ଜମିର ତଦନ୍ତ ରିପୋର୍ଟ ପାଇଁ ୫୦୦୦ ଲାଞ୍ଚ ନେଉଥିଲେ ଆରଆଇ, ମାଡ଼ିବସିଲା ଭିଜିଲାନ୍ସ

Advertisment

ଅସାଧୁ କର୍ମଚାରୀମାନେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଉଛନ୍ତି। କିନ୍ତୁ ଏଥିରୁ ଅନ୍ୟମାନେ ଶିଖୁ ନାହାନ୍ତି। ଜଗତସିଂହପୁର ଜିଲ୍ଲାରେ ବୁଧବାର ଜଣେ ରାଜସ୍ବ ନରୀକ୍ଷକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ବିଭୂଦତ୍ତ ସାହୁ। 

ଅସାଧୁ କର୍ମଚାରୀମାନେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଉଛନ୍ତି। କିନ୍ତୁ ଏଥିରୁ ଅନ୍ୟମାନେ ଶିଖୁ ନାହାନ୍ତି। ଜଗତସିଂହପୁର ଜିଲ୍ଲାରେ ବୁଧବାର ଜଣେ ରାଜସ୍ବ ନରୀକ୍ଷକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ବିଭୂଦତ୍ତ ସାହୁ। 

Bibhudutta Sahu

ଜଗତସିଂହପୁର/ପାରାଦୀପ: ଦୁର୍ନୀତି ସମଗ୍ର ଓଡ଼ିଶାକୁ ଗ୍ରାସ କରିସାରିଛି। ଲାଞ୍ଚ ବିନା କୌଣସି କାମ ସହଜରେ ହେଉ ନାହିଁ। ସରକାରୀ କର୍ମଚାରୀ ଯଦିଓ ଜନସାଧାରଣଙ୍କ ସେବା ପାଇଁ ନିଯୁକ୍ତି ପାଇଛନ୍ତି, ତଥାପି ସେମାନେ ନିଜର କର୍ତ୍ତବ୍ୟକୁ ଭୁଲିଯାଇ ଅସାଧୁ ଉପାୟରେ ଅର୍ଥ ରୋଜଗାର କରିବାର ବାଟ ଖୋଜୁଛନ୍ତି। ଅସାଧୁ କର୍ମଚାରୀମାନେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଉଛନ୍ତି। କିନ୍ତୁ ଏଥିରୁ ଅନ୍ୟମାନେ ଶିଖୁ ନାହାନ୍ତି। ଜଗତସିଂହପୁର ଜିଲ୍ଲାରେ ବୁଧବାର ଜଣେ ରାଜସ୍ବ ନରୀକ୍ଷକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ବିଭୂଦତ୍ତ ସାହୁ। 

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ମଲ୍ଲିକପୁର ରାଜସ୍ବ ନୀରିକ୍ଷକ ବିଭୂଦତ୍ତ ସାହୁ ଜଣେ ବ୍ୟକ୍ତିଙ୍କର ସପକ୍ଷରେ ୨ଟି ଜମିର ମ୍ୟୁଟେସନ୍‌ ତଦନ୍ତ ରିପୋର୍ଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଆଜି ଏହା ଗ୍ରହଣ କରିଥିଲେ। 

ଦୁର୍ନୀତି ସମଗ୍ର ଓଡ଼ିଶାକୁ ଗ୍ରାସ କରିସାରିଛି। ଲାଞ୍ଚ ବିନା କୌଣସି କାମ ସହଜରେ ହେଉ ନାହିଁ। ସରକାରୀ କର୍ମଚାରୀ ଯଦିଓ ଜନସାଧାରଣଙ୍କ ସେବା ପାଇଁ ନିଯୁକ୍ତି ପାଇଛନ୍ତି, ତଥାପି ସେମାନେ ନିଜର କର୍ତ୍ତବ୍ୟକୁ ଭୁଲିଯାଇ ଅସାଧୁ ଉପାୟରେ ଅର୍ଥ ରୋଜଗାର କରିବାର ବାଟ ଖୋଜୁଛନ୍ତି।

ତେବେ ପୂର୍ବ ଯୋଜନା ଅନୁସାରେ ଅଭିଯୋଗକାରୀଙ୍କ ଠାରୁ ଆଜି ଏହି ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ାଉ କରି ରଙ୍ଗବୋଳା ଟଙ୍କା ଜବତ କରିଥିଲେ। ଶ୍ରୀ ସାହୁଙ୍କ ନାମରେ ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି। ତାଙ୍କର ୨ଟି ଠିକଣାରେ ଚଢ଼ାଉ କରିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe