Rituals in British Parliament: ସଂସଦରେ ବଜେଟ୍ ଭାଷଣ ସମୟରେ ଅର୍ଥମନ୍ତ୍ରୀ ମଦ୍ୟପାନ କରିବା ପରମ୍ପରା

Advertisment

ବଜେଟ୍ ଅଧିବେଶନ ସମୟରେ ଭାରତ ଓ ବ୍ରିଟିଶ ସଂସଦ କିଛି ଆକର୍ଷଣୀୟ ତଥା ଅନନ୍ୟ ପରମ୍ପରା ପାଳନ କରାଯାଇଥାଏ। ଯାହା ଉଭୟ ଦେଶର ସଂସଦର ଏକ ପ୍ରମୁଖ ପରିଚୟ ପାଲଟିଛି।

ବଜେଟ୍ ଅଧିବେଶନ ସମୟରେ ଭାରତ ଓ ବ୍ରିଟିଶ ସଂସଦ କିଛି ଆକର୍ଷଣୀୟ ତଥା ଅନନ୍ୟ ପରମ୍ପରା ପାଳନ କରାଯାଇଥାଏ। ଯାହା ଉଭୟ ଦେଶର ସଂସଦର ଏକ ପ୍ରମୁଖ ପରିଚୟ ପାଲଟିଛି।

26bbs_10_26012026_112

ଲଣ୍ଡନ: ବଜେଟ୍ ଅଧିବେଶନ ସମୟରେ ଭାରତ ଓ ବ୍ରିଟିଶ ସଂସଦ କିଛି ଆକର୍ଷଣୀୟ ତଥା ଅନନ୍ୟ ପରମ୍ପରା ପାଳନ କରାଯାଇଥାଏ। ଯାହା ଉଭୟ ଦେଶର ସଂସଦର ଏକ ପ୍ରମୁଖ ପରିଚୟ ପାଲଟିଛି। ଭାରତରେ ବଜେଟ୍ ପୂର୍ବରୁ ଏକ ସ୍ୱତନ୍ତ୍ର ହାଲୱା ସମାରୋହ ଅନୁଷ୍ଠିତ ହେଉଥିବା ବେଳେ ବ୍ରିଟେନରେ ବଜେଟ୍ ଭାଷଣ ସମୟରେ ଏକ ଅଜବ ପରମ୍ପରା ପାଳନ କରାଯାଇଥାଏ। ଯାହା ସଂସଦୀୟ ନିୟମର ବିପରୀତ। ବ୍ରିଟିଶ ସଂସଦ ୱେଷ୍ଟମିନିଷ୍ଟରରେ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ସମୟରେ ମଦ୍ୟପାନ କରିପାରିବେ ବୋଲି ଆଇନଗତ ଭାବରେ ଅନୁମତି ଦିଆଯାଇଛି। ତେବେ ବ୍ରିଟିଶ ସଂସଦର ନିୟମ ଅତ୍ୟନ୍ତ କଠୋର। ହାଉସ୍ ଅଫ୍ କମନ୍ସରେ କୌଣସି ସାଂସଦଙ୍କୁ ଖାଇବା କିମ୍ବା ପିଇବାକୁ ଅନୁମତି ନାହିଁ। ଏପରିକି ପାଣି ପିଇବାକୁ ମଧ୍ୟ ମନା।

ବଜେଟ୍‌ ସମୟରେ ସ୍ୱତନ୍ତ୍ର ନିୟମ
ବଜେଟ୍ ଦିନ କଠୋର ନିୟମ ଗୋଟିଏ ଦିନ ପାଇଁ କୋହଳ କରାଯାଇଥାଏ । କେବଳ ଅର୍ଥମନ୍ତ୍ରୀଙ୍କୁ ତାଙ୍କ ଭାଷଣ ସମୟରେ ପାନୀୟ ଅବା ମଦ୍ୟପାନ କରିବାକୁ ଅନୁମତି ଦିଆଯାଇଛି। ତେବେ ପାନୀୟ ଅର୍ଥମନ୍ତ୍ରୀଙ୍କ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରିଥାଏ। ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲିଆସୁଛି। ପୂର୍ବ ସମୟରେ, ବଜେଟ ଭାଷଣ ବହୁତ ଲମ୍ବା ଥିଲା। ଚାନ୍ସେଲରଙ୍କୁ ତାଙ୍କ କଣ୍ଠକୁ ସାମୟିକ ଆରାମ ଦେବା କିମ୍ବା ଶକ୍ତି ପ୍ରଦାନ କରିବା ପାଇଁ ପାନୀୟ ପିଇବାକୁ ପଡୁଥିଲା। ତଥାପି, ଏହି ଅଭ୍ୟାସ ଆଜିକାଲି କମ୍ ଦେଖାଯାଉଛି। ଗତ କିଛି ଦଶନ୍ଧି ଧରି, ବ୍ରିଟିଶ ଚାନ୍ସେଲରମାନେ ଏହାକୁ କମ୍ ଅଭ୍ୟାସଗତ କରିଛନ୍ତି। ଉଦାହରଣ ସ୍ୱରୂପ,୧୯୯୭ ମସିହାରେ, ଗର୍ଡନ ବ୍ରାଉନ ପିଇବା ପାଇଁ ମିରୋଲ ୱାଟର ଚୟନ କରିଥିଲେ। ସେବେଠାରୁ ଅଧିକାଂଶ ଚାନ୍ସେଲରମାନେ କେବଳ ପାଣି ପିଉଛନ୍ତି।

ଆହୁରି ପଢନ୍ତୁ: Minor Girl Rape ଦେବଗଡ଼ରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଅଟକ

ସାଂସଦମାନେ ପରମ୍ପରାକୁ ଏଡ଼ାଇବା ଆରମ୍ଭ କରିଥିଲେ
ସାମାଜିକ ଗଣମାଧ୍ୟମ ଓ ସାର୍ବଜନୀନ ଭାବମୂର୍ତ୍ତିର ପ୍ରଭାବକୁ ଯୋଗୁ ସମ୍ପ୍ରତି ରାଜନେତାମାନେ ଏହି ପରମ୍ପରା ପ୍ରତି ଅଧିକ ସତର୍କ ରହୁଛନ୍ତି। ସେମାନଙ୍କର ବଜେଟ୍ ଭାଷଣ ସମୟରେ ମଦ୍ୟପାନ କରୁଥିବା ଦେଖାଯିବାକୁ ଏଡାଇ ଯାଉଛନ୍ତି। ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନାକ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ପରମ୍ପରା ପାଳନ କରିନଥିଲେ। ବର୍ତ୍ତମାନ, ଜେରେମି ହଣ୍ଟ ଓ ରାଚେଲ ରିଭସ୍ ଭଳି ରାଜନେତା ମଧ୍ୟ କେବଳ ପାଣି ପିଇବାକୁ ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe