ଅଜଣା ଗାଡ଼ି ଧକ୍କାରେ ବିରଳ ପ୍ରଜାତିର ବନ୍ୟଜନ୍ତୁ ମୃତ

ନିମାପଡ଼ା ବ୍ଲକ ଅଧିନ ନୁହାରକିରି ନିକଟରେ ଅଜଣା ଗାଡ଼ି ଧକ୍କାରେ ବିରଳ ପ୍ରଜାତିର ବନ୍ୟଜନ୍ତୁ ମୃତ।ଆଜି ସକାଳ ସମୟରେ ଘନ କୁହୁଡି ପାଇଁ ଅଜଣା ଜନ୍ତୁଟି ରାସ୍ତା ଅତିକ୍ରମ କରୁଥିବା ସମୟରେ ଏକ ହାଇୱା ତାକୁ ଧକ୍କା ଦେଇଥିଲା।ଫଳରେ ଜନ୍ତୁଟିର ମୃତ୍ୟୁ ଘଟିଥିଲା।

zxc

ବାମନାଳ:ନିମାପଡ଼ା ବ୍ଲକ ଅଧିନ ନୁହାରକିରି ନିକଟରେ ଅଜଣା ଗାଡ଼ି ଧକ୍କାରେ ବିରଳ ପ୍ରଜାତିର ବନ୍ୟଜନ୍ତୁ ମୃତ।ଆଜି ସକାଳ ସମୟରେ ଘନ କୁହୁଡି ପାଇଁ ଅଜଣା ଜନ୍ତୁଟି ରାସ୍ତା ଅତିକ୍ରମ କରୁଥିବା ସମୟରେ ଏକ ହାଇୱା ତାକୁ ଧକ୍କା ଦେଇଥିଲା।ଫଳରେ ଜନ୍ତୁଟିର ମୃତ୍ୟୁ ଘଟିଥିଲା।ବିରଳ ପ୍ରଜାତିର ଜନ୍ତୁଟିର ମୃତ ଦେହ ରାସ୍ତାକଡ଼ରେ ପଡିରହିଥିବା ବେଳେ ତାକୁ ଦେଖିବାକୁ ଆଖପାଖ ଅଞ୍ଚଳ ସହିତ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

ଖବର ପାଇ ବନ ବିଭାଗ କର୍ମଚାରୀ ପ୍ରଦୀପ୍ତ କୁମାର ପ୍ରାଣ୍ରୀଗ୍ରାହୀ ତାଙ୍କ ସହଯୋଗୀମାନେ ସେଠାରେ ପହଞ୍ଚି ଜନ୍ତୁଟିକୁ ଚିହ୍ନଟ କରି ଏହା ହନି ବ୍ୟାଜର ବୋଲି କହିଥିଲେ। ତେବେ ଏହି ପ୍ରଜାତିର ବନ୍ୟଜନ୍ତୁ ଆଫ୍ରିକା ଭଳି ଦେଶରେ ଅଧିକାଂଶ ଦେଖାଯାନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଏହି ବିରଳ ପ୍ରଜାତିର ହନି ବ୍ୟାଜର ଏହି ସ୍ଥାନରେ କୋଉଠୁ ଆସିଲା ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe