Robbery in Boudh: ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି, ଘରେ ପଶିଲେ ୧୦ରୁ ଉର୍ଦ୍ଧ୍ବ ଡକାୟତ

Advertisment

ବୌଦ୍ଧ ବ୍ଲକ ଭାଲିଆପଦର ଗ୍ରାମରେ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୩ ଘଣ୍ଟା ସମୟରେ ୧୦ରୁ ଉର୍ଦ୍ଧ୍ବ ଡକାୟତି ଦଳ ଛତନିଆକଟା-ମୁରସୁଣ୍ଡି ରାସ୍ତାର ଭାଲିଆପଦର ନିକଟରେ ଥିବା ଦେବବ୍ରତ ମିଶ୍ରଙ୍କ ଘରେ ପଶି ବୋମା ପକାଇ ପରିବାର ଲୋକଙ୍କୁ ଭୟଭୀତ କରାଇ ଘରେ ଥିବା ସୁନାରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି

WhatsApp Image 2026-02-11 at 11.19.36 (1)

ଜହ୍ନପଙ୍କ: ବୌଦ୍ଧ ବ୍ଲକ ଭାଲିଆପଦର ଗ୍ରାମରେ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୩ ଘଣ୍ଟା ସମୟରେ ୧୦ରୁ ଉର୍ଦ୍ଧ୍ବ ଡକାୟତି ଦଳ ଛତନିଆକଟା-ମୁରସୁଣ୍ଡି ରାସ୍ତାର ଭାଲିଆପଦର ନିକଟରେ ଥିବା ଦେବବ୍ରତ ମିଶ୍ରଙ୍କ ଘରେ ପଶି ବୋମା ପକାଇ ପରିବାର ଲୋକଙ୍କୁ ଭୟଭୀତ କରାଇ ଘରେ ଥିବା ସୁନାରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି | ପରିବାରର ସଦସ୍ୟଙ୍କ ହାତ ଗୋଡ ବାନ୍ଧି ଦେଇଥିବା ଓ ମାଡ ମାରିଥିବା ମଧ୍ୟ ସେମାନେ ପ୍ରକାଶ କରିଛନ୍ତି | ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି |

ପୋଲିସ୍ ସାଇଣ୍ଟିଫିକ ଟିମ ନେଇ ତଦନ୍ତ ଆରମ୍ଭ କରିଛି | ରାତି ପ୍ରାୟ ସାଢେ଼ ୨ଟାବେଳେ, ୫ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ବାରି ପଟୁ ଦେବବ୍ରତ ମିଶ୍ରଙ୍କ ଘରେ ପଶିଥିଲେ। କବାଟ ତାଲାକୁ ତାଡି ଦେଇଥିଲେ। ଦେବବ୍ରତ ଘରେ ନଥିବା ବେଳେ ତାଙ୍କ ମାଆ କଲ୍ୟାଣୀ ମିଶ୍ରଙ୍କୁ ଗାମୁଛାରେ ହାତ, ଗୋଡ଼ ଓ ପାଟି ବାନ୍ଧି ଦେଇ ବେକରୁ ସୁନାହାର ଛିଣ୍ଡାଇ ଓ ହାତରୁ ଖଡ଼ୁ ନେଇଥିଲେ। ପରେ ବୋହୂ ରହୁଥିବା କୋଠରୀରେ ପଶି ତାଙ୍କୁ ନିସ୍ତୁକ ମାଡ଼ ମାରି ଆଲମିରା ଚାବି ନେଇଯାଇଥିଲେ। ସେ ପିନ୍ଧିଥିବା ସୁନା ଗହଣା ସହ ଆଲମିରାରେ ଥିବା ସୁନା ଗହଣା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।

ଦୁଇ ପାର୍ଶ୍ଵ ପଡିଶା ଘରେ ରହୁଥିବା ସମ୍ପର୍କୀୟମାନେ ପାଟିତୁଣ୍ଡ ଶୁଣି ବାହାରକୁ ଆସିବାକୁ ଉଦ୍ୟତ ହେଲାରୁ, ଏକ ସୁତୁଲି ବମ୍ ପକାଇ ଡରାଇ ଥିଲେ। ଏପରିକି ସେମାନଙ୍କ ଘର ବାହାରେ ତାଲା ପକାଇ ଦେଇ ଥିଲେ। ତେବେ ସେମାନେ ପୁଲିସକୁ ଫୋନ୍ କରି ଦେଇଥିଲେ। କିନ୍ତୁ ଦେବବ୍ରତଙ୍କ ଘରେ କଳାକନା ବୁଲାଇ ଦୁର୍ବୃତ୍ତ ଚାଲିଯିବା ପରେ ଯାଇ ପୁଲିସ ପହଞ୍ଚିଥିଲା। ଡଗ ସ୍କ୍ୱାର୍ଡ ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଏସପି ରାହୁଲ ଗୋଏଲ, ଏସଡିପିଓ ଲରେନ୍ ରାଉତରାୟ, ଥାନା ଅଧିକାରୀ ନଳିନୀକାନ୍ତ ଦାସ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe