Rourkela Corruption: ଘରୋଇ ସଂସ୍ଥାକୁ ଟେକିଦେଲେ ବହୁତଳ କାର୍‌ପାର୍କିଂ: ହାତେଇଛନ୍ତି ବିଜେପି ଓ ବିଜେଡି‌ ନେତା

Advertisment

ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ୍‌, ବହୁତଳ କାର୍‌ପାର୍କିଂ ନିର୍ମାଣରେ ସ୍ମାର୍ଟସିଟି ପାଣ୍ଠିରୁ ପାଣିବୋହିଲା ପରି ଟଙ୍କା ଖର୍ଚ୍ଚ ହେଲା। ପ୍ରାୟ ୧୫୭.୨୧ କୋଟି ବ୍ୟୟରେ ୯୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଫୁଟବଲ୍‌ ଷ୍ଟାଡିୟମ, ୧୮୧ କାର୍‌ ରଖିବାକୁ ବହୁତଳ ପାର୍କିଂ ସହ ସୁଇମିଂ ପୁଲ୍‌ ନିର୍ମାଣ ହେଲା। ଗତ ୨୦୨୩ ମାର୍ଚ୍ଚରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କଲେ।

ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ୍‌, ବହୁତଳ କାର୍‌ପାର୍କିଂ ନିର୍ମାଣରେ ସ୍ମାର୍ଟସିଟି ପାଣ୍ଠିରୁ ପାଣିବୋହିଲା ପରି ଟଙ୍କା ଖର୍ଚ୍ଚ ହେଲା। ପ୍ରାୟ ୧୫୭.୨୧ କୋଟି ବ୍ୟୟରେ ୯୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଫୁଟବଲ୍‌ ଷ୍ଟାଡିୟମ, ୧୮୧ କାର୍‌ ରଖିବାକୁ ବହୁତଳ ପାର୍କିଂ ସହ ସୁଇମିଂ ପୁଲ୍‌ ନିର୍ମାଣ ହେଲା। ଗତ ୨୦୨୩ ମାର୍ଚ୍ଚରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କଲେ।

WhatsApp Image 2026-02-15 at 23.23.16

ରାଉରକେଲା: ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ୍‌, ବହୁତଳ କାର୍‌ପାର୍କିଂ ନିର୍ମାଣରେ ସ୍ମାର୍ଟସିଟି ପାଣ୍ଠିରୁ ପାଣିବୋହିଲା ପରି ଟଙ୍କା ଖର୍ଚ୍ଚ ହେଲା। ପ୍ରାୟ ୧୫୭.୨୧ କୋଟି ବ୍ୟୟରେ ୯୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଫୁଟବଲ୍‌ ଷ୍ଟାଡିୟମ, ୧୮୧ କାର୍‌ ରଖିବାକୁ ବହୁତଳ ପାର୍କିଂ ସହ ସୁଇମିଂ ପୁଲ୍‌ ନିର୍ମାଣ ହେଲା। ଗତ ୨୦୨୩ ମାର୍ଚ୍ଚରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କଲେ। ଜିଲ୍ଲା ପ୍ରଶାସନ ବହୁତଳ କାର୍‌ ପାର୍କିଂକୁ କାର୍ଯ୍ୟକ୍ଷମ କଲେନି। ସହରବାସୀ ଓ କ୍ରୀଡ଼ାପ୍ରେମୀଙ୍କ କାମରେ ଲଗାଇଲେନି ନାହିଁ। ପ୍ରାୟ ଦେଢ଼ବର୍ଷ ପଡ଼ିବା ପରେ ଜିଲ୍ଲା ପ୍ରଶାସନ ତଞ୍ଚକତା କରି ବ୍ୟବସାୟିକ ଉଦ୍ଦେଶ୍ୟରେ ଘରୋଇ ସଂସ୍ଥାକୁ ଟେକିଦେଲେ। ପ୍ରାୟ ୩ କୋଟି ୮୦ ଲକ୍ଷ ଟଙ୍କା ସିକ୍ୟୁରିଟି ଜମାରେ ହାତେଇଲେ ବିଜେପି ନେତା। ଜୋରଦାର ପ୍ରତିବାଦ ହେବାରୁ ଅନ୍ୟ ଦୁଇ ବିଜେଡି ନେତାଙ୍କୁ ବ୍ୟବସାୟରେ ସାମିଲ କରାଗଲା। ଏବେ ସୌନ୍ଦର୍ଯ୍ୟ ପାଇଁ ବହୁତଳ କାର୍‌ପାର୍କିଂ ଚତୁଃପାର୍ଶ୍ବରେ ଲାଗିଥିବା ଲକ୍ଷଲକ୍ଷ ଟଙ୍କାର କାଚକୁ ଭାଙ୍ଗି ଫିଙ୍ଗି ଦିଆଯାଇଛି। କେବଳ ବେସ୍‌ମେଣ୍ଟରେ ପାର୍କିଂ ବ୍ୟବସ୍ଥା ରହିଛି।

ଗ୍ରାଉଣ୍ଡ ଫ୍ଲୋର୍‌, ପ୍ରଥମ ମହଲାକୁ ଭାଙ୍ଗି ନିର୍ମାଣ ହେଉଛି ହୋଟେଲ ଓ ବିବାହ ମଣ୍ଡପ। ଦ୍ବିତୀୟ ମହଲାରେ ୭୨ କୋଠରି ବିଶିଷ୍ଟ ଷ୍ଟାର ହୋଟେଲ୍‌ ଓ ତୃତୀୟ ମହଲାରେ ପ୍ରାୟ ଦୁଇ ହଜାର କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ବିବାହ ମଣ୍ଡପ। ସ୍ମାର୍ଟସିଟି ପାଣ୍ଠିରେ ନିର୍ମାଣ ବହୁତଳ ପାର୍କିଂକୁ ଉଭୟ ବିଜେପି ଓ ବିଜେଡି ନେତାଙ୍କୁ ବେପାର ଉଦ୍ଦେଶ୍ୟରେ ଟେକି ଦିଆଯାଇଥିବା ଦର୍ଶାଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସହର କିଛି ସଙ୍ଗଠନ ହାଇକୋର୍ଟର ଜନସ୍ବାର୍ଥ ମାମଲା କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ସବିର ହୁସେନ କହିଛନ୍ତି ଏହା ସହରବାସୀ ଓ କ୍ରୀଡ଼ାପ୍ରେମୀଙ୍କ କାମରେ ଲାଗିବା ଦରକାର। ବେପାରୀଙ୍କ ହାତକୁ ଟେକି ଦିଆନଯାଉ। ଏମିତି ହେଲେ ସହରବାସୀଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବ। ଦରକାର ପଡ଼ିଲେ ଲୋକଙ୍କୁ ନେଇ ଜିଲ୍ଲା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କହିଛନ୍ତି, ସରକାର ଏ‌ହାକୁ ଛାତ୍ରାବାସ କିମ୍ବା ଅନ୍ୟକାମରେ ବ୍ୟବହାର କରିପାରିଥାନ୍ତା।

ଆହୁରି ପଢନ୍ତୁ: OD02 bar: ଓଡି୦୨ ବାର୍‌ ସିଲ୍‌ କଲା ଅବକାରୀ ବିଭାଗ: ଏସ୍‌ପିଙ୍କୁ ଠେଲାପେଲା, ମ୍ୟାନେଜର୍‌ ଗିରଫ

ହୋଟେଲ କରିବା ଆଦୌ ଠିକ୍‌ ହେଲାନି। ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହା ଠିକ୍‌ ନୁହେଁ ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ। ସରକାର ବ୍ୟବସାୟିକ ସଂସ୍ଥା ନୁହେଁ। ରାଜସ୍ବ ଆଦାୟ ପାଇଁ ଏଭଳି ହେବା କଥା ନୁହେଁ। ଏହାର ପୁର୍ନବିଚାର ହେବା ଦରକାର। ଲୋକଙ୍କ ପଇସା ଲୋକଙ୍କ କାମରେ ଲାଗିବା ଉଚିତ। ବହୁତଳ କାର୍‌ପାର୍କିଂର ବେସ୍‌ମେଣ୍ଟରେ ୨, ୨୬୬.୭୦ ବର୍ଗଫୁଟ୍‌, ତଳ ଓ ପ୍ରଥମ ମହଲାରେ  ୨,୯୬୬.୫୦ ବର୍ଗଫୁଟ୍‌ ଲେଖାଏଁ ପାର୍କିଂ ବ୍ୟବସ୍ଥା ରହିଛି। ସ୍ମାର୍ଟସିଟି ବୋର୍ଡର ନିଷ୍ପତ୍ତି ଅନୁଯାୟୀ କେବଳ ଦ୍ବିତୀୟ ଓ ତୃତୀୟ ମହଲାକୁ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଥିଲା।

ଏବେ କାହା ଚାପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ତା’ର ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରୁ ଦାବି ହେଉଛି। ସ୍ମାର୍ଟସିଟିର ସିଇଓ ତଥା ଆର୍‌ଏମ୍‌ସି କମିସନର ଦୀନା ଦସ୍ତଗୀର କହିଛନ୍ତି, ସ୍ମାର୍ଟସିଟି ପ୍ରକଳ୍ପ ଶେଷହୋଇଛି। ରକ୍ଷଣାବେକ୍ଷଣ ପାଇଁ ରାଜସ୍ବର ଆବଶ୍ୟକତା ରହିଛି। ସ୍ମାର୍ଟସିଟି ବୋର୍ଡର ଅନୁମତି ଅନୁଯାୟୀ ଘରୋଇ ସଂସ୍ଥାକୁ ଟେଣ୍ଡର ପ୍ରକ୍ରିୟାରେ ଦିଆଯାଇଛି। ଯେଉଁଦିନ ମ୍ୟାଚ୍‌ ହେବ ଗାଡ଼ିଗୁଡ଼ିକ ପାର୍କିଂ ପାଇଁ ସମ୍ପୃକ୍ତ ଘରୋଇ ସଂସ୍ଥା ବେସ୍‌ମେଣ୍ଟରେ ଥିବା ପାର୍କିଂ ଯୋଗାଇ ଦେବାକୁ ଚୁକ୍ତିନାମାରେ ସର୍ତ୍ତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe