ଅର୍ଜୁନ-ସାରା ତେନ୍ଦୁଲକର କଲେ ମତଦାନ ଡେବ୍ୟୁ, ସଚିନ-ଅଂଜଳି କଲେ ମତଦାନ

Advertisment
ଅର୍ଜୁନ-ସାରା ତେନ୍ଦୁଲକର କଲେ ମତଦାନ ଡେବ୍ୟୁ, ସଚିନ-ଅଂଜଳି କଲେ ମତଦାନ

Zee News

ମୁମ୍ବାଇ: ଦେଶର ୯ଟି ରାଜ୍ୟରେ ସୋମବାର ମତଦାନ ଚାଲିଛି। ଏହି ରାଜ୍ୟ ଗୁଡ଼ିକର ୭୧ଟି ଆସନରେ ମତଦାନ ଆଜି ସନ୍ଧ୍ୟା ଯାଏଁ ଜାରି ରହିବ। ମୁମ୍ବାଇର ୬ଟି ଆସନରେ ମତଦାନ ଜାରି ରହିଛି। ଭାରତରତ୍ନ କ୍ରିକେଟର ସଚିନ ତେନ୍ଦୁଲକର ପତ୍ନୀ ଅଂଜଳିଙ୍କ ସହିତ ମତଦାନ କରିଛନ୍ତି। ସେ ନିଜ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ସାରା ତେନ୍ଦୁଲକରଙ୍କୁ ମଧ୍ୟ ମତଦାନ କେନ୍ଦ୍ରକୁ ନେଇ ପହଂଚିଥିଲେ। ଉଭୟ ଅର୍ଜୁନ ଓ ସାରା ଆଜି ମତଦାନ ଡେବ୍ୟୁ କରିଛନ୍ତି।

ନିର୍ବାଚନ ସମୟରେ ସଚିନ ଯଦି ଭାରତରେ ଥିବେ, ତା’ହେଲେ ମତଦାନ କରିଥାନ୍ତି କିନ୍ତୁ ଏଥର ସବୁଠାରୁ ଖୁସିର କଥା ଯେ, ପୂରା ପରିବାର ମତଦାନ କରିଛନ୍ତି। ଅର୍ଜୁନଙ୍କ ବୟସ ୧୯ ବର୍ଷ। ସାରା ମଧ୍ୟ ଭୋଟିଂରେ ସାମିଲ ହୋଇଛନ୍ତି। ସଚିନଙ୍କ ଅନୁସାରେ ପୂର୍ବରୁ ଭାବି ନେଇଥିଲେ ଯେ, ଅର୍ଜୁନ ଓ ସାରାଙ୍କୁ ଭୋଟ ଦେବା ପାଇଁ ସାଥିରେ ନେଇ ଯିବେ।

ସଚିନ ନିଜ ପରିବାର ସହିତ ବାନ୍ଦ୍ରା ପୋଲିଂ ୨୦୩ ନମ୍ବରକୁ ଯାଇଥିଲେ। ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ସଚିନ ତେନ୍ଦୁଲକର ରାଜ୍ୟସଭା ସଦସ୍ୟ ମଧ୍ୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe