ଏସ୍‌ବିଆଇର ଏହି ମେସେଜ ଆସୁଥିଲେ ଅଣଦେଖା କରନ୍ତୁ ନାହିଁ, ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ

Advertisment
ଏସ୍‌ବିଆଇର ଏହି ମେସେଜ ଆସୁଥିଲେ ଅଣଦେଖା କରନ୍ତୁ ନାହିଁ, ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଲଗାତାର ନିଜର ଗ୍ରାହକଙ୍କୁ ବାର୍ତ୍ତା ପଠାଉଛି। ବ୍ୟାଙ୍କ୍‌ ନିଜ ଗ୍ରାହକଙ୍କୁ ଲଗାତାର ଇମେଲ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ବାର୍ତ୍ତା ପଠାଇ ଗ୍ରାହକଙ୍କୁ ନିଜର କେଓ୍ଵାଇସି ଅପଡେଟ୍‌ କରିବା ପାଇଁ ଅନୁରୋଧ କରୁଛି। ଏହି ନିୟମ ନମାନିଲେ ଜମାକାରୀଙ୍କ ନେଣ-ଦେଣକୁ ବ୍ଲକ୍‌ କରି ଦିଆଯିବ। ଆସନ୍ତୁ ଜାଣିବା କେମିତି ଆପଣ ନିଜ କେଓ୍ଵାଇସି ଅପଡେଟ୍‌ କରିପାରିବେ। ଏଥିପାଇଁ କେଉଁକେଉଁ ଦସ୍ତାବିଜର ଆବଶ୍ୟକ ପଡ଼ିବ।

publive-image

ଏସ୍‌ବିଆଇ ନିଜ ଗ୍ରାହକଙ୍କୁ ଇମେଲ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ମେସେଜ ପଠାଇ କେଓ୍ଵାଇସି ଅପଡେଟ୍‌ କରିବା ପାଇଁ ଅନୁରୋଧ କରୁଛି। ଯଦି ଆପଣଙ୍କ ପାଖକୁ ବି ଇମେଲ୍‌ ଓ ମେସେଜ ଆସୁଛି ତେବେ ତୁରନ୍ତ କେଓ୍ଵାଇସି ଅପଡେଟ୍‌ କରି ଦିଅନ୍ତୁ।

ଏସ୍‌ବିଆଇ େଓ୍ଵବସାଇଟ୍‌ରେ ଦିଆ ଯାଇଥିବା ସୂଚନା ମୁତାବକ, କେଓ୍ଵାସି ପାଇଁ ଆବଶ୍ୟକୀୟ ଦସ୍ତାବିଜ ପରିଚୟ ପତ୍ର, ଯେମିତି କି ପାସ୍‌ପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ, ନରେଗା କାର୍ଡ, ଡାକଘର ଦ୍ୱାରା ଜାରି ପରିଚୟ ପତ୍ର, ୟୁଜିସି, ମାନ୍ୟତାପ୍ରାପ୍ତ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଜାରି ପ୍ରମାଣ ପତ୍ର। ଠିକଣା ପ୍ରମାଣ ପତ୍ର ପାଇଁ ରାସନ୍‌ କାର୍ଡ, ଟେଲିଫୋନ୍‌ ବିଲ୍‌, ବିଜୁଳି ବିଲ୍‌, କ୍ରେଡିଟ୍‌ କାର୍ଡ ଷ୍ଟେଟମେଣ୍ଟ ଆଦି। ଏମିତି ନକରିଲେ ଗ୍ରାହକଙ୍କ ଆକାଉଣ୍ଟ ଟ୍ରାନ୍‌ଜାକ୍‌ସନ୍‌ ବନ୍ଦ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe