Robbery from eight temples: ବାଲୁଗାଁରୁ ଆଠ ମନ୍ଦିରରୁ ଚୋରି

Advertisment

ମାଛ ମାର୍କେଟସ୍ତିତ କାଳିଜାଇ ମନ୍ଦିର,ସାନ୍ତରା ପୁରସ୍ଥିତ ଦଧିବାବନ ମନ୍ଦିର,ଲକ୍ଷ୍ମୀ ମନ୍ଦିର,ହନୁମାନ ମନ୍ଦିର,ଗୁପତେଶ୍ୱର ଦେବ, ଗାନ୍ଧୀ ନଗରସ୍ଥିତ ମା ଭଗବତୀ ଗିରି ଦୁର୍ଗା ମନ୍ଦିର,ବିଦ୍ୟାଧର ପୁରସ୍ଥିତ ମା ଖିଲାମୁଣ୍ଡା ମନ୍ଦିର ଏବଂ ବାଲୁଗାଁ ମାର୍କେଟସ୍ଥିତ  ମା ଉତ୍ତରାୟଣୀ ମନ୍ଦିରରୁ ଦୁର୍ବୁତ୍ତମାନେ ମନ୍ଦିରର ସୁନା ଓ ରୁପା ଲୁଟି ନେଇଛନ୍ତି।

loot

Representational image

ବାଲୁଗାଁ: ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସର ନିଷ୍କ୍ରିୟତାର ସୁଯୋଗ ନେଇ ୮ଟି ମନ୍ଦିରରୁ ଲୁଟେରାମାନେ ସମସ୍ତ ସୁନା ଓ ରୁପା ଅଳଙ୍କାର ଏବଂ ହୁଣ୍ଡିରୁ ଟଙ୍କା ଲୁଟି ନେଇଛନ୍ତି । ଏହି ସିରିଜ ଚୋରି ପାଇଁ ପୁଲିସକୁ ଦାୟୀ କରିଛନ୍ତି ସାଧାରଣ ଲୋକ । ଘଟଣାରୁ ପ୍ରକାଶ ବାଲୁଗାଁରେ ଗତ ଶୁକ୍ରବାର ରାତି ପ୍ରାୟ ୨ଟାରୁ ୪ଟା ମଧ୍ୟରେ ଲୁଟେରାମାନେ ଏହି ଲୁଟ ଅଭିଯାନ କରିଛନ୍ତି ।

ବାଲୁଗାଁ ଶରଳାପଦର ଗାଁର ଅଧିଷ୍ଠାତ୍ରୀ ଦେବୀ ମା ଉତ୍ତରାୟଣୀ ମନ୍ଦିରର କବାଟର ତାଲା କାଟି ଲୁଟେରାମାନେ ମାଙ୍କର ରୁପା କିରଟି ,ସୁନା ଆଖି ,ଜିଭ ଆଦି ଲୁଟି ନେଇଥିବା ବେଳେ ଜାଗୁଳାଇ ମନ୍ଦିର ,କାଳିଜାଇ ମନ୍ଦିର ,ଅଶୋକ ନଗର ମଙ୍ଗଳା ମନ୍ଦିର, ଗାନ୍ଧି ନଗର ମଙ୍ଗଳା ମନ୍ଦିର , ଚିଲିକା କୁଳ କାଳିଜାଇ ମନ୍ଦିର ,ବିଦ୍ୟାଧରପୁର ସାହି ମଙ୍ଗଳା ମନ୍ଦିର ଓ ଉମାମହେଶ୍ୱର ମନ୍ଦିରମାନଙ୍କରୁ ସୁନା,ରୁପା ଅଳଙ୍କାର ସହିତ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଥିବା ପ୍ରତ୍ୟେକ ମନ୍ଦିରରେ ଥିବା ପୂଜକମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଲୁଟେରାମାନଙ୍କର କୌଣସି ଠାବ ପାଇନଥିବା ଜଣାପଡିଛି । ଏ ସମ୍ପର୍କରେ ବାଲୁଗାଁ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରେ ଚୋରି ପ୍ରତି ଦ୍ରୁଢ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe