ଏମପି ପ୍ରାର୍ଥୀଙ୍କୁ ଭୋଟ ଦେଲେ ଏମଏଲଏ ପ୍ରାର୍ଥୀଙ୍କ ନିକଟକୁ ଯାଉଥିଲା , ୪ଟି ବୁଥରେ ସାନି ନିର୍ବାଚନ ପାଇଁ ସୁପାରିଶ

Advertisment

ଇଭିଏମ ତ୍ରୁଟି ନୁହେଁ, ନିର୍ବାଚନ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ଭୁଲ କନେକ୍ସନ ହୋଇଥିଲା: ସିଇଓ

ଇଭିଏମ ତ୍ରୁଟି ନୁହେଁ, ନିର୍ବାଚନ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ଭୁଲ କନେକ୍ସନ ହୋଇଥିଲା: ସିଇଓ

ଏମପି ପ୍ରାର୍ଥୀଙ୍କୁ ଭୋଟ ଦେଲେ ଏମଏଲଏ ପ୍ରାର୍ଥୀଙ୍କ ନିକଟକୁ ଯାଉଥିଲା , ୪ଟି ବୁଥରେ ସାନି ନିର୍ବାଚନ ପାଇଁ ସୁପାରିଶ

ଭୁବନେଶ୍ୱର: ଆଜି ରାଜ୍ୟରେ ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବାବେଳେ ୪ଟ ବୁଥରେ ଇଭିଏମର ଭୁଲ ସଂଯୋଗ ଫଳରେ ଭୋଟ ଦାନ ପ୍ରଭାବିତ ହେବାରୁ ସେଠାରେ ଭୋଟ ଦାନକୁ ବାତିଲ କରାଯିବା ସହ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଭାରତର ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରିଛନ୍ତି । ଏହି ୪ଟି ବୁଥ ହେଲା ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀର ୧୨୯ ନମ୍ବର ବୁଥ, ସୁନ୍ଦରଗଡ଼ ବିଧାନସଭା ମଣ୍ଡଳୀର ୨୧୩ ନମ୍ବର ବୁଥ, ଦଶପଲ୍ଲା ବିଧାନସଭା ମଣ୍ଡଳୀର ୨୧୦ ନମ୍ବର ବୁଥ ଓ ୨୨୨ ନମ୍ବର ବୁଥ ।

ଏ ସଂପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଯେ ଏସବୁ ବୁଥରେ ଭିଏମରେ ତ୍ରୁଟି ଯୋଗୁଁ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । କିନ୍ତୁ ଆରମ୍ଭ ହେବାର କିଛି ସମୟ ପରେ ପୁଣି ଥରେ ତ୍ରୁଟି ଦେଖାଯିବାରୁ ରିଟର୍ଣ୍ଣିଂ ଅଫିସର ଇଭିଏମ ଓ ଭିଭିପ୍ୟାଟ୍‌ ମେସିନକୁ ବଦଳାଇଥିଲେ । କିନ୍ତୁ ଏହି ମେସିନ ବଦଳାଇଥିବା ଅଧିକାରୀମାନେ ଭୁଲରେ ଲୋକସଭା ଭୋଟ ପାଇଁ ଉଦ୍ଦିଷ୍ଟ ଭିଭିପାଟ ମେସିନକୁ ବିଧାନସଭାରେ ଓ ବିଧାନସଭା ଭୋଟ ପାଇଁ ଉଦ୍ଦିଷ୍ଟ ମେସିନକୁ ଲୋକସଭା ଯୋଡ଼ି ଦେଇଥିଲେ । ଏହା ଫଳରେ ଲୋକମାନେ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାହା ସାଂସଦ ପ୍ରାର୍ଥୀ ମାନଙ୍କୁ ଯାଉଥିଲା । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବାରୁ ସେଠାରେ ଭୋଟଗ୍ରହଣକୁ ବାତିଲ କରାଯିବା ସହ ପୁନଃ ଭୋଟଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରିଛନ୍ତି ।

ଏହା ସହିତ ଏହି ତ୍ରୁଟି କରିଥିବା ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁପାରିଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe