ନୂଆଦିଲ୍ଲୀ: ଆଇପିଏଲ ସିଜିନ ୧୮ର ୨୮ତମ ମ୍ୟାଚ୍ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ସୱାଇ ମାନସିଂହ ଷ୍ଟାଡିୟମ (ଜୟପୁର)ରେ ଖେଳାଯାଇଥିଲା । ବେଙ୍ଗାଲୁରୁ ଦଳ ଏହି ମ୍ୟାଚ୍ ରାଜସ୍ଥାନ ବିପକ୍ଷରେ ସବୁଜ ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲା । ଆଜି ଆମେ ଆପଣଙ୍କୁ କହିବୁ ଯେ ଦଳ ଏହି ସ୍ୱତନ୍ତ୍ର ଜର୍ସି କାହିଁକି ପିନ୍ଧେ ଏବଂ ଏହି ଜର୍ସିରେ ଦଳ ଏବଂ ବିରାଟ କୋହଲିଙ୍କ ରେକର୍ଡ କ’ଣ। ଏହା ସେମାନଙ୍କର "ଗୋ ଗ୍ରୀନ୍" ପ୍ରୟାସର ଏକ ଅଂଶ, ଯେଉଁଥିରେ ସେମାନେ ପ୍ରତ୍ୟେକ ସିଜିନରେ ଗୋଟିଏ ମ୍ୟାଚ୍ ପାଇଁ ସବୁଜ କିଟ୍ ପିନ୍ଧି ଖେଳିଥାନ୍ତି । ଏହି ଜର୍ସି ପିନ୍ଧିବାର ଉଦ୍ଦେଶ୍ୟ ହେଉଛି ପରିବେଶକୁ ସଫା ରଖିବା, ଯଥାସମ୍ଭବ ଗଛ ଲଗାଇବା ଇତ୍ୟାଦି।
ମ୍ୟାଚ୍ ପୂର୍ବରୁ ସୋସିଆଲ ମିଡିଆରେ ସୂଚନା ଦେଇ ଆରସିବି ଲେଖିଥିଲା, "ସମସ୍ତ ଆରସିବି ଜର୍ସି ୯୫% କପଡ଼ା ଏବଂ ପଲିଷ୍ଟରରୁ ତିଆରି ହୋଇଥାଏ, ଏବଂ ଏହାକୁ ଅନେକ ଥର ପୁନଃବ୍ୟବହାର କରାଯାଇପାରିବ।" ସବୁଜ କିଟ୍ରେ ଆରସିବିର ରେକର୍ଡ ସେତେଟା ଭଲ ନୁହେଁ। ଦଳଟି ୨୦୧୧ ପରଠାରୁ ସବୁଜ ଜର୍ସି ପିନ୍ଧି ୧୪ଟି ମ୍ୟାଚ୍ ଖେଳିଛି। ଏଥିମଧ୍ୟରୁ ଦଳ କେବଳ ୪ଟି ମ୍ୟାଚ୍ ଜିତିଛି ଯେତେବେଳେ ୯ଟି ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହୋଇଛି ।
ଅନ୍ୟପଟେ ବିରାଟ କୋହଲିଙ୍କ ରେକର୍ଡ ଏଥିରେ ଭଲ ରହିଛି, ସେ ଏହି ସ୍ୱତନ୍ତ୍ର କିଟ୍ରେ ୧୩ଟି ମ୍ୟାଚ୍ ଖେଳିଛନ୍ତି। ସେ ଏହି ଜର୍ସିରେ ୪ଟି ଅର୍ଦ୍ଧଶତକ ଏବଂ ୧ ଶତକ ମଧ୍ୟ ଖେଳିଛନ୍ତି।
Follow Us