କାର୍ଯ୍ୟାନୁଷ୍ଠାନ ପରେ ବାଲି ମାଫିଆ ଆତଙ୍କିତ, ପାଣିରେ ବୁଡାଇ ଦେଲେ ଡଙ୍ଗା

Advertisment

ବାଲି ମାଫିଆଙ୍କ ୮୫ ଟି ଗାଡ଼ିକୁ ଜଳେଶ୍ଵର ତହସିଲଦାର ଜବତ କରିବା ଘଟଣାରେ ଜଳେଶ୍ୱରର ମହମ୍ମଦ ନଗର ପାଟଣା ପଞ୍ଚାୟତର ପାଟଣା ଓ ବେଲପାଳ ଆଦି ସ୍ଥାନରୁ ବେଧଡକ ବାଲି ଉତ୍ତୋଳନ ଗତକାଲି ଅପରାହ୍ନରୁ ବନ୍ଦ ହୋଇଯାଇଛି।

ବାଲି ମାଫିଆଙ୍କ ୮୫ ଟି ଗାଡ଼ିକୁ ଜଳେଶ୍ଵର ତହସିଲଦାର ଜବତ କରିବା ଘଟଣାରେ ଜଳେଶ୍ୱରର ମହମ୍ମଦ ନଗର ପାଟଣା ପଞ୍ଚାୟତର ପାଟଣା ଓ ବେଲପାଳ ଆଦି ସ୍ଥାନରୁ ବେଧଡକ ବାଲି ଉତ୍ତୋଳନ ଗତକାଲି ଅପରାହ୍ନରୁ ବନ୍ଦ ହୋଇଯାଇଛି।

njk

ଜଳେଶ୍ୱର: ଜଳେଶ୍ୱର ତହସିଲ ଅଧୀନସ୍ଥ ମହମ୍ମଦ ନଗର ପାଟଣା ଓ ବେଲପାଳ ଗ୍ରାମ ସନ୍ନିକଟ ସୁବର୍ଣ୍ଣରେଖା ନଦୀରେ ଗତ କିଛି ଦିନ ଧରି ଶତାଧିକ ସଂଖ୍ୟାରେ ବାଲି ଛାଣିବା ଡଙ୍ଗା ଭାସୁଥିଲା। ଭୋର ୩ ଟାରୁ ଦିନ ୧୧ ଟା ଯାଏଁ ଦୁଇ ଶହ ପାଖାପାଖି ମଜୁରୀ ବାଲି ଛାଣିବା କାମରେ ଲାଗୁଥିଲେ। ଜେସିବି ମେସିନ୍ ସାହାଯ୍ୟରେ ବି ବାଲି ଉତ୍ତୋଳନ ହେଉଥିଲା। ଆଉ ସେଠାରୁ ଟ୍ରାକ୍ଟରରେ ବାଲି ପରିବହନ ହେଉଥିଲା। ମଜୁରୀଙ୍କ କୋଳାହଳ ସହ ମେସିନ ଓ ଟ୍ରାକ୍ଟର ଯୋଗୁଁ ସେହି ଅଞ୍ଚଳ ଘୋ ଘୋରେ ଫାଟି ପଡୁଥିଲା।ହେଲେ ଆଜି ସବୁ ଶୁନଶାନ୍।

ବାଲି ମାଫିଆଙ୍କ ୮୫ ଟି ଗାଡ଼ିକୁ ଜଳେଶ୍ଵର ତହସିଲଦାର ଜବତ କରିବା ଘଟଣାରେ ଜଳେଶ୍ୱରର ମହମ୍ମଦ ନଗର ପାଟଣା ପଞ୍ଚାୟତର ପାଟଣା ଓ ବେଲପାଳ ଆଦି ସ୍ଥାନରୁ ବେଧଡକ ବାଲି ଉତ୍ତୋଳନ ଗତକାଲି ଅପରାହ୍ନରୁ ବନ୍ଦ ହୋଇଯାଇଛି।କୁହାଯାଉଛି ପ୍ରଶାସନ ଦ୍ବାରା ଏପରି ବଡ଼ ଧରଣର ଚଢାଉ ପରେ ମହମ୍ମଦ ନଗର ପାଟଣାର ବାଲି ମାଫିଆମାନେ ଗତକାଲି ରାତି ପାଖାପାଖି ୮ ଟା ସମୟରେ ସମସ୍ତ ଡଙ୍ଗାକୁ ଦୌଡ଼ିରେ ବାନ୍ଧି ସୁବର୍ଣ୍ଣରେଖା ନଦୀରେ ବୁଡ଼େଇ ଦେଇଛନ୍ତି। କେବଳ ଡଙ୍ଗା ନୁହେଁ ବାଲି ଉତ୍ତୋଳନ ହେଉଥିବା ସ୍ଥାନ ଠାରୁ ମାତ୍ର କିଛି ଦୁରରେ ଦୁଇ ଦୁଇଟି ଇଟାଭାଟି ଥିବାବେଳେ ସେହି ଇଟାଭାଟିରେ ମଧ୍ୟ ବାଲି ଉତ୍ତୋଳନରେ ଲାଗିଥିବା ଜେସିବି ଓ ଟ୍ରାକ୍ଟର ସବୁକୁ ଲୁଚାଇ ରଖାଯାଇଛି। ପ୍ରଶାସନ ପକ୍ଷରୁ ନଦୀର ପାଣି ଭିତର ଲୁଚାଇ ରଖା ଯାଇଥିବା ଏସବୁ ଡଙ୍ଗା ଜବତ କଲେ ବାଲି ମାଫିଆଙ୍କ ଅଣ୍ଟା ଭାଙ୍ଗି ଯାଆନ୍ତା ବୋଲି ମହମ୍ମଦ ନଗର ପାଟଣା ଗ୍ରାମବାସୀ  କହିଛନ୍ତି।

ସେହିପରି ପାଟଣା ଓ ବେଲପାଳ ନିକଟରେ ବାଲି ଉତ୍ତୋଳନ ପାଇଁ ନଦୀବନ୍ଧକୁ ମାଫିଆମାନେ ନିଜ ଅକ୍ତିଆରରେ ରଖିଛନ୍ତି। ସେଠାକୁ ସାଧାରଣ ଲୋକେ ଟିଏ ଯିବା ଅସମ୍ଭବ। ଯଦି କେହି ଗଲା ତ ଏକା ସମୟରେ ବିଭିନ୍ନ ଦିଗରୁ ବାଲି ମାଫିଆମାନେ କିଏ ଆସିଲା ବୋଲି ମାଡ଼ି ଆସୁଛନ୍ତି। ତେଣୁ ସେହି ନଦୀବନ୍ଧକୁ ମାଫିଆଙ୍କ କବଜାରୁ ମୁକୁଳାଇବାକୁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବାଲି ମାଫିଆମାନେ ପ୍ରଶାସନର ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ସରକାରୀ ଗାଡିର ଡ୍ରାଇଭରଙ୍କୁ ନିଜ ହାତରେ ରଖିଛନ୍ତି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ସରକାରୀ ଗାଡ଼ି ଚାଳକମାନେ ମାସକୁ ମାସ ବାଲି ମାଫିଆଙ୍କ ଠାରୁ ମାସିକିଆ ଚାନ୍ଦା ନେଉଛନ୍ତି। ଏହି ତାଲିକାରେ ଜଳେଶ୍ୱର ରୁ ବାଲେଶ୍ଵର ଯାଏଁ ପାଖାପାଖି ୫/୬ ଜଣ ସରକାରୀ ଗାଡ଼ି ବାଳକଙ୍କ ନାମ ରହିଛି। ବାଲି କାର୍ଯ୍ୟାନୁଷ୍ଠାନ ଭୂମିକା ରଖୁଥିବା ବିଭିନ୍ନ ବିଭାଗର ସରକାରୀ ଅଧିକାରୀଙ୍କ କଲ ରେକର୍ଡ ଯାଞ୍ଚ କରାଯାଉ ବୋଲି ଏହି ବ୍ୟକ୍ତି ଜଣଙ୍କ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe