ତାମିଲ୍‌ନାଡୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ଓଡ଼ିଆ ପୁଅ, କଡ଼ାକଡ଼ି ବ୍ୟବସ୍ଥା କରି ଚର୍ଚ୍ଚାରେ ଆଇଏଏସ୍‌ ସତ୍ୟବ୍ରତ ସାହୁ

Advertisment
ତାମିଲ୍‌ନାଡୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ଓଡ଼ିଆ ପୁଅ, କଡ଼ାକଡ଼ି ବ୍ୟବସ୍ଥା କରି ଚର୍ଚ୍ଚାରେ ଆଇଏଏସ୍‌ ସତ୍ୟବ୍ରତ ସାହୁ

www.thehindu.com

ଭୁବନେଶ୍ବର (ବନ୍ଦନା ମିଶ୍ର): ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ଆରମ୍ଭ ହୋଇଯାଇଛି। ଅନ୍ୟ ସମସ୍ତ ରାଜ୍ୟମାନଙ୍କ ଅପେକ୍ଷା ଚର୍ଚ୍ଚାରେ ରହିଛି ତାମିଲ୍‌ନାଡୁ। ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ତାମିଲନାଡୁର ବହୁ  ଅଭିନେତା ଓ ରାଜନେତା ମତଦାନ କେନ୍ଦ୍ରକୁ ଯାଇ ନିଜର ମତ ସାବ୍ୟସ୍ତ କରିଛନ୍ତି।  ତାମିଲ୍‌ନାଡୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଯିଏ ନିର୍ବାଚନର ସମସ୍ତ ଦାୟିତ୍ୱ ତୁଲାଉଛନ୍ତି ସେ ହେଉଛନ୍ତି ଜଣେ ଓଡ଼ିଆ ଆଇଏଏସ୍ ଅଧିକାରୀ। ନୟାଗଡ଼ ଜିଲ୍ଲାର ଗଣିଆର ପୁଅ ସତ୍ୟବ୍ରତ ସାହୁ ତାମିଲନାଡୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି। ସେ ସେଠାରେ କଡ଼ା ନିୟମ ଲାଗୁ କରି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି।

ନିକଟରେ ତାମିଲନାଡୁର ଭେଲୋରଠାରେ ୧୧ କୋଟିରୁ ଊର୍ଧ୍ୱ ଟଙ୍କା ଜବତ ହେବା ପରେ ଶ୍ରୀଯୁକ୍ତ ସାହୁ ନିର୍ବାଚନ କମିସନଙ୍କ ନିକଟକୁ ଏକ ରିପୋର୍ଟ ପଠାଇଥିଲେ। ଭେଲୋରର ଡିଇଓ ଏବଂ ଆୟକର ବିଭାଗ ଜବତ ହୋଇଥିବା ଟଙ୍କା ସଂପର୍କରେ ସତ୍ୟବ୍ରତଙ୍କୁ ସୂଚନା ଦେବା ପରେ ସେ ନିର୍ବାଚନ କମିସନଙ୍କୁ ଜଣାଇ ଥିଲେ । ଏହା ପରେ କମିସନ ଭେଲୋରରେ ମତଦାନ ବାତିଲ୍ କରି ଦେଇଥିଲେ।

publive-image odishasuntimes.com

କେତୋଟି ନିର୍ଦ୍ଦିଷ୍ଟ ବିଜ୍ଞାପନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଡିଏମ୍‌କେ ଅଭିଯୋଗ ଆଣିବା ପରେ ତାମିଲନାଡୁର ମୁଖ୍ୟ ନିର୍ବାଚନ କମିସନ ସତ୍ୟବ୍ରତ ସାହୁ ରାଜ୍ୟର ୨ଟି ଚ୍ୟାନେଲ୍‌ ଓ ପ୍ରିଣ୍ଟ୍‌ ମିଡିଆର ବିଜ୍ଞାପନ ଉପରେ ରୋକ ଲଗାଇଥିଲେ। ଦୁଇଟି ପତ୍ର ଜରିଆରେ ସେ ବିଜ୍ଞାପନ ବନ୍ଦ କରିବାର ନିର୍ଦ୍ଦେଶ ଦେବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଥିଲେ।

ଉଲ୍ଲେଖଯୋଗ୍ୟ, ସତ୍ୟବ୍ରତ ସାହୁ ହେଉଛନ୍ତି ତାମିଲ୍‌ନାଡୁ କ୍ୟାଡର୍‌ର ୧୯୯୭ ବ୍ୟାଚ୍‌ର ଆଇଏଏସ୍ ଅଫିସର୍‌। ୨୦୧୮ ମସିହା ଫେବ୍ରୁଆରିରେ ସେ ସମୟର ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜେଶ ଲଖୋନିଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଥିଲା। ତ’ ପୂର୍ବରୁ ସେ ଚେନ୍ନାଇ ମେଟ୍ରୋପଲିଟାନ୍‌ ଓ୍ଵାଟର୍‌ ସପ୍ଲାଏ ଆଣ୍ଡ୍‌ ସ୍ୱରେଜ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଥିଲେ। ନିର୍ବାଚନ କମିସନ ତାଙ୍କ ନାମ ସୁପାରିସ କରିବା ପରେ ସେ ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ଏହାପୂର୍ବରୁ ସେ ତାମିଲନାଡୁ ସରକାରଙ୍କ ଦ୍ବାରା ଶ୍ରେଷ୍ଠ ଜିଲ୍ଲାପାଳ ଭାବେ ପୁରସ୍କୃତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe