ରାଇରଙ୍ଗପୁର(ତୁଷାରକାନ୍ତ ମହାନ୍ତ): ପନିପରିବା ବିକ୍ରି କରି ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କଲେ ପୁତୁରା ବୋହୂ। ସରକାରଙ୍କ ବିନା ଆର୍ଥିକ ସହାୟତାରେ ନିଜ ଜନ୍ମ ମାଟିରେ ପ୍ରତିଷ୍ଠା ହେଲା ପ୍ରଥମ ପ୍ରତିମୂର୍ତ୍ତିl
/sambad/media/media_files/2025/02/08/rtkpPRHVvQpMxkEBSTB3.jpg)
ସୂଚନା ଅନୁଯାୟୀ ଓଡ଼ିଶାର ପ୍ରଥମ ଆଦିବାସୀ କ୍ୟାବିନେଟ୍ ମନ୍ତ୍ରୀ ପ୍ରଥମ ଆଦିବାସୀ ସ୍ନାତକ , ପ୍ରଥମ ବାରିଷ୍ଟର,ଉପାନ୍ତ ବହଳଦା ବିଧାନସଭା କ୍ଷେତ୍ରର ତିନି ତିନି ଥର ବିଧାୟକ, ଯାହାଙ୍କ ନେତୃତ୍ୱରେ ସ୍ବାଧୀନତାର ପ୍ରଥମ ନିର୍ବାଚନରେ ସ୍ଵତନ୍ତ୍ର ଦଳରୁ ୧୦ଟି ଆସନରୁ ନଅଟି ଆସନରେ ସଫଳତା ମିଳିଥିଲା, ତାଙ୍କ ୧୦୭ ତମ ଜନ୍ମ ଦିବସରେ ପ୍ରତିମୂର୍ତ୍ତି ସ୍ଥାପନା ହୋଇ ପାରିଛି ।
ସୁନାରାମ ସୋରେନଙ୍କ ଜନ୍ମ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକର ହେଂସଡ଼ା ଗ୍ରାମରେ ୧୯୧୮ ମସିହା ଫେବ୍ରୁଆରି ମାସ ୪ ତାରିଖରେ l ସେତେବେଳେ ସେ ନିଜ ପ୍ରାଥମିକ ଶିକ୍ଷା ୧୦ କିଲୋମିଟର ଦୂର ନାଉଯୋଡ଼ାରୁ ସମାପ୍ତି କରି ଵହଳଦା ଏବଂ ବାରିପଦାରୁ ମାଧ୍ୟମିକ ଶିକ୍ଷା ସମାପ୍ତ କରି ରେଭେନ୍ସା ମହାବିଦ୍ୟାଳୟରୁ ସେ ଆଇଏ ଏବଂ ବିଏପାସ କରି ଆଇନରେ ସ୍ନାତକ କରିଥିଲେ l ମାଗଣାରେ ମୟୂରଭଞ୍ଜ ପ୍ରଜା କୋର୍ଟରେ ଲୋକଙ୍କ ମାଲି ମକଦ୍ଦମା ଲଢ଼ୁଥିଲେ l ପରେ ପରେ ସ୍ଵତନ୍ତ୍ର ପାର୍ଟିରେ ଯୋଗଦେଇ ମୟୂରଭଞ୍ଜ ଜିଲ୍ଲାର ନେତୃତ୍ୱ ନେଇ ୧୦ ବିଧାନସଭାରୁ ୯ ଟି ବିଧାନସଭା ଦଖଲ କରି ଅଦ୍ୱିତୀୟ ଆଦିବାସୀ ନେତା ହୋଇ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀ ମଣ୍ଡଳରେ ପ୍ରଥମ ଆଦିବାସୀ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ l ସେ ବହୁ ଜନହିତକର କାମ କରିଥିଲେ l
ସବୁଠାରୁ ଉଲ୍ଲେଖନୀୟ ପଦକ୍ଷେପ ଥିଲା, ଆଦିବାସୀ ବାଳିକାଙ୍କ ଶିକ୍ଷାକୁ ବ୍ୟାପକ କରିବାକୁ ଯାଇ ପ୍ରଥମ ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟ ରାଇରଙ୍ଗପୁରଠାରେ ସ୍ଥାପନ କରି ଚର୍ଚ୍ଚାକୁ ଆସିଥିଲେ ସୁନାରାମ ସୋରେନl ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଓଡ଼ିଶାରେ ଆଦିବାସୀଙ୍କ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ବିକାଶ ହୋଇଥିଲା l ବର୍ତ୍ତମାନ ତାଙ୍କ ନାମରେ ଓଡ଼ିଶାର ସମସ୍ତ ଆଦିବାସୀ ଜିଲ୍ଲାରେ ଶହ ଶହ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବା ବେଳେ ଦୁଃଖ ଏବଂ ପରିତାପର ବିଷୟ ତାଙ୍କ ଜନ୍ମ ମାଟିରେ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇ ପାରିନଥିଲା । ତେବେ ତାଙ୍କ ୧୦୭ ତମ ଜନ୍ମ ଦିବସରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଛିl
ପ୍ରତିମୂର୍ତ୍ତି ବହୁ କଷ୍ଟରେ ନିର୍ମାଣ ତ ହେଲା କିନ୍ତୁ ରଙ୍ଗଠାରୁ ଆରମ୍ଭ କରି ଶିଡ଼ି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସବିତା ପାଖରେ ଅର୍ଥ ନ ଥିଲା କଣ କରିବେ, କଣ କରିବେ ଭାବି ଦୈବାତ ସମାଜସେବୀ ତଥା ରାଜ୍ୟ ବିଜେପିର ସମ୍ପାଦକ ନବୀନ ରାମଙ୍କ ସହିତ ବଜାରରେ ଦେଖା ହୁଏ ,ବାର୍ତ୍ତାଳାପ ହଉ ହଉ ପ୍ରତିମୂର୍ତ୍ତି କଥା ପଡ଼େ,ନବୀନ କହିଲେ ଠିକ୍ ଅଛି ଆପଣ ଯେତେବେଳେ ଏତେ ବାଟ ଆଗେଇ ଯାଇଛନ୍ତି ମୁ ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବି। ଶେଷରେ ନବୀନ ରାମ ଓ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ , ସରସକଣା ବିଧାୟକ ଭାଦବ ହାଂସଦାଙ୍କ ସହଯୋଗରେ ସବିତାଙ୍କ ସେ ଆଶା ପୂରଣ ହେଲା l ତେବେ ସବିତାଙ୍କର ଏଭଳି କାର୍ଯ୍ୟ ପାଇଁ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟିଛି।
ଜଣେ ପନିପରିବା ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଥିବା ବେଳେ ଲୋକଙ୍କ ଘରେ ମଜୁରି ଲାଗି ଅର୍ଥ ଉପାର୍ଜନ କରୁଥିବା ଜଣେ ସାଧାରଣ ନାରୀର ସ୍ୱଉପାର୍ଜିତ ପାଖାପାଖି ୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଛି ସ୍ୱର୍ଗତ ସୁନାରାମ ସୋରେନଙ୍କ ବିରାଟ ପ୍ରତିମୂର୍ତ୍ତି। ଏହାର ନିର୍ମାଣ କରିବାକୁ ପ୍ରାୟ ୧୦ ବର୍ଷ ତଳେ ପୁତୁରା ବୋହୂ ସବିତା ସ୍ଥିର କରିଥିଲେ । ଯେ କୌଣସି ଉପାୟରେ ସ୍ୱର୍ଗତ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ନିଜ ଗାଁ ମାଟିରେ ପ୍ରତିଷ୍ଠା କରିବେl ଏଥିପାଇଁ ସେ ବିଭିନ୍ନ ଦଳର ନେତୃବୃନ୍ଦଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଛନ୍ତି, କିନ୍ତୁ ଫଳ କିଛି ନ ହେବାରୁ ଶେଷରେ ପଣ କଲେ ନିଜ ଚାଷ ଜମିରେ ଚାଷ କରିବେ,ଦରକାର ହେଲେ ମୂଲ ଲଗିବେ କିନ୍ତୁ ପ୍ରତିମୂର୍ତ୍ତି ନିଶ୍ଚୟ ପ୍ରତିଷ୍ଠା କରିବେ l ଗତ ୨୦୨୨ ବେଳକୁ ତାଙ୍କ ପାଖରେ ୩ ଲକ୍ଷ ଟଙ୍କା ସଞ୍ଚୟ ହେଲା ବେଳକୁ ସେ ଖୁସି ହୋଇଗଲେ । ନିଜ ଆତ୍ମୀୟ ସଜନଙ୍କ ସହ କଥା ହୋଇ ପ୍ରତିମୂର୍ତ୍ତି ନିର୍ମାଣ ପ୍ରକ୍ରିୟା ୨୦୨୩ ବେଳକୁ ଆରମ୍ଭ କରିଦେଲେ। ପ୍ରତିମୂର୍ତ୍ତି ବହୁ କଷ୍ଟରେ ନିର୍ମାଣ ତ ହେଲା କିନ୍ତୁ ରଙ୍ଗଠାରୁ ଆରମ୍ଭ କରି ଶିଡ଼ି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସବିତା ପାଖରେ ଅର୍ଥ ନ ଥିଲା କଣ କରିବେ, କଣ କରିବେ ଭାବି ଦୈବାତ ସମାଜସେବୀ ତଥା ରାଜ୍ୟ ବିଜେପିର ସମ୍ପାଦକ ନବୀନ ରାମଙ୍କ ସହିତ ବଜାରରେ ଦେଖା ହୁଏ ,ବାର୍ତ୍ତାଳାପ ହଉ ହଉ ପ୍ରତିମୂର୍ତ୍ତି କଥା ପଡ଼େ,ନବୀନ କହିଲେ ଠିକ୍ ଅଛି ଆପଣ ଯେତେବେଳେ ଏତେ ବାଟ ଆଗେଇ ଯାଇଛନ୍ତି ମୁ ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବି। ଶେଷରେ ନବୀନ ରାମ ଓ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ , ସରସକଣା ବିଧାୟକ ଭାଦବ ହାଂସଦାଙ୍କ ସହଯୋଗରେ ସବିତାଙ୍କ ସେ ଆଶା ପୂରଣ ହେଲା l ତେବେ ସବିତାଙ୍କର ଏଭଳି କାର୍ଯ୍ୟ ପାଇଁ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟିଛି।
Follow Us