ଗୋଟିଏ ରାତିରେ ତିନି ମନ୍ଦିରରୁ ଚୋରି

Advertisment

ସୋର ଥାନା ମୁଳିସିଂ ପଞ୍ଚାୟତ ଉଲ୍ଲାସଖଡ୍ଗପୁର ଗ୍ରାମର ତିନୋଟି ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି। ଆଜି ସକାଳେ ପୂଜକ ପୂଜା ପାଇଁ ଆସିବା ପରେ ଏଠାରେ ଥିବା ରାଧାକୃଷ୍ଣ ମନ୍ଦିରର ଦୁଇଟି ରୂପା ମୁକୁଟ ସମେତ

ସୋର ଥାନା ମୁଳିସିଂ ପଞ୍ଚାୟତ ଉଲ୍ଲାସଖଡ୍ଗପୁର ଗ୍ରାମର ତିନୋଟି ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି। ଆଜି ସକାଳେ ପୂଜକ ପୂଜା ପାଇଁ ଆସିବା ପରେ ଏଠାରେ ଥିବା ରାଧାକୃଷ୍ଣ ମନ୍ଦିରର ଦୁଇଟି ରୂପା ମୁକୁଟ ସମେତ

25a023c8-6b11-465c-9d7e-51d5565dce19

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ମୁଳିସିଂ ପଞ୍ଚାୟତ ଉଲ୍ଲାସଖଡ୍ଗପୁର ଗ୍ରାମର ତିନୋଟି ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି। ଆଜି ସକାଳେ ପୂଜକ ପୂଜା ପାଇଁ ଆସିବା ପରେ ଏଠାରେ ଥିବା ରାଧାକୃଷ୍ଣ ମନ୍ଦିରର ଦୁଇଟି ରୂପା ମୁକୁଟ ସମେତ ଦାନବାକ୍ସ ଓ ଲକ୍ଷ୍ମୀନାରାୟଣ ମନ୍ଦିର ଏବଂ ଚଣ୍ଡୀ ମନ୍ଦିରର ଦାନବାକ୍ସର ଚାବି ଭାଙ୍ଗି ଚୋରି ହୋଇଥିବା ଜାଣିବାକୁ ପାଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ।

 କିଛିଦିନର ବ୍ୟବଧାନରେ ପୁଣିଥରେ ଗ୍ରାମାଞ୍ଚଳରେ ଚୋରମାନେ ମାତିଥିବାରୁ ପୁଣିଥରେ ଚୋର ଭୟ ଦେଖିବାକୁ ମିଳିଛି। ସୋର ପୁଲିସର ନିଷ୍କ୍ରିୟତା ପାଇଁ ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କୁ ସୋରରେ ନିଯୁକ୍ତି ଦେବା ସହିତ ସୋରବାସୀଙ୍କୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe