ଗୋଟିଏ ଘର ଜବରଦଖଲମୁକ୍ତ କଲା ଆର୍‌ଏସ୍‌ପି, ଉଚ୍ଛେଦ ହେବ ଆଉ ୪୭ ଅନଧିକୃତ ଘର

ମଙ୍ଗଳବାର ସେକ୍ଟର-୪ରେ ଏକ ଅନଧିକୃତ କ୍ବାର୍ଟରକୁ ଜବରଦଖଲମୁକ୍ତ କରାଯାଇଛି। ଆଗାମୀ ଦିନରେ ଅନ୍ୟ ଜବରଦଖଲକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

vgh

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରୁ ଅବସର ନେଇସାରିଛନ୍ତି। କିନ୍ତୁ ଅନଧିକୃତଭାବେ କ୍ବାର୍ଟରକୁ ମାଡ଼ିବସିଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ, ବରଂ ୯/୧୦ ବର୍ଷ ହେଲା ବିଭିନ୍ନ ଆଳକରି କ୍ବାର୍ଟର ଛାଡ଼ୁନାହାନ୍ତି। ଏଭଳି ୪୮ ଜଣ ଅବସରପ୍ରାପ୍ତ କର୍ମଚାରୀ ବେଆଇନଭାବେ କ୍ବାର୍ଟର୍‌କୁ କବ୍‌ଜା କରି ରଖିଛନ୍ତି। ବିଳମ୍ବ ହେଉପଛେ, ଶେଷରେ ଚେତିଛି ଆର୍‌ଏସ୍‌ପି ସହରସେବା ବିଭାଗ। ମଙ୍ଗଳବାର ସେକ୍ଟର-୪ରେ ଏକ ଅନଧିକୃତ କ୍ବାର୍ଟରକୁ ଜବରଦଖଲମୁକ୍ତ କରାଯାଇଛି। ଆଗାମୀ ଦିନରେ ଅନ୍ୟ ଜବରଦଖଲକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସେକ୍ଟର-୪ର କ୍ୱାର୍ଟର ନମ୍ବର ଏ/୩୦୭ରେ ଜଣେ ଆର୍‌ଏସ୍‌ପି କର୍ମଚାରୀ ରହୁଥିଲେ। ସେ ୨୦୧୪ ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ ମଧ୍ୟ ଉକ୍ତ କ୍ବାର୍ଟର ଛାଡ଼ିନଥିଲେ। ସଂପୃକ୍ତ କର୍ମଚାରୀ ଓ ତାଙ୍କ ଭଉଣୀମାନଙ୍କ ମଧ୍ୟରେ ପାରିବାରିକ ବିବାଦ ଯୋଗୁଁ ପରିବାର ଦ୍ୱାରା କ୍ୱାର୍ଟର ଖାଲି କରାଯାଉନଥିଲା। ଏଣୁ ସହର ପ୍ରଶାସନ ବିଭାଗ ପକ୍ଷରୁ ସାର୍ବଜନୀନ ପରିସର (ଅନଧିକୃତ ଦଖଲକାରୀଙ୍କ ଉଚ୍ଛେଦ) ଆଇନ ୧୯୭୧ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ପୂର୍ବରୁ ୨୦୧୭ ଜୁନ ୨ ତାରିଖରେ କ୍ବାର୍ଟର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯିବାସତ୍ତ୍ବେ କ୍ବାର୍ଟର ଖାଲି କରିନଥିଲେ। ଏହାପରେ ଏକାଧିକ ନୋଟିସ୍‌ ପଠାଇଥିଲେ ମଧ୍ୟ ଏହାକୁ ଭୃକ୍ଷେପ କରିନଥିଲେ। ଶେଷରେ ଆଜି ଏନ୍‌ଫୋର୍ସମେଣ୍ଟ ଦଳ ସହର ସେବା ବିଭାଗର ଆବଣ୍ଟନ ବିଭାଗ ସହିତ ପ୍ରଥମେ ଜବରଦଖଲକାରୀଙ୍କୁ ଘର ଛାଡ଼ିବାକୁ ପରାମର୍ଶ ଦେଇଥିଲେ। ଏହା ସତ୍ତ୍ବେ ଘର ଖାଲି ନ କରିବାରୁ ଆଜି ସେକ୍ଟର-୩ ପୁଲିସ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିଲା।

rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe