ନିଷେଧାଦେଶ ଅବଧିରେ ନିର୍ବାଚନୀ ପ୍ରଚାର କରିବାରୁ ସାଧ୍ୱୀଙ୍କୁ ନିର୍ବାଚନ ଅଧିକାରୀଙ୍କ ନୋଟିସ୍‌

Advertisment
ସହିଦ କାରକରେଙ୍କ ଉପରେ ହୀନ ମନ୍ତବ୍ୟ ମହଙ୍ଗା ପଡ଼ିଲା: ମଧ୍ୟପ୍ରଦେଶ ନିର୍ବାଚନ କମିସନଙ୍କ ଆଗରେ ସାଧ୍ୱୀଙ୍କ ବିରୋଧରେ ଅଭିଯୋଗ

(Photo Credits: PTI)

ଭୋପାଳ: ମେଲଗାଓଁ ବିସ୍ଫୋରଣ ଅଭିଯୁକ୍ତ ତଥା ବିଜେପିର ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଭୋପାଳ ଜିଲ୍ଳା ନିର୍ବାଚନ ଅଧିକାରୀ ରବିବାର ଏକ ନୋଟିସ୍‌ ଜାରି କରିଛନ୍ତି। ନିର୍ବାଚନ କମିସନଙ୍କ ଆଦେଶକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ସ୍ୱାଧୀଙ୍କୁ ନୋଟିସ୍‌ ଜାରି କରାଯାଇଛି।

ଜାତୀୟ ଗଣାମାଧ୍ୟମ ସଂସ୍ଥା ଏଏନ୍‌ଆଇ କରିଥିବା ଟ୍ଵିଟ୍‌ ମୁତାବକ, ସାଧ୍ୱୀଙ୍କୁ ନିର୍ବାଚନ କମିସନ ୩ ଦିନ ନିର୍ବାଚନୀ ପ୍ରଚାର କରିବା ପାଇଁ ମନା କରିବା ସତ୍ତ୍ୱେ ସେ ସେହି ସମୟରେ ପ୍ରଚାର କରିଥିବା କାରଣରୁ ନିର୍ବାଚନ ଅଧିକାରୀ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ନିର୍ବାଚନ କମିସନ ବୁଧବାର ଦିନ ସାଧ୍ୱୀଙ୍କୁ ପ୍ରଚାର କରିବା ପାଇଁ ବାରଣ କରିଥିଲେ। ସହିଦ ହୋଇଥିବା ଏଟିଏସ୍‌ ମୁଖ୍ୟ ହେମନ୍ତ କାରକେରେ ଓ ବାବ୍ରୀ ମସ୍‌ଜିଦ୍‌ ଉପରେ ଗତ ଏପ୍ରିଲ୍‌ରେ ଦେଇଥିବା ବିବାଦୀୟ ମନ୍ତବ୍ୟ ହେତୁ ସାଧ୍ୱୀଙ୍କୁ ନିର୍ବାଚନ କମିସନ ୭୨ ଘଣ୍ଟା ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ବନ୍ଦ କରିଥିଲେ। ମେ ୨ ତାରିଖ ସକାଳ ୬ଟାରୁ ସାଧ୍ୱୀଙ୍କ ପ୍ରଚାର ଉପରେ ନିଷେଧାଦେଶ  ଲଗା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe