ହାର୍ଦ୍ଦିକଙ୍କ ପରେ ରିୟାନଙ୍କୁ ଲାଗିଲା ଝଟକା, ଦେବେ ୧୨ ଲକ୍ଷର ଜରିମାନା

Advertisment

ଗୌହାଟୀରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ ପରେ ଅଧିନାୟକ ରିୟାନ ପରାଗଙ୍କୁ ଏକ ବଡ଼ ଝଟକା ଲାଗିଛି। ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା ।

ଗୌହାଟୀରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ ପରେ ଅଧିନାୟକ ରିୟାନ ପରାଗଙ୍କୁ ଏକ ବଡ଼ ଝଟକା ଲାଗିଛି। ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା ।

ryan

ନୂଆଦିଲ୍ଲୀ: ଗୌହାଟୀରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ ପରେ ଅଧିନାୟକ ରିୟାନ ପରାଗଙ୍କୁ ଏକ ବଡ଼ ଝଟକା ଲାଗିଛି। ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା । କିନ୍ତୁ ଏହି ମ୍ୟାଚ୍ ପରେ, ରାଜସ୍ଥାନ ଅଧିନାୟକ ରିୟାନ ପରାଗଙ୍କୁ ୧୨ ଲକ୍ଷ ଟଙ୍କାର ଝଟକା ଲାଗିଛି |

 ଏକ ରିପୋର୍ଟ ଅନୁଯାୟୀ, ପରାଗଙ୍କୁ ଆଇପିଏଲରେ ସ୍ଲୋ ଓଭର ରେଟ୍ ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । ଆଇପିଏଲ ୨୦୨୫ରେ ଏହା ଦ୍ୱିତୀୟ ଥର ଯେତେବେଳେ ଜଣେ ଅଧିନାୟକଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ଜରିମାନା ଦିଆଯାଇଛି। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଜରିମାନା ଦିଆଯାଇଥିଲା। ବିସିସିଆଇ ନିକଟରେ ଆଇପିଏଲର ନିୟମ ପରିବର୍ତ୍ତନ କରିଛି। ପୂର୍ବରୁ, ସ୍ଲୋ ଓଭର ରେଟ୍ ଯୋଗୁଁ ଜଣେ ଅଧିନାୟକଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବାସନ୍ଦ କରାଯାଉଥିଲା।

 କିନ୍ତୁ ଏବେ ସେପରି ନାହିଁ। ଉଲ୍ଲେଖ ଥାଉ କି ଦୁଇଦିନ ତଳେ ଧୀମା ଓଭର ବୋଲିଂ ଲାଗି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଥିଲା । ଅହମଦାବାଦରେ ଖେଲାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌କୁ ୩୬ ରନ୍‌ରେ ହାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ସମୟରେ ‌‌କମ୍‌ ଓଭର ବୋଲିଂ କରିଥିବାରୁ ଅଧିନାୟକ ପାଣ୍ଡ୍ୟାଙ୍କୁ ଜରିମାନା ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe