକାଶ କରିଛନ୍ତି। ଏହାସହ ବିଚାରପତି ରାୟରେ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅବଦୁଲ ସମୀମ ଅଖତର ମାମଲା ପରିଚାଳନା କରିଥିଲେ।
ଏହି ଘଟଣା ଘଟିଥିଲା ଗତ ୨୦୧୪ ମସିହା ଡିସେମ୍ବର ୧ ତାରିଖ ରାତିରେ। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲ ଢ଼ିପାଟୋଲିର ମୂଳବାସିନ୍ଦା ତଥା କେ.ବଲାଙ୍ଗ ଥାନା ଅନ୍ତର୍ଗତ ସାନବାଲିଯୋରୀରେ ରହୁଥିବା ସଞ୍ଜୀବ ବାର୍ଲା(୩୦) ସେଠାକାର ଏକ ଗାଁକୁ ପଶିଥିଲା। ନିଜକୁ ମାଓବାଦୀ ପରିଚୟ ଦେଇଥିଲା। ଏହାସହ ମାଓବାଦୀଙ୍କ ପାଇଁ ରୋଷେଇ କରିବାକୁ କିଛି ନାବାଳିକାଙ୍କୁ ତା’ ସହ ପଠାଇବାକୁ ଗାଁ ଲୋକଙ୍କୁ କହିଥିଲା। ଦୀର୍ଘ ସମୟଧରି ଧମକଚମକ ଦେବାପରେ ଉକ୍ତ ଗାଁର ପୀଡ଼ିତା(୧୬)ଙ୍କ ସହ ଅନ୍ୟ ଦୁଇ ଜଣ ନାବାଳିକାକୁ ନେଇଯାଇଥିଲା। ଉକ୍ତ ରାତିରେ ଅଭିଯୁକ୍ତ ଦୁଇ ନାବାଳିକାଙ୍କୁ ସ୍ଥାନୀୟ କୁରାଢ଼ିନାଲା ପାଖରେ ଛାଡ଼ି ପୀଡ଼ିତାଙ୍କୁ ବାଜେନିଆ(ଉଞ୍ଚିବାଲି)ର ଏକ ଜଙ୍ଗଲକୁ ନେଇଯାଇଥିଲା। ସେଠାରେ ସେ ପୀଡ଼ିତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ତା’ପରଦିନ ସକାଳ ପ୍ରାୟ ୬ଟାରେ ପୀଡ଼ିତା ନିଜ ଘରକୁ ଫେରିଆସି ପରିବାରବର୍ଗଙ୍କୁ ଘଟଣା ବିଷୟରେ କହିଥିଲେ। ପରେ କେ.ବଲାଙ୍ଗ ଥାନାରେ ଅଭିଯୋଗ ହେବାପରେ ପୁଲିସ ପକ୍ସୋ ଆକ୍ଟ୍‌ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଘଟଣାର କିଛି ଦିନ ପରେ ପୁଲିସ ଦୁଷ୍କର୍ମକାରୀ ସଞ୍ଜୀବକୁ କେ.ବଲାଙ୍ଗ ମାର୍କେଟ ଅଞ୍ଚଳରୁ ଗିରଫକରି କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe