Russian University :ରୁଷ ବିଶ୍ୱବିଦ୍ୟାଳୟରେ ୪ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼: ପୀଡିତଙ୍କ ରକ୍ତରେ କାନ୍ଥରେ ଅଙ୍କିତ ସ୍ୱସ୍ତିକ ଚିହ୍ନ ଭାଇରାଲ

Advertisment

ରୁଷର ବାଶକୋର୍ଟୋସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ପାଇଁ ଥିବା ଏକ ହଷ୍ଟେଲର କ୍ରୀଡା ରୁମରେ ଛୁରୀ ଆକ୍ରମଣରେ ୪ ଭାରତୀୟ ଛାତ୍ର ଓ ଦୁଇ ଜଣ ପୁଲିସ ଅଧିକାରୀଙ୍କ ସମେତ ଆଠ ଜଣ ଆହତ ହୋଇଛନ୍ତି।

ରୁଷର ବାଶକୋର୍ଟୋସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ପାଇଁ ଥିବା ଏକ ହଷ୍ଟେଲର କ୍ରୀଡା ରୁମରେ ଛୁରୀ ଆକ୍ରମଣରେ ୪ ଭାରତୀୟ ଛାତ୍ର ଓ ଦୁଇ ଜଣ ପୁଲିସ ଅଧିକାରୀଙ୍କ ସମେତ ଆଠ ଜଣ ଆହତ ହୋଇଛନ୍ତି।

08bbs_1_08022026_112

ମସ୍କୋ/ନୂଆଦିଲ୍ଲୀ : ରୁଷର ବାଶକୋର୍ଟୋସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ପାଇଁ ଥିବା ଏକ ହଷ୍ଟେଲର କ୍ରୀଡା ରୁମରେ ଛୁରୀ ଆକ୍ରମଣରେ ୪ ଭାରତୀୟ ଛାତ୍ର ଓ ଦୁଇ ଜଣ ପୁଲିସ ଅଧିକାରୀଙ୍କ ସମେତ ଆଠ ଜଣ ଆହତ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ରୁଷିଆର ବାଶକୋର୍ଟୋସ୍ତାନର ଉଫାରେ ଥିବା ଷ୍ଟେଟ୍ ମେଡିକାଲ୍ ୟୁନିଭରସିଟିର ହଷ୍ଟେଲରେ ଛୁରୀ ଧରି ଜଣେ ୧୫ ବର୍ଷିୟ କିଶୋର ପ୍ରବେଶ କରି ସେଠାରେ ରହୁଥିବା ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ ବୋଲି ରୁଷ ଗୃହ ମନ୍ତ୍ରଣାଳୟ କହିଛି। ରୁଷରେ ଥିବା ଭାରତୀୟ ଦୂତାବାସ ସୂଚନା ଦେଇଛି ଯେ, ଉଫାରେ ଏକ ଦୁର୍ଭାଗ୍ୟଜନକ ଆକ୍ରମଣ ଘଟିଛି। ଚାରି ଜଣ ଭାରତୀୟ ଛାତ୍ରଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ଦୂତାବାସ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି ଓ କାଜାନରେ ଥିବା କନସୁଲେଟ୍ ଜେନେରାଲର ଅଧିକାରୀମାନେ ଆହତ ଛାତ୍ରମାନଙ୍କୁ ସହାୟତା କରିବା ପାଇଁ ଉଫା ଯାଇଛନ୍ତି।

ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ଛୁରୀରେ ଆକ୍ରମଣ
ଗୃହ ମନ୍ତ୍ରଣାଳୟର ମୁଖପାତ୍ର ମେଜର ଜେନେରାଲ ଇରିନା ଭୋଲ୍କ କହିଛନ୍ତି,ଆକ୍ରମଣକାରୀଙ୍କୁ ଗିରଫ କରିବାବେଳେ ସେ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ସନ୍ଦିଗ୍ଧ ବ୍ୟକ୍ତି ନିଜକୁ ମଧ୍ୟ ଶାରୀରିକ କ୍ଷତି ପହଞ୍ଚାଇଥିଲେ। ତାକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାରି ଜଣ ଛାତ୍ର ଏବଂ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ସ୍ଥାନୀୟ କ୍ଲିନିକାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୋଦୀଙ୍କୁ ଚିଠି ଲେଖିଲା ଏଆଇଏମ୍‌ଏସ୍‌ଏ
ରୁଷିଆନ୍ ଗଣରାଜ୍ୟ ବାଶକୋର୍ଟୋସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ଚାରି ଜଣ ଭାରତୀୟ ଛାତ୍ରଙ୍କ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣ ସମ୍ପର୍କରେ ଅଲ୍ ଇଣ୍ଡିଆ ମେଡିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ଏଆଇଏମ୍‌ଏସ୍‌ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଗଭୀର ଚିନ୍ତା ପ୍ରକାଶ କରିଛି। ସଂଗଠନ ଏହି ଘଟଣାକୁ ଗମ୍ଭୀର ବୋଲି ବର୍ଣ୍ଣନା କରିଛି ଓ ପୀଡିତଙ୍କ ପାଇଁ ନ୍ୟାୟ ତଥା ବିଦେଶରେ ପଢୁଥିବା ଭାରତୀୟ ଛାତ୍ରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ କୂଟନୈତିକ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ବିଦେଶରେ ପଢୁଥିବା ଭାରତୀୟ ଛାତ୍ରଙ୍କ ମଧ୍ୟରେ ଭୟର ବାତାବରଣ
ଚିଠିରେ କୁହାଯାଇଛି, ଏପରି ଘଟଣା କେବଳ ଛାତ୍ରଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରେ ନାହିଁ ବରଂ ବିଦେଶରେ ପଢୁଥିବା ଭାରତୀୟ ଛାତ୍ରଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରେ। ଡାକ୍ତର ସଂଗଠନ ଦାବି କରିଛି, ଭାରତୀୟ ଛାତ୍ରଙ୍କ ପାଇଁ ସ୍ପଷ୍ଟ ପରାମର୍ଶ ଜାରି କରାଯାଉ ତଥା ହେଲ୍ପଲାଇନ୍ ଭଳି ସୁବିଧା ଉପଲବ୍ଧ କରାଯାଉ ଯାହା ଦ୍ୱାରା ସେମାନେ ଯେକୌଣସି ସଙ୍କଟ ସମୟରେ ତୁରନ୍ତ ସହାୟତା ପାଇପାରିବେ। ମସ୍କୋରେ ଥିବା ଭାରତୀୟ ଦୂତାବାସ ଶନିବାର ବିଳମ୍ବିତ ରାତିରେ ଏହି ଘଟଣାକୁ ନିଶ୍ଚିତ କରି ଏହାକୁ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଆକ୍ରମଣ ବୋଲି କହିଛି। ଆହତମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସେବା ସୁନିଶ୍ଚିତ କରିବା ଓ ସୂଚନା ପାଇବା ପାଇଁ ଦୂତାବାସ ରୁଷ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଛି ବୋଲି କହିଛି। କାଜାନରେ ଥିବା ଭାରତୀୟ କନସୁଲେଟର ଅଧିକାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଉଫା ପଠାଯାଇଛି।

ନୂଆଦିଲ୍ଲୀର ବୈଦେଶିକ ମନ୍ତ୍ରଣାଳୟକୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି। ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାରତୀୟ ଅଧିକାରୀମାନେ କହିଛନ୍ତି, ବିଦେଶରେ ଛାତ୍ରମାନଙ୍କ ସୁରକ୍ଷା ସେମାନଙ୍କର ପ୍ରାଥମିକ ଚିନ୍ତା। କୂଟନୈତିକ ସୂତ୍ରଗୁଡ଼ିକ ସୂଚିତ କରିଛନ୍ତି, ଦୂତାବାସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଅପଡେଟ୍ ପ୍ରଦାନ ଜାରି ରଖିବ। ରୁଷିଆ ଫେଡେରାଲ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ଜାରି ରହିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ମସ୍କୋରୁ ପ୍ରାୟ ୧,୨୦୦ କିଲୋମିଟର ପୂର୍ବରେ ଅବସ୍ଥିତ ବାଶକୋର୍ଟୋସ୍ତାନ ଗଣରାଜ୍ୟର ରାଜଧାନୀ ଉଫାର କର୍ତ୍ତୃପକ୍ଷ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛନ୍ତି।
କାନ୍ଥରେ ସ୍ବସ୍ତିକ ଚିହ୍ନ

ଗୋଟିଏ ଚ୍ୟାନେଲ ଦାବି କରିଛି ଯେ ଆକ୍ରମଣକାରୀ ନିଷିଦ୍ଧ ନବ-ନାଜି ସଂଗଠନ ଏନ୍‌ଏସ୍‌/ଡବ୍ଲୁପିର ଥିଲେ। ଆକ୍ରମଣ ସମୟରେ ସେ, ଜାତୀୟତାବାଦୀ ସ୍ଲୋଗାନ ଦେଉଥିଲେ। ପୀଡିତଙ୍କ ରକ୍ତରେ କାନ୍ଥରେ ଅଙ୍କିତ ସ୍ୱସ୍ତିକ ଚିହ୍ନର ଏକ ଫଟୋ ସେୟାର କରାଯାଇଛି। ଏହା ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe