Road Romeo: ରୋଡ଼ରୋମିଓଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ଗ୍ରାମବାସୀ

Advertisment

କଲେଜ ଯିବା ରାସ୍ତାରେ ଛାତ୍ରୀମାନଙ୍କୁ କମେଣ୍ଟ ପାସ କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ଜଣେ ରୋଡ଼ ରୋମିଓଙ୍କୁ ମହଙ୍ଗା ପଡିଛି | କଲେଜ ଓ ଟ୍ୟୁସନ ଯାଉଥିବା ଛାତ୍ରୀଙ୍କୁ ନିଛାଟିଆ ରାସ୍ତାରେ ଏକୁଟିଆ ଦେଖି ନିତିଦିନ ହଇରାଣ କରୁଥିଲା |

କଲେଜ ଯିବା ରାସ୍ତାରେ ଛାତ୍ରୀମାନଙ୍କୁ କମେଣ୍ଟ ପାସ କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ଜଣେ ରୋଡ଼ ରୋମିଓଙ୍କୁ ମହଙ୍ଗା ପଡିଛି | କଲେଜ ଓ ଟ୍ୟୁସନ ଯାଉଥିବା ଛାତ୍ରୀଙ୍କୁ ନିଛାଟିଆ ରାସ୍ତାରେ ଏକୁଟିଆ ଦେଖି ନିତିଦିନ ହଇରାଣ କରୁଥିଲା |

New Project - 2026-02-13T111359.497

ବାଲିପାଟଣା: କଲେଜ ଯିବା ରାସ୍ତାରେ ଛାତ୍ରୀମାନଙ୍କୁ କମେଣ୍ଟ ପାସ କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ଜଣେ ରୋଡ଼ ରୋମିଓଙ୍କୁ ମହଙ୍ଗା ପଡିଛି | କଲେଜ ଓ ଟ୍ୟୁସନ ଯାଉଥିବା ଛାତ୍ରୀଙ୍କୁ ନିଛାଟିଆ ରାସ୍ତାରେ ଏକୁଟିଆ ଦେଖି ନିତିଦିନ ହଇରାଣ କରୁଥିଲା | ଛାତ୍ରୀମାନେ ଭୟଭିତ ହେବା ସହ ଅତିଷ୍ଠ ହୋଇ ପଡ଼ିଥିଲେ | ଶେଷରେ ଆଜି ରୋଡ଼ ରୋମିଓଙ୍କୁ ସ୍ଥାନୀୟ ଲୋକେ ଗହୀରରେ ଗୋଡେଇ ଗୋଡେଇ କାବୁ କରି ଗଛରେ ବାନ୍ଧି ଥିଲେ | ପରେ ବାଲିପାଟଣା ପୁଲିସ ଜିମା ଦେଇଛନ୍ତି | 

ସୂଚନା ଅନୁଯାୟୀ ନିମାପଡା ବ୍ରାଞ୍ଚ କେନାଲ ବନ୍ଧ ବାଲିପାଟଣା ଥାନା ମାର୍ଥାପୁର ପଞ୍ଚାୟତର ଛାତ୍ର, ଛାତ୍ରୀ ନିମାପଡା କଲେଜରେ ପଢୁଥିବା ବେଳେ ସକାଳୁ ସକାଳୁ ଟ୍ୟୁସନ ଯାଆନ୍ତି | କିଛି ଦିନ ହେବ ନିମାପଡା ଥାନା ଚଅଁରପଦା ଅଞ୍ଚଳର ଜଣେ ଯୁବକ ପ୍ରତ୍ୟେକ ଦିନ ରାସ୍ତାରେ କମେଣ୍ଟ ପାସ କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲା | ନିମାପଡା କେନାଲ ବନ୍ଧ ଛେନୁଅ ଦଳ ପାଟକ ନିକଟ ନିଛାଟିଆ ସ୍ଥାନରେ ଛାତ୍ରୀମାନଙ୍କୁ ଯୁବକ ଜଣକ ଜଗି ରହୁଥିଲା | ତାହାର ଏହି କାଣ୍ଡକାରଖାନା ବିଷୟରେ ଛାତ୍ରୀମାନେ ଅତିଷ୍ଠ ହୋଇ ପଡ଼ିଥିଲେ | ଆଜି ସକାଳୁ ସେହି ରାସ୍ତାରେ ଯାଉଥିବା ଜଣେ କଲେଜ ଛାତ୍ରୀଙ୍କୁ ଏକାକୀ ଦେଖି ନାନା କମେଣ୍ଟ କରିବା ସହ ତାଙ୍କ ଓଢ଼ଣୀ ଟାଣି ଦେଇଥିଲା | 

ଛାତ୍ରୀମାନଙ୍କୁ ଅସଦାଚରଣ ଉଦ୍ୟମ କରିଥିଲା | ଛାତ୍ରୀଜଣକ ଭୟଭୀତ ହୋଇ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ | ପରିବାର ଲୋକେ ଏବଂ ସମ୍ପର୍କୀୟ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ | ଯୁବକ ଜଣକ ଲୋକଙ୍କୁ ଦେଖିବା ପରେ ଗହୀର ବିଲରେ ଦୌଡ଼ିଥିଲେ | ଲୋକେ ଗୋଡେଇ ଗୋଡେଇ ତାକୁ କାବୁ କରି ଗାଁ କୁ ଆଣିଥିଲେ | ଉତ୍ୟକ୍ତ ଲୋକେ ରୋଡ଼ ରୋମିଓଙ୍କୁ ଗଛରେ ବାନ୍ଧି ପକାଇଥିଲେ | ଖବର ପାଇ ବାଲିପାଟଣା ପିସିଆର ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe