୫ ଦିନହେଲା ମାତ୍ରାଧିକ ବିଳମ୍ବରେ ଚାଲୁଛି ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌

ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତିଦିନ ୭/୮ ଘଣ୍ଟାରେ ବିଳମ୍ବ ହେଉଛି। ରାଉରକେଲାରୁ ବିଳମ୍ବରେ ଛାଡ଼ୁଥିବାବେଳେ ଏଠାକୁ ଢେର୍‌ ବିଳମ୍ବରେ ମଧ୍ୟ ପହଞ୍ଚୁଛି।

Untitled

ରାଉରକେଲା: ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତିଦିନ ୭/୮ ଘଣ୍ଟାରେ ବିଳମ୍ବ ହେଉଛି। ରାଉରକେଲାରୁ ବିଳମ୍ବରେ ଛାଡ଼ୁଥିବାବେଳେ ଏଠାକୁ ଢେର୍‌ ବିଳମ୍ବରେ ମଧ୍ୟ ପହଞ୍ଚୁଛି। ଗତ ପାଞ୍ଚ ଦିନ ହେଲା, ଅର୍ଥାତ୍‌ ୪ ତାରିଖରୁ ଏହି ସମସ୍ୟା ଦେଖାଦେଇଛି। ଅନ୍ୟୁନ ଆଉ ୨/୩ ଦିନ ଏହି ସମସ୍ୟା ଲାଗିରହିବ ବୋଲି କୁହାଯାଉଛି।

ରାଉରକେଲା ଓ ରାଜଧାନୀ ମଧ୍ୟରେ ସିଧାସଳଖ ରେଳସଂଯୋଗ ଉଦ୍ଦେଶ୍ୟରେ ୨୦୧୦ ଫେବ୍ରୁଆରି ୧୩ ତାରିଖରେ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌ର ଶୁଭାରମ୍ଭ ହୋଇଥିଲା। ସେବେଠାରୁ ଆଜିପର୍ଯ୍ୟନ୍ତ ପ୍ରତିଦିନ ଏହି ଟ୍ରେନ୍‌ ଗଡ଼ୁଛି। ଅବଶ୍ୟ ଅହେତୁକ ବିଳମ୍ବନେଇ ବିଗତ ଦିନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ବିଶେଷକରି ଭୁବନେଶ୍ବରରୁ ବାହାରି ଢେର୍‌ ବିଳମ୍ବରେ ରାଉରକେଲାରେ ପହଞ୍ଚୁଥିବାରୁ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏବେ କିନ୍ତୁ ଏହା ସୀମା ଟପିଛି। ପ୍ରତିଦିନ ୭/୮ ଘଣ୍ଟା ବିଳମ୍ବ ହେଉଥିବାରୁ ରେଳବାଇ ଅବହେଳାକୁ ଦାୟୀ କରିଛନ୍ତି ସହରବାସୀ। ବିଳମ୍ବରେ ଚାଲୁଥିବା ଲିଙ୍କ୍ ଟ୍ରେନ୍‌, ମାଲବାହୀ ଟ୍ରେନ୍‌କୁ ପ୍ରାଧାନ୍ୟ ଦେବା ତଥା ଟ୍ରେନ୍‌ ରକ୍ଷଣାବେକ୍ଷଣ ଆଦି ପ୍ରାୟତଃ ଇଣ୍ଟରସିଟି ଏକ୍ସପ୍ରେସର ପୁନଃନିର୍ଦ୍ଧାରଣ ଓ ବିଳମ୍ବର କାରଣ ପାଲଟିଛି।

ଉଲ୍ଲେଖଯୋଗ୍ୟ, ସଂପ୍ରତି ଏହି ରୁଟ୍‌ରେ କେବଳ ଗୋଟିଏ ଇଣ୍ଟରସିଟି ଏକ୍ସପ୍ରେସ୍‌ ରାଉରକେଲା ପଟୁ ଚଳାଚଳ କରୁଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ପଟୁ ଆଉ ଏକ ଇଣ୍ଟରସିଟି ଏକ୍ସପ୍ରେସ୍‌ ଆରମ୍ଭ କରିବାକୁ ଦାବି ହେଉଛି। ଏଭଳି ସମୟରେ ମାତ୍ରାଧିକ ବିଳମ୍ବ ଯାତ୍ରୀଙ୍କ ସମସ୍ୟା ଦ୍ବିଗୁଣିତ କରୁଛି। ରାଉରକେଲା ରେଳଷ୍ଟେସନ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଶୋକ ପତିଙ୍କୁ ପଚାରିବାରୁ କହିଲେ, ପ୍ରାଇମେରୀ ମେଣ୍ଟେନାନ୍ସ କାର୍ଯ୍ୟ କରାଯାଉଛି। ଏଥିପାଇଁ ସମୟ ଆବଶ୍ୟକ ହୁଏ। ଏହାସହ ଯେଉଁ ଟ୍ରେନ୍‌ ଯାଉଛି, ସେଇଟା ହିଁ ଫେରୁଛି। ଗୋଟିଏ ଦିନ ଟ୍ରେନ୍‌ ବାତିଲହେଲେ ଠିକ୍‌ ହୋଇଯିବ, ତେବେ ଏହି ନିଷ୍ପତ୍ତି ଆମ କ୍ଷମତା ପରସରଭୁକ୍ତ ନୁହେଁ। ୨/୩ ଦିନ ଭିତରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe