ବନ୍ୟାରେ ଧୋଇଗଲା ରାସ୍ତା: ଯାତାୟାତ ଠପ

Advertisment

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କଶିରା-ଡିମିରିଡିହା ପ୍ରଧାନମନ୍ତ୍ରୀ ରାସ୍ତା ବନ୍ୟାରେ ଧୋଇ ଯାଇଛି। ଲଗାଣ ବର୍ଷାରେ ରାତ୍ର ସାଢେ ୮ଟା ପାଖାପାଖି ନିକଟରେ ଥିବା ଛିଟିଙ୍ଗା ନାଳ ଫୁଲି ଉଠିଥିଲା। ପାଖାପାଖି ୧୨ଫୁଟ ଉଚ୍ଚତାରେ ବନ୍ୟାଜଳ ରାସ୍ତା ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି।

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କଶିରା-ଡିମିରିଡିହା ପ୍ରଧାନମନ୍ତ୍ରୀ ରାସ୍ତା ବନ୍ୟାରେ ଧୋଇ ଯାଇଛି। ଲଗାଣ ବର୍ଷାରେ ରାତ୍ର ସାଢେ ୮ଟା ପାଖାପାଖି ନିକଟରେ ଥିବା ଛିଟିଙ୍ଗା ନାଳ ଫୁଲି ଉଠିଥିଲା। ପାଖାପାଖି ୧୨ଫୁଟ ଉଚ୍ଚତାରେ ବନ୍ୟାଜଳ ରାସ୍ତା ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି।

ff3f500f-a849-42ed-ad78-a7e2f4477d4f

ପଦ୍ମପୁର/ତେଲକୋଇ: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କଶିରା-ଡିମିରିଡିହା ପ୍ରଧାନମନ୍ତ୍ରୀ ରାସ୍ତା ବନ୍ୟାରେ ଧୋଇ ଯାଇଛି। ଲଗାଣ ବର୍ଷାରେ ରାତ୍ର ସାଢେ ୮ଟା ପାଖାପାଖି ନିକଟରେ ଥିବା ଛିଟିଙ୍ଗା ନାଳ ଫୁଲି ଉଠିଥିଲା। ପାଖାପାଖି ୧୨ଫୁଟ ଉଚ୍ଚତାରେ ବନ୍ୟାଜଳ ରାସ୍ତା ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି। ଘଣ୍ଟାଘଣ୍ଟା ଧରି ପାଣି ରାସ୍ତା ଉପରେ ଚାଲିବା ଯୋଗୁଁ ବିରାଟ ଗଛ ଉପୁଡି ପଡିବା ସହ ପିଚୁ ରାସ୍ତା ଧୋଇ ଯାଇ ୧୨ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ପଦ୍ମପୁର ଅଞ୍ଚଳକୁ ଯାତାୟତ ଠପ୍ ହୋଇଛି। କଶିରା,କଶିରାପାଟଣା,ଅମୃତପଡା,ଜଗନ୍ନାଥପୁର ଆଦି ଗ୍ରାମର ହଜାର ହଜାର ଲାେକେ ଯାଆସ କରିନପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କଲଣ୍ତା,ପାଟୁଙ୍ଗ ପଳାସପଙ୍ଗା ଦେଇ ଲୋକେ ଜରୁରୀକାଳୀନ ଵଜାର ସମେତ ମେଡିକାଲ ଓ ଅନ୍ୟାନ୍ୟ କାମରେ ଯାତାୟତ କରୁଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ କେଶବ ଚନ୍ଦ୍ର ମହାନ୍ତ,ଚିତ୍ତିରଞ୍ଜନ ମହାନ୍ତ,ଲଛମନ ମାଝୀ,ଜଗେଶ୍ବର ମହାନ୍ତ,ରଞ୍ଜନ ମହାନ୍ତ,ଦେବାଶିଷ ଦେଓ,ସମାଜସେବୀ ଯୁଧିଷ୍ଠିର ମହାନ୍ତ,ବିଦ୍ୟାଧର ମହାନ୍ତ,ଅରୁଣ କୁମାର ମହାନ୍ତ ପ୍ରମୁଖ ଅଞ୍ଚଳବାସୀ ପ୍ରମୁଖ ଦାବି କରିଛନ୍ତି।

ଅନ୍ୟପଟେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଦୁଇ ଦିନ ହେଲାଣି ଲଗାଣ ବର୍ଷା ଲାଗିରହିଛି, ମିଳିଥିବା ସୂଚନା ଅନୁଯାୟୀ ତେଲକୋଇରେ ଆଜି ସକାଳ ସୁଦ୍ଧା ୧୦୬ ମିମି ବର୍ଷା ରେକର୍ଡ କରାଯାଇଛି।ଫଳରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଛାମୁଣ୍ଡା ନିକଟସ୍ଥ ବାଉଁଶଯୋର ନାଳରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥିଲା,ବର୍ଷା ପାଣିରେ ଅସ୍ଥାୟୀ ଭାବେ ନିର୍ମିତ ଡାଇଭର୍ସନ ରାସ୍ତା ଧୋଇ ହୋଇଯାଇଛି |

e125e380-fc20-41af-9e7d-feaf19592aef

ଯାହା ଫଳରେ ତେଲକୋଇ ଓ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ସହିତ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି |ଗତ ମାସ ୨୨ ତାରିଖ ମଧ୍ୟ ଉକ୍ତ ଡ୍ରାଇଭର୍ସନ ରାସ୍ତା ଧୋଇ ନେଇଯାଇଥିଲା | ଉକ୍ତ ନାଳ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ନୂତନ ସୁଉଚ୍ଚ ପୋଲ ନିର୍ମାଣରେ ବିଳମ୍ବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe