(Photo Credits: ANI)
ପୁରୀ: ନିର୍ବାଚନୀ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ପରେ ଓଡ଼ିଶାରୁ ବେଶ୍ ଚର୍ଚ୍ଚାରେ ରହିଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ତାଙ୍କ ବିଷୟରେ କିଛି ନା କିଛି ଖବର ପ୍ରତିଦିନ ହସ୍ତଗତ ହେବାରେ ଲାଗିଛି। ପ୍ରଥମ ଦିନରୁ ହିଁ ଜଗନ୍ନାଥଙ୍କ ମୂର୍ତ୍ତ ଧରି ପ୍ରଚାର ଅରମ୍ଭ କରି ବିବାଦରେ ରହିଥିବା ସମ୍ବିତ ପୁଣି ଥରେ ତାଙ୍କର ଜଗନ୍ନାଥ ପ୍ରେମ ପାଇଁ ଚର୍ଚ୍ଚା ପାଲଟିଛନ୍ତି।
ଜାଣିବାକୁ ମିଳିଛି ଯେ ରବିବାର ନିର୍ବାଚନ ପ୍ରଚାର ଶେଷ ହେବା ପରେ ସମ୍ବିତ ପାତ୍ର ଶେଷରେ ପୁରୀ ଜଗନ୍ନାଥ ମନ୍ଦିରେ ଶଷ୍ଟାଙ୍ଗ ପ୍ରଣାମ କରିଛନ୍ତି। ସେ ଶଷ୍ଟାଙ୍ଗ ପ୍ରଣାମ କରୁଥିବା ବେଳର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ସମ୍ବିତଙ୍କ ସମର୍ଥନକମାନେ ତାଙ୍କ ସହ ସେଠାରେ ଉପସ୍ଥିତ ରହି ‘ଜୟ ଜଗନ୍ନାଥ’, ‘ଜୟ ଜଗନ୍ନାଥ’ ବୋଲି କହିବାକୁ ଲାଗିଥିଲେ।
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀରେ ବି ମତଦାନ ହେବ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମ୍ବିତ ଜୋର୍ଦାର୍ ପ୍ରସ୍ତୁତି କରିଛନ୍ତି। ନିକଟ ଅତୀତରେ ସେ ପୁରୀର ତେଲୁଗୁ ମତାଦାତାମାନଙ୍କୁ ଆକୃଷ୍ଟ କରିବାକୁ ମଞ୍ଚ ଉପରେ ଏକ ତେଲୁଗୁ ଗୀତ ଗାଇ ଚର୍ଚ୍ଚାରେ ରହିଥିଲେ।
Follow Us