ପ୍ରକାଶ ପାଇଲା ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ ବାର୍ଷିକ ପରୀକ୍ଷା ଫଳ

Advertisment

ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍ନାତକରେ ୧୦୧୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ୭୮୬ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍ନାତକରେ ୧୦୧୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ୭୮୬ ଜଣ କୃତକାର୍ଯ୍ୟ ହୋଇଛନ୍ତି।

vg

ଭଦ୍ରକ: ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍ନାତକରେ ୧୦୧୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ୭୮୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ପାସ ହାର ୭୭.୪% ହୋଇଛି। କଳା ବିଭାଗ ରେ ୮୭.୪%, ବାଣିଜ୍ୟ  ବିଭାଗରେ ୬୫.୫% ,ବିଜ୍ଞାନ ବିଭାଗ ରେ ୭୨.୭%  ଏବଂ ସେଲ୍ଫ ଫାଇନାନ୍ସ ବିଭାଗ ରେ ୮୧.୧% ପାସ ହାର ହୋଇଛି।

କଳା ବିଭାଗରେ ଗୃହ ବିଜ୍ଞାନ ଛାତ୍ରୀ ଶୁଭଲକ୍ଷ୍ମୀ ବେହେରା ୮୭.୭%, ବିଜ୍ଞାନ ବିଭାଗରେ ରସାୟନ ବିଭାଗର ଛାତ୍ରୀ ସୁଶ୍ରୀ ଦେବୀଦତ୍ତା ଦିବ୍ୟଜ୍ୟୋତି ୮୯.୧୩% ,ବାଣିଜ୍ୟ ବିଭାଗରେ ଅନୁଶ୍ରୀ  ଗୁପ୍ତା ୮୮.୪୪% ଏବଂ ସେଲ୍ଫ ଫାଇନାନ୍ସ ବିଭାଗ ରେ ବିସିଏ  ବିଭାଗର ଛାତ୍ର ରୁଦ୍ରଦେବ ବେହେରା ୮୬.୧୮% ରଖି ଟପ୍ପର ହୋଇଛନ୍ତି  ଓ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶ୍ରେଷ୍ଠ ସ୍ନାତକ ଭାବରେ ବିଜ୍ଞାନ ବିଭାଗର ରସାୟନ ବିଭାଗ ଛାତ୍ରୀ ସୁଶ୍ରୀ ଦେବୀଦତ୍ତା ଦିବ୍ୟଜ୍ୟୋତି ବିବେଚିତ ହୋଇଛନ୍ତି ବୋଲି ଅଧ୍ୟକ୍ଷ ଡ଼ ଦୁର୍ଗା ଶଙ୍କର ଦାସ ସୂଚନା ଦେଇଛନ୍ତି।

ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମୃତ୍ୟୁଞ୍ଜୟ ଦାସ, ଉପ ପରୀକ୍ଷା ନିୟନ୍ତ୍ରକ ଡ଼ ଅଜିତ୍ କୁମାର ଦାସ, ଡ଼ ପ୍ରତାପ ଚନ୍ଦ୍ର ସାହୁ, ଡ଼ ପଦ୍ମନାଭ ମହାନ୍ତି, ରସାୟନ ବିଭାଗର ମୁଖ୍ୟ ଡ଼ ପଦ୍ମନାଭ ପତ୍ରୀ, ଡ଼ ଲକ୍ଷ୍ମୀକାନ୍ତ ନାୟକ, ଡ଼ ସନ୍ତୋଷ କୁମାର ସେଠୀ, ଡ଼ କମଳାକାନ୍ତ ଜେନା, ସୁରେଶ ଚନ୍ଦ୍ର ରାଉତ ,ମଦନ ମୋହନ ବିନ୍ଧାଣୀ, ସତ୍ୟଶିବ ସୁନ୍ଦର ସାମଲ ଓ ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ପରୀକ୍ଷା ଫଳ ପ୍ରକାଶ ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe