୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା କାରକରେଙ୍କ ଉପରେ ସାଧ୍ୱୀ ପ୍ରଜ୍ଞାଙ୍କ ବିବଦୀୟ ବୟାନ: ମୋ ଅଭିଶାପ ପାଇଁ ଜୀବନ ଗଲା

Advertisment
୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା କାରକରେଙ୍କ ଉପରେ ସାଧ୍ୱୀ ପ୍ରଜ୍ଞାଙ୍କ ବିବଦୀୟ ବୟାନ: ମୋ ଅଭିଶାପ ପାଇଁ ଜୀବନ ଗଲା

(Photo Credits: PTI)

ଭୋପାଳ: ଭାରତୀୟ ଜନତା ପାର୍ଟି(ବିଜେପି)ର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଶୁକ୍ରବାର ଏକ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ସେ ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କାରକରେଙ୍କୁ ଅପମାନିତ କରି ତାଙ୍କ ବିପକ୍ଷରେ ନିଜର ମତ ରଖିଛନ୍ତି। ସାଧ୍ୱୀ ପ୍ରଜ୍ଞା କହିଛନ୍ତି କି ସେ ଦେଇଥିବା ଅଭିଶାପ କାରଣରୁ ହେମନ୍ତଙ୍କ ମୃତ୍ୟୁ ଘଟିଛି।

ମୁମ୍ବାଇ ପ୍ରାଣ ହରାଇଥିବା ପୂର୍ବତନ ଆଣ୍ଟି ଟେରୋରିଷ୍ଟ ସ୍କ୍ଵାଡ(ଏଟିଏସ୍‌) ମୁଖ୍ୟ ହେମନ୍ତ ଜଣେ ଦେଶଦ୍ରୋହୀ ଥିଲେ ବୋଲି ସ୍ୱାଧୀ ପ୍ରଜ୍ଞା ଅଭିଯୋଗ ଆଣି କହିଛନ୍ତି।

ପୂର୍ବରୁ ବି ଅନେକ ଥର ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସାଧ୍ୱୀ ପ୍ରଜ୍ଞା ଚର୍ଚ୍ଚାରେ ରହି ସାରିଛନ୍ତି। ଏଥର ସେ କହିଛନ୍ତି କି ‘ମୁଁ ପୂର୍ବତନ ଆଣ୍ଟି ଟେରୋରିଷ୍ଟ ସ୍କ୍ଵାଡ(ଏଟିଏସ୍‌) ମୁଖ୍ୟ ହେମନ୍ତ କାରକେରେଙ୍କୁ କହିଥିଲି କି ତୋ’ର ସର୍ବନାଶ ହେବ ବୋଲି। ମୁଁ ତାକୁ ଭେଟିବା ବେଳେ ସେ ଆଭାସ ମୋତେ ମିଳି ସାରିଥିଲା। ମୁଁ ତାକୁ ଏପରି କହିବାର ଠିକ୍‌ ଦେଢ଼ ମାସ ଭିତରେ ଆତଙ୍କବାଦୀ ଗୁଳିରେ ତା’ ଜୀବନ ଗଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe