ପ୍ରଥମ ପର୍ଯ୍ୟାୟରେ ମତଦାନ ବିଭ୍ରାଟ ପ୍ରସଙ୍ଗ: ୧୮ରେ ଓଡ଼ିଶାର ୨ଟି ବୁଥରେ ହେବ ସାନି ମତଦାନ

Advertisment
ରିଟର୍ଣ୍ଣିଂ ଅଫିସରଙ୍କ ଦୁଇଦିନିଆ ଭୋଟଗଣତି ତାଲିମ କର୍ମଶାଳା ଉଦଯାପିତ

Telanganaheadlines.in

ଭୁବନେଶ୍ୱର: ଓଡ଼ିଶାରେ ଦୁଇଟି ବୁଥରେ ସାନି ମତଦାନ ହେବ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିଭ୍ରାଟ ହୋଇଥିବା ମତଦାନକୁ ଦୃଷ୍ଟିରେ ରଖି ଆଗାମୀ ଏପ୍ରିଲ ୧୮ରେ ରାଜ୍ୟର ୨ଟି ସ୍ଥାନରେ ସାନି ମତଦାନ ହେବ। ସୂଚନା ଅନୁସାରେ ଗତ ୧୧ ତାରିଖରେ ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ମାଲକାନଗିରି ଜିଲ୍ଲାର ଏମପିଭି-୬୫ ଓ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ବ୍ରହ୍ମପୁର ସିଟି ହାଇସ୍କୁଲରେ ମତଦାନ ବିଭ୍ରାଟ ହେବା ନେଇ ଅଭିଯୋଗ ହୋଇଥିଲା।

ଏପ୍ରିଲ ୧୮ ସକାଳ ୭ଟାରୁ ଏମପିଭି-୬୫ର ବୁଥ ନମ୍ବର ୨୫୪ରେ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୪ଟା ଯାଏଁ ମତଦାନ ଚାଲି ରହିବ। ସେହିଭଳି ବ୍ରହ୍ମପୁର ସିଟି ହାଇସ୍କୁଲର ୬୩ ନମ୍ବର ବୁଥରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe