Etihad airways Photograph: (Photo: social media)
ନୂଆଦିଲ୍ଲୀ: ଏତିହାଦ ଏୟାରୱେଜ୍କୁ ବିଶ୍ବର ସବୁଠୁ ସୁରକ୍ଷିତ ଏୟାରଲାଇନ ମାନ୍ୟତା ମିଳିଛି। ଏତିହାଦ ହେଉଛି ୟୁଏଇର ଏକ ଏୟାରଲାଇନ୍ସ। ସୁରକ୍ଷା ମାନକ, କ୍ରୁ ସଦସ୍ୟଙ୍କ ତାଲିମ ଓ ପରିଚାଳନା ଶୃଙ୍ଖଳା ଭଳି ମାନଦଣ୍ଡଗୁଡ଼ିକୁ ବିଚାରକୁ ନେଇ ଅନୁଶୀଳନ କରାଯିବା ପରେ ଶ୍ରେଷ୍ଠ ୨୫ଟି ସୁରକ୍ଷିତ ଏୟାରଲାଇନ୍ସ ତାଲିକା ଜାରି କରାଯାଇଛି। ଏଥିରେ ଗୋଟିଏ ବି ଭାରତୀୟ ବିମାନ କମ୍ପାନିର ନାମ ନାହିଁ।
୨୦୨୫ରେ କିନ୍ତୁ ଇଣ୍ଡିଗୋ ୧୯ତମ ସ୍ଥାନରେ ଥିଲା। ଏୟାରଲାଇନ୍ରେଟିଂସ୍ ଡଟ୍ କମ୍ ପକ୍ଷରୁ ଜାରି କରାଯାଇଥିବା ଏହି ରୢାଙ୍କିଂରେ କ୍ରୁ ମାନକ, ପରିଚାଳନା ଅଭ୍ୟାସ, ଅସ୍ଥିରତା ରୋକିବା ପାଇଁ ବ୍ୟବସ୍ଥା ଆଦି ମାନଦଣ୍ଡକୁ ମଧ୍ୟ ବିଚାରକୁ ନିଆଯାଇଥିଲା। ବଡ଼ ଏୟାରଲାଇନ୍ସ ମଧ୍ୟରେ ଏତିହାଦ ପ୍ରଥମ ଥିବା ବେଳେ ତା’ପଛକୁ କ୍ରମାନ୍ବୟରେ ରହିଛନ୍ତି କାଥେ ପାସିଫିକ୍, କ୍ବାଣ୍ଟାସ୍, କତର, ଏମିରେଟ୍ସ, ଏୟାର ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର ଏୟାରଲାଇନ୍ସ, ଇଭା ଏୟାର, ଭର୍ଜିନ ଅଷ୍ଟ୍ରେଲିଆ, କୋରିଆନ ଏୟାର, ଷ୍ଟାରଲକ୍ସ, ତର୍କିସ ଏୟାରଲାଇନ୍ସ, ଭର୍ଜିନ ଆଟଲାଣ୍ଟିକ୍, ଆନା, ଆଲାସ୍କା ଏୟାରଲାଇନ୍ସ, ଟିଏପି ଏୟାର ପର୍ତୁଗାଲ, ସାସ, ବ୍ରିଟିଶ ଏୟାରୱେଜ୍, ଭିଏତନାମ ଏୟାରଲାଇନ୍ସ, ଆଇବେରିଆ, ଲୁଫଥାନ୍ସା, ଏୟାର କାନାଡା, ଡେଲଟା , ଆମେରିକାନ ଏୟାରଲାଇନ୍ସ ଓ ଫିଜି ଏୟାରୱେଜ୍।
ଆହୁରି ପଢନ୍ତୁ: Odisha Heritage: ଓଡ଼ିଶାର ବୌଦ୍ଧ ଐତିହ୍ୟ ଓ ପର୍ଯ୍ୟଟନ ବିକାଶ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି: ଉପମୁଖ୍ୟମନ୍ତ୍ରୀ
ସେହିପରି, ସୁଲଭ ମୂଲ୍ୟରେ ବିମାନ ଯାତ୍ରା ସେବା ପ୍ରଦାନ କରୁଥିବା ଏୟାରଲାଇନ୍ସଗୁଡ଼ିକ ମଧ୍ୟରେ ଏଚ୍କେ ଏକ୍ସପ୍ରେସ୍ ପ୍ରଥମ ସ୍ଥାନରେ ରହିଛି। ଏହାପଛକୁ ଜେଟ୍ଷ୍ଟାର୍ ଏୟାରୱେଜ୍, ସ୍କୋ, ଫ୍ଲାଏଦୁବାଇ, ଇଜିଜେଟ୍ ଗ୍ରୁପ୍, ସାଉଥ୍ୱେଷ୍ଟ୍, ଏୟାର ଏସିଆ ଗ୍ରୁପ୍, ଭୋଲାରିସ୍, ୱେଷ୍ଟଜେଟ୍ ଗ୍ରୁପ୍ ଓ ସ୍କାଏ ଏୟାରଲାଇନ୍ ଚିଲି ଆଦିର ନାମ ରହିଛି। ପ୍ରଥମ ଥର ପାଇଁ ଏହି ତାଲିକାରେ ସ୍କ୍ରିଙ୍ଗ ଏୟାରଲାଇନ୍ସ ଚୀନ୍କୁ ସ୍ଥାନ ମିଳିଛି। ପ୍ରଥମ ଥର ପାଇଁ ଏୟାର ବାଲ୍ଟିକ୍ ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛି।
Follow Us