ଏମିତି ବଦଳିଯାଇଥିଲା ସାମନ୍ଥାଙ୍କ କାହାଣୀ

Advertisment

ବେଳେବେଳେ ନିଜ ପରିଶ୍ରମ ସହ ଭାଗ୍ୟ ଏମିତି ସାଥ ଦେଇଥାଏ ଯେ ଜଣେ ସଫଳତାର ଶିଖରକୁ ଛୁଇଁଥାଏ |ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବାବଦରେ କହିବୁ ଦିନେ, ଯାହାଙ୍କ ପାଖରେ କେବେ ଖାଇବା ପାଇଁ ଟଙ୍କା ନଥିଲା, ଆଜି ସେ ନିଜେ କୋଟି କୋଟି ଟଙ୍କାର ମାଲିକାଣୀ। 

ବେଳେବେଳେ ନିଜ ପରିଶ୍ରମ ସହ ଭାଗ୍ୟ ଏମିତି ସାଥ ଦେଇଥାଏ ଯେ ଜଣେ ସଫଳତାର ଶିଖରକୁ ଛୁଇଁଥାଏ |ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବାବଦରେ କହିବୁ ଦିନେ, ଯାହାଙ୍କ ପାଖରେ କେବେ ଖାଇବା ପାଇଁ ଟଙ୍କା ନଥିଲା, ଆଜି ସେ ନିଜେ କୋଟି କୋଟି ଟଙ୍କାର ମାଲିକାଣୀ। 

samantha

ମୁମ୍ବାଇ: ବେଳେବେଳେ ନିଜ ପରିଶ୍ରମ ସହ ଭାଗ୍ୟ ଏମିତି ସାଥ ଦେଇଥାଏ ଯେ ଜଣେ ସଫଳତାର ଶିଖରକୁ ଛୁଇଁଥାଏ |ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବାବଦରେ କହିବୁ ଦିନେ, ଯାହାଙ୍କ ପାଖରେ କେବେ ଖାଇବା ପାଇଁ ଟଙ୍କା ନଥିଲା, ଆଜି ସେ ନିଜେ କୋଟି କୋଟି ଟଙ୍କାର ମାଲିକାଣୀ। 

ବଲିଉଡ୍‌ରୁ ଆରମ୍ଭ କରି ସାଉଥ ସିନେମା ପର୍ଯ୍ୟନ୍ତ ଏମିତି ଅନେକ ତାରକା ଅଛନ୍ତି, ଯେଉଁମାନେ ଅନେକ ସଂଘର୍ଷ ପରେ ସିନେମା ଜଗତରେ ନାମ କମାଇଛନ୍ତି। ସାମନ୍ଥା ରୁଥ ପ୍ରଭୁ ମଧ୍ୟ ସେହି ତାରକାମାନଙ୍କ ମଧ୍ୟରୁ ଜଣେ। ଆଜି ସାମନ୍ଥା ସାଉଥର ସବୁଠୁ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ | କିନ୍ତୁ ଏକ ସମୟରେ ତାଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିଲା। ତାମିଲ-ତେଲୁଗୁ ଏବଂ ଓଟିଟି ଜଗତରେ ନିଜ ପରିଚୟ ତିଆରି କରିଥିବା ସାମନ୍ଥା ଅତ୍ୟନ୍ତ ସାଧାରଣ ପରିବାରରୁ ଆସିଥିଲେ। ପ୍ରାରମ୍ଭିକ ପାଠ୍ୟକ୍ରମ ଦିନରେ ତାଙ୍କର ମାତାପିତାଙ୍କୁ ପଢ଼ା ଖର୍ଚ୍ଚ ଉଠାଇବାକୁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା। 

୧୯୮୭ ମସିହା ଏପ୍ରିଲ୍ ୨୮ ତାରିଖରେ କେରଳର ଆଲାପୁଝାରେ ଜନ୍ମଗ୍ରହଣ କରିଥିବା ସାମନ୍ଥାଙ୍କ ପ୍ରକୃତ ନାମ ଯଶୋଦା। ତାଙ୍କ ପିତା ତାମିଲ୍ ଏବଂ ମାତା ମାଲାୟାଲୀ ଥିଲେ। ସେ ତାଙ୍କ ପିଲାଦିନ ଚେନ୍ନାଇରେ ବିତାଇଥିଲେ ଏବଂ ସେ ମଧ୍ୟ ସେଠାରୁ ପାଠପଢ଼ା କରିଥିଲେ। ଦ୍ୱାଦଶ ପରେ ପରିବାରର ଆର୍ଥିକ ଅବସ୍ଥା ଏତେ ଦୁର୍ବଳ ହୋଇଗଲା ଯେ ତାଙ୍କ ପିତାମାତାଙ୍କ ପାଇଁ ତାଙ୍କର ପରବର୍ତ୍ତୀ ପାଠପଢ଼ା ଖର୍ଚ୍ଚ ବହନ କରିବା କଷ୍ଟକର ହୋଇଗଲା। ଏପରି ପରିସ୍ଥିତିରେ ସାମନ୍ଥା ମଡେଲିଂ ଆରମ୍ଭ କଲେ ଯାହା ଦ୍ୱାରା ସେ ନିଜର ଖର୍ଚ୍ଚ ବହନ କରିପାରିବେ | ତାଙ୍କ ମଡେଲିଂ ଦିନଗୁଡ଼ିକରେ, ଫଟୋଗ୍ରାଫର ଏବଂ ଚଳଚ୍ଚିତ୍ର ନିର୍ମାତା ରବି ବର୍ମନଙ୍କ ନଜର ସାମନ୍ଥାଙ୍କ ଉପରେ ପଡ଼ିଥିଲା ଏବଂ ସେ ତାଙ୍କ ଚଳଚ୍ଚିତ୍ର 'ୟେ ମାୟା ଚେସାଭେ' ପାଇଁ ସାମନ୍ଥାଙ୍କୁ ଚୟନ କରିଥିଲେ। ଏହି ସୁଯୋଗ ସାମନ୍ଥାଙ୍କ ପାଇଁ ଜୀବନ ପରିବର୍ତ୍ତନ କରିଦେଇଥିଲା । ଚଳଚ୍ଚିତ୍ରଟି ହିଟ୍ ହୋଇଥିଲା ଏବଂ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ସେ ବହୁତ ପ୍ରଶଂସା ପାଇଥିଲେ।

ସୂଚନା ଅନୁସାରେ, ତାଙ୍କର ସମ୍ପତ୍ତି ମୂଲ୍ୟ ୧୦୧ କୋଟି ଟଙ୍କା। ହାଇଦ୍ରାବାଦରେ ତାଙ୍କର ଦୁଇଟି ଘର ଅଛି। ଜୁବଲି ହିଲ୍ସ ଭିଲାରେ ଗୋଟିଏ ଏବଂ ଫାଇନାନ୍ସିଆଲ୍ ଡିଷ୍ଟ୍ରିକ୍ଟରେ ଜୟବେରୀ ଅରେଞ୍ଜ କାଉଣ୍ଟି ଡୁପ୍ଲେକ୍ସରେ ଘର ଅଛି। ମୁମ୍ବାଇରେ ତାଙ୍କର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ମଧ୍ୟ ଅଛି, ଯାହାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହା ବ୍ୟତୀତ ଅନେକ ଦାମୀ କାରର ମଧ୍ୟ ସେ ମାଲିକାଣୀ | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe