ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ସରପଞ୍ଚ ଓ ସମିତିସଭ୍ୟ

Advertisment

ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟାମାନେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ସହ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି।

ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟାମାନେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ସହ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି।

ୂର

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲାର ଉପାନ୍ତ ତଥା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ନିଜ ବ୍ଲକ ଚନ୍ଦାହାଣ୍ଡି ନାହିଁ ନାହିଁରେ ଚାଲିଛି। ଏହି ବ୍ଲକ ରେ କର୍ମଚାରୀ ମରୁଡ଼ି ଲାଗି ରହିଥିବାରୁ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଦଶ ମାସ ମଧ୍ୟରେ ତିନି ଜଣ ବିଡିଓଙ୍କ ବଦଳି କୁ ନେଇ ଅସନ୍ତୋଷ ଦେଖା ଦେଇଛି। ଏବେ ମଧ୍ୟ ଖାଲି ପଡ଼ିଛି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ। ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟାମାନେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ସହ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି। ସ୍ଥାୟୀ ବିଡିଓ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ବ୍ଲକ ଅଧ୍ୟକ୍ଷା କହିଛନ୍ତି।

ଏହି ବ୍ଲକରେ ପ୍ରାୟ ଦୁଇ ବର୍ଷ ହେବ ଆଡିସନାଲ ପ୍ରୋଗ୍ରାମ ଅଫିସର(ଏପିଓ) , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆକାଉଣ୍ଟସ୍ ଅଫିସର , ଏକ୍ସଟେନସନ ଅଫିସର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି  ପଡ଼ି ରହିଛି ।  ସେହିଭଳି ୧୪ଟି ଗ୍ରାମ ପଞ୍ଚାୟତ ପାଇଁ ରହିଛନ୍ତି ମାତ୍ର ସାତ ଜଣ ପିଇଓ। ତହସିଲ କାର୍ଯ୍ୟାଳୟରେ ନାହାନ୍ତି ଅତିରିକ୍ତ ତହସିଲଦାର। ଓ ଏଲ ଏମରେ ନାହାନ୍ତି ବିପିସି କିମ୍ବା ବିଏଲ ସି। ସ୍ୱଚ୍ଛ ଭାରତ ମିଶନରେ ନାହାନ୍ତି ବିଆରସି। ଦୀର୍ଘ ଦିନ ହେବ ଲାମ୍ପସରେ ନାହାନ୍ତି ଏମ ଡି।

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ନିଜ ବ୍ଲକ ଚନ୍ଦାହାଣ୍ଡି ନାହିଁ ନାହିଁରେ ଚାଲିଛି। ଏହି ବ୍ଲକ ରେ କର୍ମଚାରୀ ମରୁଡ଼ି ଲାଗି ରହିଥିବାରୁ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଦଶ ମାସ ମଧ୍ୟରେ ତିନି ଜଣ ବିଡିଓଙ୍କ ବଦଳି କୁ ନେଇ ଅସନ୍ତୋଷ ଦେଖା ଦେଇଛି। ଏବେ ମଧ୍ୟ ଖାଲି ପଡ଼ିଛି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ। ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟାମାନେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବା ସହ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି। ସ୍ଥାୟୀ ବିଡିଓ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ବ୍ଲକ ଅଧ୍ୟକ୍ଷା କହିଛନ୍ତି।

ଏଣେ  ୧୪ଟି ପଞ୍ଚାୟତ ପାଇଁ ରହିଛନ୍ତି ମାତ୍ର 3 ଜଣ କନିଷ୍ଠ ଯନ୍ତ୍ରୀ। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ  ଜନପ୍ରତିନିଧି ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe