ମଲୟାଲମ ଅଭିନେତ୍ରୀ ବରିଷ୍ଠ ଅଭିନେତାଙ୍କ ବିରୋଧର ଆଣିଲେ ସଙ୍ଗୀନ ଅଭିଯୋଗ

‌ଯୌନ ନିର୍ଯାତନା ଅଭିଯୋଗ ପରେ ପଦରୁ ଇସ୍ତଫା ‌ଦେଇ ଆସୋସିଏସନ ଅଫ ମଲୟାଲମ ମୁଭି ଆର୍ଟିଷ୍ଟର ମହାସଚିବ ସିଦ୍ଦିକି କହିଲେ ମୋ ବିରୋଧରେ ଅଭିଯୋଗ ହେବାରୁ ଏଭଳି ନିଷ୍ପତ୍ତି ନେଇଛି

ଅଦ୍ୟତନ ହୋଇଛି
୧୫୬

ନୂଆଦିଲ୍ଲୀ: ଜଷ୍ଟିସ ହେମା କମେଟିଙ୍କ ରିପୋର୍ଟ ସାମ୍ନାକୁ ଆସିବା ପରେ ସିନେମା ଜଗତରେ ଆଲୋଡନ ଖେଳି ଯାଇଛି। ରିପୋର୍ଟରେ ମଲୟାଲମ ସିନେମା ଇଣ୍ଡଷ୍ଟ୍ରିରେ ମହିଳାଙ୍କୁ ଦିଆଯାଇଥିବା ଯୌନ ନିର୍ଯାତନା ଓ ‌ଶୋଷଣ ପ୍ରସଙ୍ଗରେ ଉଲ୍ଲେଖ ରହିଛି। 

ଏହି କ୍ରମରେ ମଲୟାଲମ ଅଭିନେତ୍ରୀ ରେୱତି ସମ୍ପତ ବରିଷ୍ଠ ଅଭିନେତା  ତଥା ଆସୋସିଏସନ ଅଫ ମଲୟାଲମ ମୁଭି ଆର୍ଟିଷ୍ଟର ମହାସଚିବ ସିଦ୍ଦିକିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ଅଭିଯୋଗ ପରେ ସିଦ୍ଦିକି ଆସୋସିଏସନ ଅଫ ମଲୟାଲମ ମୁଭି ଆର୍ଟିଷ୍ଟ ପଦରୁ ଇସ୍ତଫା ଦେଇ ଦେଇଛନ୍ତି।  ସେ ଅଧିକାରିକ ଭାବେ ଆସୋସିଏସନ ଅଫ ମଲୟାଲମ ମୁଭି ଆର୍ଟିଷ୍ଟର ଅଧ୍ୟକ୍ଷ ମୋହନଲାଲଙ୍କୁ ନିଜର ଇସ୍ତଫା ଦେଇଛନ୍ତି। 

ସିଦ୍ଦିକି  ଏ ପ୍ରସଙ୍ଗ ଉପରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ହଁ ମୁଁ ଆସୋସିଏସନ ଅଫ ମଲୟାଲମ ମୁଭି ଆର୍ଟିଷ୍ଟର ଅଧ୍ୟକ୍ଷ ମୋହନଲାଲଙ୍କୁ ମୋର ଇସ୍ତଫା ପତ୍ର ଦେଇଛି। କାରଣ ମୋ ବିରୋଧରେ ଅଭିଯୋଗ ହୋଇଥିଲା। ସେଥିପାଇଁ ମୁଁ ଏହି ପଦରେ ରହିବାକୁ ଉଚିତ ମଣିଲି ନାହିଁ।’

ନିକଟରେ ଅଭିନେତ୍ରୀ ସିଦ୍ଦିକିଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, ୨୧ବର୍ଷ ବୟସରେ ମୁଁ ‌ଯୌନ ନିର୍ଯାତନାର ଶିକାର ହୋଇଥିଲି।ଏହି ଘଟଣା ଏକ ମଲୟାଲମ ସିନେମାର ସୁଟିଂ ସମୟରେ ଘଟିଛି।  ଯାହାକି ନିଲା ଥିଏଟରରେ ଦେଖିବାକୁ ମିଳିଥିଲା। ସିଦ୍ଦିକି ମୋତେ ସିନେମା ବିଷୟରେ କଥା ହେବାକୁ ଏକ ହୋଟଲକୁ ନେଇ ଯାଇଥିଲେ।

ସେଠାରେ ମୋର ଜୋରଜବରଦସ୍ତି ଯୌନ ଶୋଷଣ କରିଥିଲେ। ଆଉ ଯେଉଁ ସିନେମା ବିଷୟରେ କହିଥିଲେ ସେହି ସିନେମାର କିଛି ଅସ୍ତିତ୍ବ ହିଁ ନଥିଲା। ସେ ମୋତେ ମିଛ କହି ମୋ ଇଜ୍ଜତ ସହ ଖେଳିଛନ୍ତି। କେବଳ ମୁଁ ନୁହେଁ ମୋ ଭଳି ଅନେକ ନାରୀଙ୍କ ଜୀବନ ସହ ସେ ଖେଳ ଖେଳିଛନ୍ତି। କିନ୍ତୁ ଲୋକଲଜ୍ଜା ଭୟରେ ସେମାନେ ମୁହଁ ଖୋଲୁ ନାହାନ୍ତି।  ସିଦ୍ଦିକିଙ୍କ ଅସଲ ଚେହେରା ପଦାକୁ ଆଣିବାକୁ ମୋତେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିବାକୁ ପଡ଼ିଲା।’

ଅଧିକପଢ଼ନ୍ତୁ https://sambad.in/latest/manubhaker-meets-suryakumaryadav-learning-cricket-6923826

ଅଧିକପଢ଼ନ୍ତୁhttps://sambad.in/sports/after-cricket-dhoni-is-now-involved-in-this-game-video-viral-6923067

ଅଧିକପଢ଼ନ୍ତୁhttps://sambad.in/india-and-beyond/third-world-war-4-hour-state-of-emergency-declared-in-israel-6923576

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe