ଭୁବନେଶ୍ୱର: ଓଲିଉଡର ଷ୍ଟାର ଦମ୍ପତ୍ତି ସବ୍ୟାର୍ଚ୍ଚିତା ଖୁବ ଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି | ଉଭୟ ଏହି ଖୁସି ଖବରକୁ ସେମାନଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି | ସବ୍ୟସାଚୀ ଓ ଅର୍ଚ୍ଚିତା ଖୁବଶୀଘ୍ର ବାପା-ମା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ କହିଛନ୍ତି | ଆଉ ଏହାପରେ ଛୁଟିଛି ଶୁଭେଚ୍ଛାର ସୁଅ | ବିଶେଷ କରି ଓଲିଉଡ଼ ସହ ସବ୍ୟସାଚୀଙ୍କ ସହ ପୂର୍ବରୁ ଭିନ୍ନ ଭିନ୍ନ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀମାନେ ମଧ୍ୟ ଶୁଭକାମନା ଜଣାଇଛନ୍ତି | ସବ୍ୟାର୍ଚ୍ଚିତାଙ୍କୁ ଅଭିନେତ୍ରୀ ଲିପ୍ସା ମିଶ୍ର, ସୂର୍ଯ୍ୟମୟୀ, ମେଘା, ଜୀନା ପ୍ରମୁଖ ଶୁଭକାମନା ଜଣାଇଛନ୍ତି | 

Advertisment

ସୋସିଆଲ ମିଡିଆରେ କଣ ଲେଖିଥିଲେ ସବ୍ୟସାଚୀ?
ନିଜ ଇନ୍ସଟାଗ୍ରାମରେ ସବ୍ୟସାଚୀ ଅର୍ଚ୍ଚିତାଙ୍କ ସହ ଏକ ଫଟୋ ସେୟାର କରି ଲେଖିଥିଲେ ଯେ ଦୁନିଆକୁ ଆସିବାକୁ ଥିବା ଆମ କୁନି ସ୍ୱପ୍ନ ପାଇଁ, ଆପଣଙ୍କ ଶୁଭାଶିଷ ଏକାନ୍ତ କାମ୍ୟ | 

ଅଧିକ ପଢନ୍ତୁ:Sonali Panda Husband Arrest: ସୋନାଲିଙ୍କ ବିରୋଧରେ ବି ଅଭିଯୋଗ କରିଥିଲେ ତାଙ୍କ ସ୍ୱାମୀ, ହେଲେ କାହା ଚାପରେ ଶ୍ରୀକ୍ଷେତ୍ରଙ୍କୁ ଗିରଫ କଲା ପୁଲିସ?

କେବେ ବାହାଘର ହୋଇଥିଲା? 
ଉଲ୍ଲେଖ ଥାଉ କି ଅର୍ଚ୍ଚିତା-ସବ୍ୟସାଚୀଙ୍କ ବାହାଘର ୨୦୨୧ ମାର୍ଚ୍ଚ ମାସରେ ରାଜସ୍ଥାନର ଏକ ବିଳାସମୟ ରିସୋର୍ଟରେ ହୋଇଥିଲା | ଦୀର୍ଘଦିନ ଧରି ଉଭୟଙ୍କ ଭିତରେ ଭଲପାଇବାକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସାତ ଜନମର ସାଥୀ ହୋଇଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା। 

ଅଧିକ ପଢନ୍ତୁ: Koraput: ବଳି ଦେବାକୁ ଉଦ୍ୟମ କରୁଥିଲା ମା, ଉଦ୍ଧାର କରି ଝିଅର ଜୀବନ ବଞ୍ଚାଇଲେ ସାହି ଲୋକେ

କିଏ କେବେ ଆରମ୍ଭ କରିଥିଲେ କ୍ୟାରିୟର?
ସବ୍ୟସାଚୀ-ଅର୍ଚ୍ଚିତା ଯୋଡିଙ୍କର ପ୍ରଥମ ସିନେମା ହେଲା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ । ଅବଶ୍ୟ ଏହା ପୂର୍ବରୁ ୨୦୦୫ ମସିହାରେ ‘ଓ ମାଇଁ ଲଭ’ ଫିଲ୍ମ ମାଧ୍ୟମରେ ଓଲିଉଡରେ ପାଦ ଦେଇଥିଲେ ଅର୍ଚ୍ଚିତା। ପରେ ପରେ ୨୦୦୭ରେ ପାଗଳ ପ୍ରେମୀ ସିନେମା ମାଧ୍ୟମରେ ଓଲିଉଡ ଦୁନିଆରେ ପାଦ ଥାପିଥିଲେ ସବ୍ୟସାଚୀ ମିଶ୍ର।