Sabarimala Temple Loot Case Photograph: (Photo: social media)
ତିରୁଅନନ୍ତପୁରମ୍: ସବରିମାଳା ମନ୍ଦିରରେ ସୁନା ତଥା ଅନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତକୁ ଅଧିକ ଜୋରଦାର କରିଛି। ଜାନୁଆରି ୨୦ରେ ଇଡି କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ୨୧ଟି ସ୍ଥାନରେ ଚଢ଼ଉ କରିଥିଲା। କୋଚି ଜୋନାଲ ଅଫିସ ଦ୍ୱାରା ମନି ଲଣ୍ଡରିଂ ନିବାରଣ ଆଇନ ୨୦୦୨ ଅନୁଯାୟୀ କରାଯାଇଥିବା ଏହି ଚଢ଼ଉ କେରଳ ପୁଲିସ କ୍ରାଇମବ୍ରାଞ୍ଚ ଦ୍ୱାରା ପଞ୍ଜିକୃତ ଦୁଇଟି ଏତଲା ଆଧାରରୁ ଆରମ୍ଭ ହୋଇଥିଲା।
ଟ୍ରାଭାଙ୍କୋର ଦେବସ୍ୱମ ବୋର୍ଡ (ଟିଡିବି) ର ବରିଷ୍ଠ ଅଧିକାରୀ, ପୂର୍ବତନ ମନ୍ଦିର ପ୍ରଶାସକ, ଘରୋଇ ପ୍ରାୟୋଜକ ଏବଂ ଜୁଏଲର୍ସଙ୍କୁ ନେଇ ଅପରାଧିକ ଷଡଯନ୍ତ୍ର ରଚା ଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ଇଡି ଅଭିଯୋଗ କରିଛି ଯେ, ମରାମତି ଏବଂ ପୁନଃସ୍ଥାପନ ଆଳରେ ମନ୍ଦିର କଳାକୃତିଗୁଡ଼ିକରୁ ରାସାୟନିକ ଭାବରେ ସୁନା ବାହାର କରାଯାଇଥିଲା।
ଏସବୁ ବି ପଢିପାରିବେ: Firing in Saranda: ସରଣ୍ଡା ଜଙ୍ଗଲରେ ପୁଲିସ–ନକ୍ସଲ ଗୁଳି ବିନିମୟ, ଜଣେ ଇନାମୀ ନକ୍ସଲ ସହ ଅନେକ ନିହତ ହୋଇଥିବା ସୂଚନା
ଉତ୍ତୋଳିତ ସୁନା ଏବଂ ସମ୍ପର୍କିତ ସମ୍ପତ୍ତିକୁ ଅଭିଯୁକ୍ତମାନେ ରଖିବା ମନି ଲଣ୍ଡରିଂ ଆଇନ ଅନୁଯାୟୀ ଅପରାଧିକ ଆୟ ଭାବେ ଗ୍ରହଣ କରାଯାଇଥାଏ।। ଇଡି ମନି ଲଣ୍ଡରିଂର ଧାରା ୧୭(୧ଏ) ଅନୁଯାୟୀ ମୁଖ୍ୟ ଅଭିଯୁକ୍ତଙ୍କ ଆଠଟି ସ୍ଥାବର ସମ୍ପତ୍ତି, ଯାହାର ମୂଲ୍ୟ ପ୍ରାୟ ୧.୩ କୋଟି ଟଙ୍କା ଜବତ କରିଛି। ଚେନ୍ନାଇର ସ୍ମାର୍ଟ କ୍ରିଏସନ୍ସ ପରିସରରୁ ୧୦୦ ଗ୍ରାମ ସୁନା ବାର୍ ମଧ୍ୟ ଜବତ କରାଯାଇଛି।
Follow Us