୧୯୮୪ ମସିହା ଦଙ୍ଗା ସଂପର୍କରେ ଦେଇଥିବା ବୟାନ ପାଇଁ ଶ୍ୟାମ ପିଟ୍ରୋଡା କ୍ଷମା ମାଗିବା ଉଚିତ: ରାହୁଲ ଗାନ୍ଧୀ

Advertisment
୧୯୮୪ ମସିହା ଦଙ୍ଗା ସଂପର୍କରେ ଦେଇଥିବା ବୟାନ ପାଇଁ ଶ୍ୟାମ ପିଟ୍ରୋଡା କ୍ଷମା ମାଗିବା ଉଚିତ: ରାହୁଲ ଗାନ୍ଧୀ

ANI

ଚଣ୍ଡିଗଡ଼: ୧୯୮୪ ମସିହା ଦଙ୍ଗା ସଂପର୍କରେ କଂଗ୍ରେସର ବରିଷ୍ଠ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଶ୍ୟାମ ପିଟ୍ରୋଡା ଦେଇଥିବା ବିବାଦୀୟ ମନ୍ତବ୍ୟକୁ ସୋମବାର ନିନ୍ଦା କରିଛନ୍ତି ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି କି ପିଟ୍ରୋଡାଙ୍କ ପରି ଜଣେ ବରିଷ୍ଠ ନେତା ୧୯୮୪ ମସିହା ଦଙ୍ଗାକୁ ନେଇ ଦେଇଥିବା ‘ହେଲା ତ ହେଲା’ ବୟାନ ପାଇଁ ଲଜ୍ଜା ଅନୁଭବ କରି ସର୍ବସାଧାରଣରେ କ୍ଷମା ମାଗିବା ଉଚିତ।

ପଞ୍ଜାବର ପତେହଗଡ଼ ସାହିବରେ ସୋମବାର ଏକ ରାଲିକୁ ସାମ୍ବୋଧନ କରି ରାହୁଲ ଏପରି ବୟାନ ଦେଇଛନ୍ତି। ରାହୁଲ ଆହୁରି ବି କହିଛନ୍ତି କି ସେ ଫୋନ୍‌ ଯୋଗେ ପିଟ୍ରୋଡାଙ୍କ ସହ କଥା ହୋଇ ସେ ଦେଇଥିବା ବୟାନ ଭୁଲ୍‌ ବୋଲି ଜଣାଇଛନ୍ତି। ସେ ତାଙ୍କୁ ଏକଥା ବି କହିଛନ୍ତି ଯେ ତାଙ୍କର ଏପରି ବୟାନ ପାଇଁ ତାଙ୍କୁ ସର୍ବସାଧାରଣରେ କ୍ଷମା ମାଗିନେବା ଉଚିତ। ଏପରିକି ନିକଟରେ ରାହୁଲ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟରେ ବି ପିଟ୍ରୋଡାଙ୍କୁ ଭୁଲ୍‌ ବୋଲି ଲେଖିଥିଲେ। କୌଣସି ଜଣେ ଲୋକର ବ୍ୟକ୍ତିଗତ ମନ୍ତବ୍ୟ ପାଇଁ ପୂରା ଦଳ ଦାୟୀ ନୁହେଁ ବୋଲି ମଧ୍ୟ ସଫେଇ ଦେଇ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe