ରାୟଗଡ଼ା: ରାୟଗଡା ଠାରେ ସ୍ଥାପିତ ହୋଇଥିବା ନୂତନ ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିବା ସହ ଦିନବେଳେ କୋରାପୁଟ ରାୟଗଡାରୁ ଭୁବନେଶ୍ବର ରେଳ ଚଳାଚଳ ପାଇଁ ମଧ୍ୟ ଦାବି କରିଛନ୍ତି । ରାୟଗଡ଼ା ରେଳ ଡିଭିଜନର କାର୍ଯ୍ୟକାରିତାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଲୋକସଭାରେ ପ୍ରଶ୍ନ ଉଠାଇବା ସହ ଦୀର୍ଘ ୮ବର୍ଷ ତଳେ ରାୟଗଡ଼ା ରେଳ ଡିଭିଜନ୍ ଘୋଷଣା ସରିଥିଲା ।
ଚଳିତ ବର୍ଷ ଆରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭର୍ଚୁଆଲରେ ଡିଆରଏମ୍ କାର୍ଯ୍ୟାଳୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିଥିଲେ । ଏଭଳିକି ପରବର୍ତ୍ତୀ ସମୟରେ ଡିଆରଏମ ମଧ୍ୟ ନିଯୁକ୍ତି ଦିଆଯାଇଛି । ହେଲେ ନାଁକୁ ମାତ୍ର ରହିଛି ଏହି ରେଳ ଡିଭିଜନ ଘୋଷଣା । ରାୟଗଡ଼ା ଠାରେ ଡିଆରଏମ ରହିଥିବା ବେଳେ ଏହାର ସମସ୍ତ ଅପରେସନ ଏବେ ମଧ୍ୟ ବିଶାଖାପଟ୍ଟନମ ଡିଭିଜନ୍ ଦ୍ୱାରା ହେଉଥିବା ଲୋକସଭାରେ ଅଭିଯୋଗ କରିଛନ୍ତି ସାଂସଦ ଶ୍ରୀ ଉଲାକା ।
ଆହୁରି ପଢନ୍ତୁ: Water Purified: ବିଶୁଦ୍ଧ ହେବ ଜଳାଶୟ: ଏନ୍ଆଇଟିର ମହିଳା ବୈଜ୍ଞାନିକଙ୍କ ନୂଆ ଆବସ୍କାର
ସେ କହିଛନ୍ତି ଯେ, ରାୟଗଡ଼ା ଡିଭିଜନ ଘୋଷଣା ହେବା ସହିତ ଡିଆରଏମ ରହିଥିବା ବେଳେ ଏହାର ସମସ୍ତ ଅପରେସନ ବିଶାଖାପଟ୍ଟନମରେ ହେବା ଦ୍ୱାରା ଏଠାରେ ବହୁ ଉନ୍ନତିମୂଳକ କାର୍ଯ୍ୟ ବିଳମ୍ବିତ ହେଉଛି । ତେଣୁ ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯିବା ପାଇଁ ସଂସଦରେ ଦାବି କରିଛନ୍ତି ସାଂସଦ ସପ୍ତଗିରି ।
ଆହୁରି ପଢନ୍ତୁ: Flights Of Indigo Cancelled: ‘ଇଣ୍ଡିଗୋ’ର ୫୫୦ଟି ଉଡ଼ାଣ ବାତିଲ; ଯାତ୍ରୀଙ୍କ ଉତ୍ତେଜନା ମଧ୍ୟରେ କ୍ଷମା ମାଗିଲା ବିମାନ କମ୍ପାନି
ଦିନବେଳେ କୋରାପୁଟ ରାୟଗଡା ଦେଇ ଭୁବନେଶ୍ବର ପାଇଁ ଟ୍ରେନ ଚଳାଚଳ ପାଇଁ ବାରମ୍ବାର ଦାବି କରାଯାଉଥିବା ବେଳେ ଏହାକୁ ଗୁରୁତ୍ବ ଦିଆଯାଉନି ବୋଲି କହିଛନ୍ତି । ଏହା ଦ୍ବାରା ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ ବୋଲି କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/12/05/aaa-2025-12-05-08-19-40.png)