୮୯ ବର୍ଷ ବୟସରେ ୨ ମିନିଟ୍‌ ଶୀର୍ଷାସନ, ଗିନିଜ୍‌ ରେକର୍ଡ ପାଇଁ ଈଶ୍ବର ଗୁପ୍ତାଙ୍କ ଉଦ୍ୟମ

ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ୍ସରେ ନାଁ ଲିପିବଦ୍ଧ କରିବାକୁ ଦୀର୍ଘ ସମୟଧରି ଶୀର୍ଷାସନ କରିଛନ୍ତି ସ୍ଥାନୀୟ କୋଏଲନଗର ଈଶ୍ବର ନାଥ ଗୁପ୍ତା। ଶ୍ରୀ ଗୁପ୍ତାଙ୍କ ବୟସ ୮୯ ବର୍ଷ ୪ ଦିନ।

bh

ରାଉରକେଲା: ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ୍ସରେ ନାଁ ଲିପିବଦ୍ଧ କରିବାକୁ ଦୀର୍ଘ ସମୟଧରି ଶୀର୍ଷାସନ କରିଛନ୍ତି ସ୍ଥାନୀୟ କୋଏଲନଗର ଈଶ୍ବର ନାଥ ଗୁପ୍ତା। ଶ୍ରୀ ଗୁପ୍ତାଙ୍କ ବୟସ ୮୯ ବର୍ଷ ୪ ଦିନ। ସେ ରବିବାର ସକାଳେ ସ୍ଥାନୀୟ ସେକ୍ଟର-୨ ଉତ୍କଳ ଯୋଗ କେନ୍ଦ୍ରରେ ୨ ମିନିଟ୍‌ଧରି ଶୀର୍ଷାସନ କରିଥିଲେ। ସେ ସର୍ବାଧିକ ବୟସ୍କ (ପୁରୁଷ) ବର୍ଗରେ ଏହି ରେକର୍ଡ ହାସଲ କରିବାକୁ ଉଦ୍ୟମ କରିଛନ୍ତି।  ପ୍ରଦର୍ଶନ ପୂର୍ବ ରେକର୍ଡକୁ ପଛରେ ପକାଇ ଦେଇଛି। ଏହି ବୟସ ବର୍ଗରେ ପୂର୍ବ ରେକର୍ଡ ମାତ୍ର ୧୦ ସେକେଣ୍ଡ୍‌ ଥିଲା। ଏ ସଂକ୍ରାନ୍ତୀୟ ଭିଡିଓପ୍ରୁଫ୍‌ ଓ ଅନ୍ୟାନ୍ୟ କାଗଜପତ୍ରର ତର୍ଜମାପରେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ୍ସ କର୍ତ୍ତୃପକ୍ଷ ଏନେଇ ବିଧିବଦ୍ଧ ଘୋଷଣା କରିବେ।

ଈଶ୍ବର ନାଥ ଗୁପ୍ତାଙ୍କ ବୟସ ୮୯ ବର୍ଷ ୪ ଦିନ। ସେ ରବିବାର ସକାଳେ ସ୍ଥାନୀୟ ସେକ୍ଟର-୨ ଉତ୍କଳ ଯୋଗ କେନ୍ଦ୍ରରେ ୨ ମିନିଟ୍‌ଧରି ଶୀର୍ଷାସନ କରିଥିଲେ। ସେ ସର୍ବାଧିକ ବୟସ୍କ (ପୁରୁଷ) ବର୍ଗରେ ଏହି ରେକର୍ଡ ହାସଲ କରିବାକୁ ଉଦ୍ୟମ କରିଛନ୍ତି।  ପ୍ରଦର୍ଶନ ପୂର୍ବ ରେକର୍ଡକୁ ପଛରେ ପକାଇ ଦେଇଛି। ଏହି ବୟସ ବର୍ଗରେ ପୂର୍ବ ରେକର୍ଡ ମାତ୍ର ୧୦ ସେକେଣ୍ଡ୍‌ ଥିଲା। ଏ ସଂକ୍ରାନ୍ତୀୟ ଭିଡିଓପ୍ରୁଫ୍‌ ଓ ଅନ୍ୟାନ୍ୟ କାଗଜପତ୍ରର ତର୍ଜମାପରେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ୍ସ କର୍ତ୍ତୃପକ୍ଷ ଏନେଇ ବିଧିବଦ୍ଧ ଘୋଷଣା କରିବେ।

ଉଲ୍ଲେଖଯୋଗ୍ୟ, ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ଅଧିକାରୀ ଶ୍ରୀ ଗୁପ୍ତା ଚାକିରିରୁ ଅବସରପରେ ଗତ ୩୫ ବର୍ଷ ହେଲା କ୍ରିୟାଯୋଗ ପ୍ରଶିକ୍ଷଣ ଦେଉଛନ୍ତି। ଗତ ୨୦୨୩  ଜାନୁଆରି ୧ ତାରିଖରେ ସାଢ଼େ ୭ ମିନିଟଧରି ଶୀର୍ଷାସନ କରିଥିଲେ।

rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe