ବିହାର ବିଧାନସଭା ନିର୍ବାଚନ: ୧୧୯ଟି ଆସନରେ ମହମେଣ୍ଟ ବିଜୟୀ ହୋଇଥିବା ଦାବି କରି ତାଲିକା ପ୍ରକାଶ କଲେ ତେଜସ୍ବୀ ଯାଦବ

 ବିହାର ବିଧାନସଭା ନିର୍ବାଚନ: ୧୧୯ଟି ଆସନରେ ମହମେଣ୍ଟ ବିଜୟୀ ହୋଇଥିବା ଦାବି କରି ତାଲିକା ପ୍ରକାଶ କଲେ ତେଜସ୍ବୀ ଯାଦବ

Image Courtesy of Hindustan Times

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆଗେଇ ଚାଲିଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳର ତେଜସ୍ବୀ ଯାଦବ ଦାବି କରିଛନ୍ତି ଯେ, ‘ଆର୍‌ଜେଡି’ ଜିଣିଥିବା ୧୦ଟି ଆସନର ଫଳାଫଳ ସ୍ଥଗିତ ରଖିବାକୁ ନୀତୀଶ କୁମାରଙ୍କ ସରକାର ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି।

୧୧୯ଜଣ ବିଜୟୀ ପ୍ରାର୍ଥୀଙ୍କର ଏକ ତାଲିକା ମଧ୍ୟ ‘ଆର୍‌ଜେଡି’ ପ୍ରକାଶ କରିଛି। କିନ୍ତୁ, କେତେକ କ୍ଷେତ୍ରରେ ନିର୍ବାଚନ ଅଧିକାରୀମାନେ ବିଜୟୀ ପ୍ରାର୍ଥୀମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରି ନାହାନ୍ତି ବୋଲି ‘ଆର୍‌ଜେଡି’ ଅଭିଯୋଗ କରିଛି।

ଟୁଇଟର୍ ଆକାଉଣ୍ଟ୍‌ରେ ‘ଆର୍‌ଜେଡି’ ପୋଷ୍ଟ୍‌ କରି କହିଛି: ଏହା ହେଉଛି ଭୋଟ୍‌ ଗଣତି ଶେଷ ହୋଇଥିବା ୧୧୯ ଆସନର ତାଲିକା। ଏଥିରେ ମହାମେଣ୍ଟର ପ୍ରାର୍ଥୀମାନେ ଜିତିଛନ୍ତି। ପ୍ରଥମେ ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ ସେ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଲେ କିନ୍ତୁ, ପରେ କହିଲେ ଯେ ସେମାନେ ନିର୍ବାଚନରେ ହାରିଯାଇଛନ୍ତି।

ଆର୍‌ଜେଡି’ ଅଭିଯୋଗ ସଂକ୍ରାନ୍ତରେ ନିର୍ବଚାନ କମିସନର୍‌ଙ୍କ ଠାରୁ କୌଣସି ଆନୁଷ୍ଠାନିକ ଜବାବ ମିଳିନାହିଁ।

publive-image Image Courtesy of Zee News

ବିହାର ବିଧାନସଭା ନିର୍ବାଚନର ସମୁଦାୟ ୪. ୧୧ କୋଟି ଭୋଟ୍‌ରୁ ରାତି ୯ଟା ସୁଦ୍ଧା ୩. ୭୭ କୋଟି ଭୋଟ୍‌ ବା ୯୧% ଭୋଟ୍‌ ଗଣାଯାଇଥିବା କଥା ଭାରତର ନିର୍ବାଚନ କମିସନଙ୍କ ‌ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।

ସମୁଦାୟ ୨୪୩ଟି ଆସନରୁ ୧୦୩ ଆସନର ଫଳାଫଳ ପ୍ରକାଶ ପାଇଛି। ସେଥିରୁ ବିଜେପି ୩୨, ଆର୍‌ଜେଡି ୨୯, ଜେଡି(ୟୁ) ୧୯, କଂଗ୍ରେସ ୭, ସିପିଆଇ(ଏମ୍‌-ଏଲ୍‌) ୬, ଭିଆଇପି ୨, ଏଆଇଏମ୍‌ଆଇଏମ୍‌ ୩ ଏବଂ ସିପିଆଇ, ସିପିଆଇ(ଏମ୍‌), ଏଚ୍ଏଏମ୍‌(ଏସ୍) ଏବଂ ସ୍ବାଧୀନ ୧ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟ ୧୪୦ଟି ଆସନର ଭୋଟ୍‌ ଗଣତି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe