‘ବନ୍ଦେ ମାତରମ୍‌’ ଗାଇବି ନାହିଁ ବୋଲି କହି ଅଡୁଆରେ ଆରଜେଡି ନେତା

Advertisment
‘ବନ୍ଦେ ମାତରମ୍‌’ ଗାଇବି ନାହିଁ ବୋଲି କହି ଅଡୁଆରେ ଆରଜେଡି ନେତା

ନୂଆଦିଲ୍ଲୀ: ବିବାଦ ଘେରରେ ଆରଜେଡିର ବରିଷ୍ଠ ନେତା ଓ ବିହାରର ପୂର୍ବତନ ମନ୍ତ୍ରୀ ଅବଦୁଲ ବାରୀ ସିଦ୍ଦିକୀ। ସେ କହିଛନ୍ତି କି ଭାରତ ମାତାକି ଜୟ କହିବାରେ କୌଣସି ଅସୁବିଧା ନାହିଁ କିନ୍ତୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍‌ ଗାଇବା ତାଙ୍କର ଧାର୍ମିକ ଆସ୍ଥା ବିରୋଧୀ ବୋଲି ସେ ମତ ବ୍ୟକ୍ତ କରିଛନ୍ତି। ସିଦ୍ଦିକୀ କହିଛନ୍ତି କି ଯିଏ ଏକେଶ୍ୱରରେ ବିଶ୍ୱାସ ରଖେ, ସେ କେବେ ବି ‘ବନ୍ଦେ ମାତରମ୍‌’ ଗାଇବନି। ତାଙ୍କୁ ଭାରତ ମାତା କି ଜୟ ନାରା ଲଗାଇବାରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି।

ଦରଭଙ୍ଗା ଲୋକସଭା ସିଟରୁ ର୍ନିବାଚନ ଲଢୁଥିବା ସିଦ୍ଦିକୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ସାର୍ବଜନିକ ଭାବେ ନିନ୍ଦା କରିବାକୁ ଚ୍ୟାଲେଂଜ ବି ଦେଇଥିଲେ। ସେ ଗୋଡସେଙ୍କୁ ଦେଶର ‘ପ୍ରଥମ ଆତଙ୍କବାଦୀ’ କହିଥିଲେ। ଆରଜେଡି ନେତା ଗୋଡସେଙ୍କୁ ଆରଏସଏସ ସହିତ କଥିତ ସମ୍ବନ୍ଧରେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଦେଶର ପ୍ରଥମ ଆତଙ୍କବାଦୀ ଥିଲେ। କ’ଣ ମୋଦୀ ସାର୍ବଜନିକ ରୂପେ ଗୋଡସେକୁ ନିନ୍ଦା କରିବେ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe