RCB's victory : ଆରସିବିର ବିଜୟବାନା ଉଡ଼ାଇଚାଲ! ଚାମ୍ପିୟନ ଦଳକୁ ବିରାଟଙ୍କ ଶୁଭେଚ୍ଛା

Advertisment

ବଡ଼ୋଦରରା ବିସିଏ ଷ୍ଟାଡିୟମ୍‌ରେ ଗୁରୁବାର ରାତିରେ ଖେଳାଯାଇଥିବା ମହିଳା ପ୍ରିମିୟର ଲିଗ୍‌ର ଫାଇନାଲ୍‌ରେ ରୟାର ଚ୍ୟାଲେଞ୍ଜର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚାମ୍ପିୟନ ହୋଇଛି। ଏହା ପରେ ସ୍ମତି ମାନ୍ଧାନାଙ୍କ ନେତୃତ୍ବାଧୀନ ଏହି ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଦଳ ପାଇଁ ସବୁଠାରୁ ମୂଲ୍ୟବାନ ଶୁଭେଚ୍ଛା ଆସିଛି ମହାନ ଭାରତୀୟ ବ୍ୟାଟର ତଥା ପୁରୁଷ ଆରସିବି ଦଳର ସଦସ୍ୟ ବିରାଟ କୋହଲି।

06bbs_1_06022026_112

ବଡ଼ୋଦରା : ବଡ଼ୋଦରରା ବିସିଏ ଷ୍ଟାଡିୟମ୍‌ରେ ଗୁରୁବାର ରାତିରେ ଖେଳାଯାଇଥିବା ମହିଳା ପ୍ରିମିୟର ଲିଗ୍‌ର ଫାଇନାଲ୍‌ରେ ରୟାର ଚ୍ୟାଲେଞ୍ଜର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚାମ୍ପିୟନ ହୋଇଛି। ଏହା ପରେ ସ୍ମତି ମାନ୍ଧାନାଙ୍କ ନେତୃତ୍ବାଧୀନ ଏହି ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଦଳ ପାଇଁ ସବୁଠାରୁ ମୂଲ୍ୟବାନ ଶୁଭେଚ୍ଛା ଆସିଛି ମହାନ ଭାରତୀୟ ବ୍ୟାଟର ତଥା ପୁରୁଷ ଆରସିବି ଦଳର ସଦସ୍ୟ ବିରାଟ କୋହଲି।

ଆରସିବିର ବିଜୟ ପରେ କୋହଲି ନିଜ ଇନଷ୍ଟାଗ୍ରାମ୍‌ରେ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ "ପୁଣି ଥରେ ଚାମ୍ପିୟନ। ଆରସିବିର ବିଜୟବାନା ଉଡ଼ାଇଚାଲ, ଏହା ଏମିତି ଏକ ସଫଳତା ଯାହା ପାଇଁ ଆପଣମାନେ ସମସ୍ତେ ଗର୍ବ ଅନୁଭବ କରିପାରିବ। ଏହି ବିଜୟ ପାଇଁ ସ୍ମୃତି ମାନ୍ଧାନା ଓ ଦଳର ସବୁ ସଦସ୍ୟ, ପରିଚାଳନା ସଦସ୍ୟମାନଙ୍କୁ ଅଭିନନ୍ଦନ, ଆପଣମାନେ ଏଥିପାଇଁ ଯୋଗ୍ୟ। ଏହି ଚମତ୍କାର ସମୟକୁ ଉପଭୋଗ କର ଓ ଆମେ ପ୍ରସଂଶକମାନଙ୍କ ଭଲପାଇବାକୁ ଗ୍ରହଣ କର"।

ଫାଇନାଲ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ଆରସିବି ଆଗରେ ୨୦୪ ରନର ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ଆରସିବି ୧୯.୪ ଓଭରରେ ୨୦୪ ରନ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳପକ୍ଷରୁ ସ୍ମୃତି ମାନ୍ଧାନ ୮୭ ରନ ଓ ଜର୍ଜିଆ ଭଲ୍ ୭୯ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe