RI in Vigilance Trap: ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ଆରଆଇ

Advertisment

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରେଭିନ୍ୟୁ ଇନିସ୍ପେକ୍ଟର | କଟକ ଜିଲ୍ଲା କଖଡିର ଆରଆଇ ଜାନକୀ ରଞ୍ଜନ ମଲ୍ଲିକ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି | ଜମିର କିସମ ପରିବର୍ତ୍ତନ ବା ମ୍ୟୁଟେସନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ିବସିଥିଲେ

Untitled-8.jpg

ଭୁବନେଶ୍ୱର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରେଭିନ୍ୟୁ ଇନିସ୍ପେକ୍ଟର | କଟକ ଜିଲ୍ଲା କଖଡିର ଆରଆଇ ଜାନକୀ ରଞ୍ଜନ ମଲ୍ଲିକ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି | ମିଳିଥିବା ସୂଚନା ମୁତାବକ ଏକ ଜମିର କିସମ ପରିବର୍ତ୍ତନ ବା ମ୍ୟୁଟେସନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ିବସିଥିଲେ | ସୂଚନା ନେବାରୁ ଜଣାପଡିଛି ଯେ ଜଣେ ଜମିମାଲିକ ତାଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ଅନଲାଇନ ଆବେଦନ କରିଥିଲେ |

ଆଉ ଏହାପରେ ଆରଆଇ ଜମି ମାଲିକଙ୍କୁ ୨୦ ତାରିଖରେ ଆସି ଭେଟିବାକୁ କହିଥିଲେ | ଜମିମାଲିକ ଜଣକ ଆରଆଇଙ୍କୁ ଭେଟିବା ପରେ ସେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ | ଜମିମାଲିକ ଜଣକ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବା ସହ ନିଜର ଅକ୍ଷମତା ପ୍ରକାଶ କରିଥିଲେ ଆରଆଇ ବାବୁ ଜଣକ ଏହା ଶୁଣିନଥିଲେ | 

ଲାଞ୍ଚ ନ ଦେଲେ କାମ ହେବ ନାହିଁ ବୋଲି ସଫା ସଫା ଶୁଣାଇଦେଇଥିଲେ | ଏହାପରେ ଜମିମାଲିକ ଜଣକ ଆଉ କିଛି ଉପାୟ ନ ପାଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ | ଏହାପରେ ପୂର୍ବ ଯୋଜନା ମୁତାବକ ଆଜି ଜମି ମାଲିକ ଜଣକ ଲାଞ୍ଚ ଟଙ୍କା(କେମିକାଲ ମିଶା) ଟଙ୍କା ନେଇ ପହଂଚି ଆରଆଇଙ୍କୁ ଦେବାବେଳେ ଭିଜିଲାନ୍ସ ଅଧିକାରୀମାନେ ମାଡ଼ିବସିଥିଲେ | ବର୍ତ୍ତମାନ ଆରଆଇ ଜାନକୀଙ୍କ ଆଉ ତିନିଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe