ନିର୍ମାଣ ସରିନି, କିନ୍ତୁ ଫାଟିଗଲାଣି: ୧୨୦ କୋଟି ଟଙ୍କାର ପ୍ରକଳ୍ପର ମାନ ନେଇ ପ୍ରଶ୍ନ ଉଠିଲା

ପାଖାପାଖି ୧୨୦ କୋଟି ଟଙ୍କାର ପ୍ରକଳ୍ପ। ନିର୍ମାଣକାର୍ଯ୍ୟ ସରିନି, କିନ୍ତୁ ପ୍ରକଳ୍ପରେ ଫାଟ ସୃଷ୍ଟି ହେଲାଣି। ନିର୍ମାଣ ସରିନଥିବାବେଳେ ଭାଙ୍ଗିବା ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ହେଉଛି ରାଉରକେଲା-୧।

vh
ରାଉରକେଲା: ପାଖାପାଖି ୧୨୦ କୋଟି ଟଙ୍କାର ପ୍ରକଳ୍ପ। ନିର୍ମାଣକାର୍ଯ୍ୟ ସରିନି, କିନ୍ତୁ ପ୍ରକଳ୍ପରେ ଫାଟ ସୃଷ୍ଟି ହେଲାଣି। ନିର୍ମାଣ ସରିନଥିବାବେଳେ ଭାଙ୍ଗିବା ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ହେଉଛି ରାଉରକେଲା-୧। ଏହାର ମାନ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୨୧ ମସିହାରୁ ରାଉରକେଲା-୧ ପ୍ରକଳ୍ପ ଅନ୍ତର୍ଗତ ଆଦିବାସୀ ସଂଗ୍ରହାଳୟ, ଟ୍ରାଫିକ୍‌ କଣ୍ଟ୍ରୋଲ ଆଣ୍ଡ୍‌ କମାଣ୍ଡ୍‌ ସେଣ୍ଟର୍‌ ଏବଂ ସିଟି ଅଡିଟୋରିୟମ ଓ କନଭେନ୍‌ସନ ସେଣ୍ଟର୍‌ ନିର୍ମାଣ ଆରମ୍ଭ ହୋଇଛି। ଯଦିଓ ଏହି ପ୍ରକଳ୍ପ ୨୦୨୩ ମସିହାରେ ‌ଶେଷ ହେବାକଥା, କିନ୍ତୁ ଶେଷ ହେବାର ନାଁ ନେଉନି। ଏବେ ଏହି ନିର୍ମାଣାଧୀନ ବିଲ୍‌ଡିଂର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। କେଉଁଠି କାନ୍ଥ ଫାଟି ଆଁ କରିଛି ତ ପୁଣି କେଉଁଠି କାନ୍ଥରୁ ସିମେଣ୍ଟ୍‌ ଖସୁଛି। ଏମିତିକି ବିଭିନ୍ନ ସ୍ଥାନରେ କାନ୍ଥ ଭିତର ଲାଗିଥିବା ଇଟା ବି ଦିଶୁଛି। ଏହାସହ ବିଭିନ୍ନ ସ୍ଥାନରେ ଛାତରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି। ବାସ୍ତବରେ, ଏହି ପ୍ରକଳ୍ପର ମାନ ନେଇ ଆରମ୍ଭରୁ ପ୍ରଶ୍ନ ଉଠିଛି।

୨୦୨୨ ମସିହା ଜୁନ ୬ ତାରିଖ। ଏହି ବିଲ୍‌ଡିଂର ଛାତ ହଠାତ୍‌ ଭୁଶୁଡ଼ିପଡ଼ିଥିଲା। ଯଦିଓ କୌଣସି କର୍ମଚାରୀ ମୃତାହତ ହୋଇନଥିଲେ, କିନ୍ତୁ ଅତ୍ୟନ୍ତ ନିମ୍ନମାନର ଥିବା ସ୍ପଷ୍ଟ ହୋଇଥିଲା। ଏହାସତ୍ତ୍ବେ ତତ୍କାଳୀନ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ନିର୍ମାଣକାରୀ ଠିକାସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ପ୍ରକାଶଥାଉକି, ସ୍ମାର୍ଟସିଟିର ଏକାଧିକ ପ୍ରକଳ୍ପ ଅତ୍ୟ ନିମ୍ନମାନର ହୋଇଥିବାର ନଜିର ରହିଛି। କେବଳ ବ୍ୟାପକ ଦୁର୍ନୀତିପାଇଁ ମାନଦଣ୍ଡ ଅନୁଯାୟୀ ପ୍ରକଳ୍ପ ନିର୍ମାଣ କରାଯାଇନି। ବିଗତ ଦିନରେ ହକିର ପ୍ରତୀକ ଭୁଶୁଡ଼ିବାଠାରୁ ଆରମ୍ଭକରି ପାଚେରୀ ଭାଙ୍ଗିବା, ରାସ୍ତାରୁ ପେଭର୍‌ ବ୍ଲକ ଭାଙ୍ଗିବା ଆଦି ଏକାଧିକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା। ଏବେ ପୁଣି ଏହି ପ୍ରକଳ୍ପ ଭାଙ୍ଗିବା ଆରମ୍ଭ ହୋଇଥିବାରୁ ବୁଦ୍ଧିଜୀବୀ ତଦନ୍ତ ଦାବି କରିଛନ୍ତି।

rourkela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe