ସହିଦ କାରକରେଙ୍କ ଉପରେ ହୀନ ମନ୍ତବ୍ୟ ମହଙ୍ଗା ପଡ଼ିଲା: ମଧ୍ୟପ୍ରଦେଶ ନିର୍ବାଚନ କମିସନଙ୍କ ଆଗରେ ସାଧ୍ୱୀଙ୍କ ବିରୋଧରେ ଅଭିଯୋଗ

Advertisment
ସହିଦ କାରକରେଙ୍କ ଉପରେ ହୀନ ମନ୍ତବ୍ୟ ମହଙ୍ଗା ପଡ଼ିଲା: ମଧ୍ୟପ୍ରଦେଶ ନିର୍ବାଚନ କମିସନଙ୍କ ଆଗରେ ସାଧ୍ୱୀଙ୍କ ବିରୋଧରେ ଅଭିଯୋଗ

(Photo Credits: PTI)

ଭୋପାଳ: ଭାରତୀୟ ଜନତା ପାର୍ଟି(ବିଜେପି)ର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଶୁକ୍ରବାର ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କାରକରେଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ମଧ୍ୟପ୍ରଦେଶ ନିର୍ବାଚନ କମିସନଙ୍କ ଅଭିଯୋଗ ହୋଇଛି।

ମୁମ୍ବାଇ ବିସ୍ଫୋରଣରେ ପ୍ରାଣ ହରାଇଥିବା ପୂର୍ବତନ ଆଣ୍ଟି ଟେରୋରିଷ୍ଟ ସ୍କ୍ଵାଡ(ଏଟିଏସ୍‌) ମୁଖ୍ୟ ହେମନ୍ତ ଜଣେ ଦେଶଦ୍ରୋହୀ ଥିଲେ ବୋଲି ସାଧ୍ୱୀ ପ୍ରଜ୍ଞା କହିବା ସହ ସେ ଦେଇଥିବା ଅଭିଶାପ କାରଣରୁ ହେମନ୍ତଙ୍କ ମୃତ୍ୟୁ ଘଟିଛି ବୋଲି କହିଥିଲେ। ସ୍ୱାଧୀଙ୍କର ଏପରି ବୟାନ ତାଙ୍କୁ ବିବାଦ ଭିତରକୁ ଟାଣି ନେଇଥିଲା।

ସାଧ୍ୱୀ ବୟାନ ଦେଇ କହିଥିଲେ କି ‘ମୁଁ ପୂର୍ବତନ ଆଣ୍ଟି ଟେରୋରିଷ୍ଟ ସ୍କ୍ଵାଡ(ଏଟିଏସ୍‌) ମୁଖ୍ୟ ହେମନ୍ତ କାରକେରେଙ୍କୁ କହିଥିଲି କି ତୋ’ର ସର୍ବନାଶ ହେବ ବୋଲି। ମୁଁ ତାକୁ ଭେଟିବା ବେଳେ ସେ ଆଭାସ ମୋତେ ମିଳି ସାରିଥିଲା। ମୁଁ ତାକୁ ଏପରି କହିବାର ଠିକ୍‌ ଦେଢ଼ ମାସ ଭିତରେ ଆତଙ୍କବାଦୀ ଗୁଳିରେ ତା’ ଜୀବନ ଗଲା।’

ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶର ଭେପାଳର ଲୋକସଭା ପ୍ରାର୍ଥୀ ଭାବେ ସାଧ୍ୱୀ ଅବତୀର୍ଣ୍ଣ ହେବା ପରେ ତାଙ୍କର ଏପରି ବିବାଦରେ ଛନ୍ଦି ହୋଇପଡ଼ିବା ବିଜେପି ପାଇଁ ଶୁଭଙ୍କର ହୋଇ ନ ପାରେ। ପୂର୍ବରୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏହି ଆସନରୁ ଆଠ ଥର ଜିତି ବିଜେପି ପାଇଁ ସମ୍ମାନ ଆଣି ଦେଇଥିଲେ। ନିକଟରେ ସୁମିତ୍ରାଙ୍କ ବୟସ ସୀମା ଅତିକ୍ରାନ୍ତ କରିବା ହେତୁ ସେ ଏ ବର୍ଷ ନିର୍ବାଚନ ଲଢ଼ି ନ ପାରିବାରୁ ତାଙ୍କ ସ୍ଥାନରେ ସ୍ୱାଧୀ ପ୍ରଜ୍ଞାକୁ ଟିକେଟ୍‌ ଦେଇଛି ବିଜେପି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe