Oneindia Hindi
ପ୍ରୟାଗରାଜ: ଉତ୍ତରପ୍ରଦେଶରେ ଭାଜପାକୁ ଘେରିଥିବା କଂଗ୍ରେସ ପାର୍ଟି ପୁଣିଥରେ ଫିଲ୍ମ ଦୁନିଆର ଗ୍ଲାମର ଜରିଆରେ ଆଲହାବାଦ ସଂସଦୀୟ ଆସନକୁ ଫେରି ପାଇବାକୁ ଚାହୁଁଛି। କଂଗ୍ରେସ ଏହି ଆସନରେ ଫିଲ୍ମ ଅଭିନେତା ସଞ୍ଜୟ ଦତ୍ତଙ୍କୁ ପ୍ରାର୍ଥୀ କରିବା ନେଇ ସଙ୍କେତ ଦେଇଛି। ଏବଂ କୌଣସି ବି ମୁହୂର୍ତ୍ତରେ ଏହାର ଘୋଷଣା କରିପାରେ ବୋଲି ସୂଚନା ମିଳିଛି। ସଞ୍ଚୟ ଦତ୍ତଙ୍କ ଆଲହାବାଦ ସହିତ ପୁରୁଣା ସମ୍ପର୍କ ରହିଛି।
Oneindia Hindiପ୍ରିୟଙ୍କା ଗାନ୍ଧି ବିଶେଷ ଭାବେ ଏଥିପାଇଁ ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତଙ୍କ ସହିତ ସାକ୍ଷାତ କରିଥିଲେ ଓ ସଞ୍ଜୟଙ୍କୁ ନିର୍ବାଚନ ମଇଦାକୁ ଓହ୍ଲାଇବା ପାଇଁ ନିଜ ଇଚ୍ଛା ବ୍ୟକ୍ତ କରିଥିଲେ। କାରଣ ପ୍ରିୟା ଅନେକ ଦିନ ହେବ ସଞ୍ଚୟଙ୍କୁ ନିର୍ବାଚନ କ୍ଷେତ୍ରକୁ ଓହ୍ଲାଇବାରେ ପ୍ରୟାସ କରୁଥିଲେ। ବହୁବାର ସେ ଏନେଇ କଂଗ୍ରେସକୁ ପ୍ରସ୍ତାବ ବି ଦେଇଛନ୍ତି। ସଞ୍ଜୟ କିନ୍ତୁ ଏଥିରେ ପଛଘୁଞ୍ଚା ଦେଉଥିଲେ। ଏହି କାରଣୁ ସଞ୍ଜୟଙ୍କ ରାଜନୀତିରେ ପ୍ରବେଶ ଅଧାରେ ଝୁଲି ରହିଥିଲା। ପ୍ରିୟାଙ୍କା ରାଜନୀତିରେ ପ୍ରବେଶ ପରେ କଂଗ୍ରେସରେ ପରିବର୍ତ୍ତନକୁ ନଜରରେ ରଖି ସଞ୍ଜୟ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।
Follow Us