Advertisment

Salman Agha's: ସଲମାନ ଆଗାଙ୍କ ପତ୍ନୀ ଓ ପୁତ୍ରକୁ ଧମକ

Advertisment

ବିଶ୍ବକପ୍‌ ଓ ଅନ୍ୟ ବଡ଼ ପ୍ରତିଯୋଗିତାରେ ପରାଜୟ ପରେ ପାକିସ୍ତାନୀ ଖେଳାଳି ଓ ତାଙ୍କ ପରିବାରବର୍ଗଙ୍କୁ ଧମକ ଓ ଆକ୍ରମଣ କରାଯିବା ଘଟଣା ନୂଆ ନୁହେଁ। ବିଶେଷକରି ଭାରତଠାରୁ ହାରିଲେ ପାକିସ୍ତାନୀ ପ୍ରଶଂସକମାନେ ଅଧିକ ଖପ୍ପା ହୁଅନ୍ତି।

ବିଶ୍ବକପ୍‌ ଓ ଅନ୍ୟ ବଡ଼ ପ୍ରତିଯୋଗିତାରେ ପରାଜୟ ପରେ ପାକିସ୍ତାନୀ ଖେଳାଳି ଓ ତାଙ୍କ ପରିବାରବର୍ଗଙ୍କୁ ଧମକ ଓ ଆକ୍ରମଣ କରାଯିବା ଘଟଣା ନୂଆ ନୁହେଁ। ବିଶେଷକରି ଭାରତଠାରୁ ହାରିଲେ ପାକିସ୍ତାନୀ ପ୍ରଶଂସକମାନେ ଅଧିକ ଖପ୍ପା ହୁଅନ୍ତି।

WhatsApp Image 2026-02-25 at 4.30.37 PM

ଲାହୋର: ବିଶ୍ବକପ୍‌ ଓ ଅନ୍ୟ ବଡ଼ ପ୍ରତିଯୋଗିତାରେ ପରାଜୟ ପରେ ପାକିସ୍ତାନୀ ଖେଳାଳି ଓ ତାଙ୍କ ପରିବାରବର୍ଗଙ୍କୁ ଧମକ ଓ ଆକ୍ରମଣ କରାଯିବା ଘଟଣା ନୂଆ ନୁହେଁ। ବିଶେଷକରି ଭାରତଠାରୁ ହାରିଲେ ପାକିସ୍ତାନୀ ପ୍ରଶଂସକମାନେ ଅଧିକ ଖପ୍ପା ହୁଅନ୍ତି। କିନ୍ତୁ ଏଥର ଇଂଲଣ୍ଡଠାରୁ ହାରିବା ପରେ ପାକିସ୍ତାନୀ ପ୍ରଶଂସକମାନେ ଖପ୍ପା ହୋଇ ଅଧିନାୟକ ସଲମାନ ଆଗାଙ୍କ ପତ୍ନୀ ଓ ଶିଶୁପୁତ୍ରକୁ ଧମକ ଓ ଦୁର୍ବ୍ୟବହାର କରିବା ଆରମ୍ଭ କରିଛନ୍ତି।

ଏ ନେଇ ସଲମାନଙ୍କ ପତ୍ନୀ ସବା ମଂଜର୍‌ ଅଭିଯୋଗ କରିଛନ୍ତି ଯେ ମଙ୍ଗ​ଳବାର ଇଂଲଣ୍ଡଠାରୁ ହାରିବା ପରେ ତାଙ୍କ ନିକଟକୁ ବିଭିନ୍ନ ଧମକପୂର୍ଣ୍ଣ ଓ ଆପତ୍ତିଜନକ ବାର୍ତ୍ତା ଆସୁଛି। ଏ ନେଇ ସେ ସୋସିଆଲ୍‌ ମିଡିଆରେ ଜବାବ ରଖିଛନ୍ତି। ଇନଷ୍ଟାଗ୍ରାମ୍‌ରେ ସେ ଲେଖିଛନ୍ତି ଯେ ତାଙ୍କୁ ଓ ତାଙ୍କ ନିରୀହ ପୁତ୍ରକୁ ଦୁର୍ବ୍ୟବହାର କଲେ ପାକିସ୍ତାନ ବିଶ୍ବକପ୍‌ ଜିତିଯିବ ନାହିଁ।

ମଙ୍ଗଳବାରର ସୁପର-୮ ମ୍ୟାଚ୍‌ରେ ହ୍ୟାରି ବ୍ରୁକ୍‌ଙ୍କ ଶତକୀୟ ଇନିଂସ ବଳରେ ଇଂଲଣ୍ଡ ପାକିସ୍ତାନକୁ ୨ ଓ୍ବିକେଟ୍‌ରେ ପରାସ୍ତ କରିଥିଲା। ଏହା ପରେ ପାକିସ୍ତାନର ସେମିଫାଇନାଲ ରାସ୍ତା କଷ୍ଟକର ହୋଇପଡ଼ିଛି। ଏହି ପରାଜୟ ପାଇଁ ପାକିସ୍ତାନର ପୂର୍ବତନ ଖେଳାଳିମାନେ ସଲମାନଙ୍କ ଦୁର୍ବଳ ନେତୃତ୍ବକୁ ଦାୟୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe