ବାପାଙ୍କ ମୃତ୍ୟୁର ୧୫ ବର୍ଷ ପରେ ପୁଅ ନେଲା ପ୍ରତିଶୋଧ

ବାପାଙ୍କ ମୃତ୍ୟୁର ପୁଅ ନେଲା ପ୍ରତିଶୋଧ | ଦୀର୍ଘ ୧୫ ବର୍ଷ ପରେ ପୁଅ ପ୍ରତିଶୋଧ ନେଇଛି | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥ ଏକଦମ ସତ | ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର ଶାମଲିରେ ଜଣେ ଯୁବକ ୧୫ ବର୍ଷ ପୂର୍ବେ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା କରିଥିଲେ।

abad1149-6f16-4638-91af-9d80c398c998

ନୂଆଦିଲ୍ଲୀ: ବାପାଙ୍କ ମୃତ୍ୟୁର ପୁଅ ନେଲା ପ୍ରତିଶୋଧ | ଦୀର୍ଘ ୧୫ ବର୍ଷ ପରେ ପୁଅ ପ୍ରତିଶୋଧ ନେଇଛି | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥ ଏକଦମ ସତ | ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର ଶାମଲିରେ ଜଣେ ଯୁବକ ୧୫ ବର୍ଷ ପୂର୍ବେ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା କରିଥିଲେ। ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି। ଘଟଣା ସମ୍ପର୍କରେ, ପୁଲିସ କହିଛି ଯେ, ବ୍ରଜପାଲଙ୍କ ପୁଅ ଜୟବୀର ଶନିବାର ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ଚାଷ ଜମିରୁ ଫେରୁଥିବା ବେଳେ ସତ୍ୟବାନଙ୍କ ପୁଅ ରାହୁଲ ତାଙ୍କୁ ଗୁଳି କରିଥିଲେ।

ଅପରାଧ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ସ୍ଥାନୀୟ ଲୋକମାନେ ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଆହତ ଅବସ୍ଥାରେ ଜୟବୀରଙ୍କୁ ଡାକ୍ତରଖାନା ନେଇଥିଲା, ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଗାଁ ଲୋକଙ୍କ ଅନୁଯାୟୀ, ମୃତକ ଜୟବୀର ଏବଂ ଅଭିଯୁକ୍ତ ରାହୁଲଙ୍କ ବାପା ବ୍ରଜପାଲ ଘନିଷ୍ଠ ବନ୍ଧୁ ଥିଲେ। ୨୦୧୧ ମସିହାରେ ଜୟବୀର ବ୍ରଜପାଲଙ୍କୁ ଗୁଳି କରିଥିଲେ।

ଜୟବୀର ହତ୍ୟା ପାଇଁ ୧୧ ବର୍ଷ ଜେଲରେ କାଟିଥିଲେ ଏବଂ ତିନି ବର୍ଷ ତଳେ ଜେଲରୁ ଫେରିଥିଲେ | ତେବେ ଜୟବୀର ଜେଲରୁ ଫେରିଥିବା ଜାଣି ରାହୁଲ ତାଙ୍କ ପିତାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ବହୁ ଦିନ ଧରି ଯୋଜନା କରିଥିଲେ। ସେ ଜୟବୀର ଓ ତାଙ୍କ ପରିବାର ସହିତ ଘନିଷ୍ଠ ଭାବେ ସମ୍ପର୍କ ବଢାଇଥିଲେ | ତାଙ୍କ ମନରେ ପ୍ରତିଶୋଧ ଭାବନା ଉଜାଗର ଥିବାବେଳେ ସୁଯୋଗ ପାଇବା ମାତ୍ରେ ସେ ଜୟବୀରଙ୍କୁ ହତ୍ୟା କରିଥିଲେ | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe